ହାତୀ ଆକ୍ରମଣରେ ନାବାଳକ ମୃତ: ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ଛେଣ୍ଡିପଦା,୨୬।୧୨(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ କମ୍ପସଲା ଗ୍ରାମପଞ୍ଚାୟତର ମଣ୍ଡୁଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଏହାର ପ୍ରତିବାଦରେ ଶନିବାର ସକାଳେ ମଣ୍ଡୁଆ ଗ୍ରାମର ଶତାଧିକ ଲୋକ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ମୃତାହତଙ୍କ ପରିବାରକୁ କ୍ଷତିପୂରଣ, ସ୍ଥାୟୀ ଚାକିରୀ ଓ ସ୍ଥାନୀୟ ଅଞ୍ଚଳରେ ଏକ ବନ ବିଭାଗର ବିଟ୍‌ ହାଉସ ଖୋଲିବାକୁ ଦାବି କରିଛନ୍ତି। ଘେରାଉ ବେଳେ ବନ ବିଭାଗ କର୍ମଚାରୀଙ୍କ ସହ ଗ୍ରାମବାସୀଙ୍କ ଠେଲାପେଲା ହୋଇଥିଲା । ଖବର ପାଇ ଛେଣ୍ଡିପଦା ଥାନା ଅଧିକାରୀ ଜ୍ଞାନ ରଞ୍ଜନ ସାମଲ ଓ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ବନାଞ୍ଚଳ ଭାରପ୍ରାପ୍ତ ଡେପୁଟି ରେଞ୍ଜର ପ୍ରତାପ ରାଉଳ ଏବଂ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଦୀର୍ଘ ୪ ଘଣ୍ଟା ଆଲୋଚନା ପରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ସହାୟତା ଯୋଗାଇ ଦେବା ସହିତ ତାଙ୍କ ପରିବାରକୁ ୪୦ ହଜାର ଟଙ୍କା ଅଗ୍ରିମ ପ୍ରଦାନ ଲାଗି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପିପିଲି ଉପନିର୍ବାଚନ ସମୀକରଣ ବଦଳିବା ଚର୍ଚ୍ଚା

ଭୁବନେଶ୍ୱର, ୧୯ା୪(ବ୍ୟୁରୋ):କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା। ନିର୍ବାଚନ କମିଶନ ଆସନ୍ତା ମେ ୧୩ରେ ପିପିଲିରେ ଭୋଟ ହେବା...

ବିଜେଡିର ସମର୍ଥକଙ୍କ ମୃତ୍ୟୁ: ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଥାନା ଘେରାଉ

ପଦ୍ମପୁର,୨୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତର ଉହାଦ ଗ୍ରାମର ଭଗବାନ ନାୟକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କୁ ଗତ...

ବିଭିନ୍ନ ପ୍ରସଙ୍ଗ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ଛତ୍ରପୁର,୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଶ୍ରମ ଅଧିକାରୀଙ୍କ ମନମୁଖୀ ଶାସନ, ଶ୍ରମିକ ମାରଣ ନୀତି, ଦୁର୍ବ୍ୟବହାର, ଶ୍ରମିକ ସଂଗଠନ ପ୍ରତି ବିରୋଧ ଆଚରଣ ପ୍ରତିବାଦରେ...

ମହିଳାଙ୍କୁ ହତ୍ୟା, ଜେଲ୍‌ ଗଲେ ପଡ଼ୋଶୀ

ଦିଗପହଣ୍ଡି,୨୭ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡା ଗ୍ରାମ ନୂଆସାହିରେ ଘର କାନ୍ଥ ବିବାଦକୁ କେନ୍ଦ୍ରକରି ଗତ ମଙ୍ଗଳବାର ଅପରାହ୍ନରେ ବିଜୟଲକ୍ଷ୍ମୀ ମହାନ୍ତି ଓରଫ କୁନା...

ଆଜିଠୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ : ଜଗିବ ସିସି କ୍ୟାମେରା

ଛତ୍ରପୁର,୧ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ରବିବାରରୁ ଟ୍ରାଫିକ୍‌ ନିୟମ କଡାକଡି ପାଳନ କରାଯିବ। ନିୟମ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବହନ କମିଶନରଙ୍କଠାରୁ ଏକ ଚିଠି ଗଞ୍ଜାମ...

ମାସ୍କ ବାଣ୍ଟିଲେ ପୂର୍ବତନ ବିଧାୟକ

ସଜନାଗଡ଼, ୧।୪(ଡି.ଏନ.ଏ.)-ଧର୍ମଠାରୁ ବଡ଼ ମାନବ ସେବା। ନୀଳଗିରି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନିଜ ପେନସନ ଅର୍ଥରେ ୨ହଜାରରୁ ଊର୍ଦ୍ଧ୍ୱ ମାସ୍କ କିଣି ବଣ୍ଟନ କରିଛନ୍ତି।...

ବରଗଡ଼ରେ ଡାକ୍ତରଙ୍କ ସମେତ ୨୨ ଜଣଙ୍କୁ କରୋନା

ବରଗଡ଼ ଅଫିସ,୨୦ା୭: ବରଗଡ଼ ଜିଲାରେ ସୋମବାର ପୁଣି ୨୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ଜିଲା ପୌରାଞ୍ଚଳର ୭ଜଣ, ବରଗଡ଼...

ପୋଲ ଉପରୁ ନଦୀକୁ ଖସିଲା ମିନିଟ୍ରକ୍‌: ପହଁରି ଜୀବନ ବଞ୍ଚାଇଲେ ଡ୍ରାଇଭର, ହେଲପର

ମାଲକାନଗିରି,୧୫ା୮: ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମାଲକାନଗିରି ଜିଲାର ସମସ୍ତ ନଦୀର ପୋଲ ଉପରେ ୪ରୁ ୫ ଫୁଟ...

Advertisement
Archives

Model This Week