ପୁରୀରୁ ନାବାଳିକା ଉଦ୍ଧାର: ଜେଲ ଗଲେ ଅପହରଣକାରୀ

ବ୍ରହ୍ମପୁର ଅଫିସ,୧୬ା୨: ବ୍ରହ୍ମପୁର ନିମଖଣ୍ଡି ପୋଲିସ ଅପହରଣ କରାଯାଇଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ପୁରୀରୁ ଉଦ୍ଧାର କରିଛି। ସେହିପରି ଅପହରଣକାରୀ ଯୁବକଙ୍କୁ ମଧ୍ୟ ସେଠାରୁ କାବୁ କରିଛି। ଅଭିଯୁକ୍ତ ଜଣଙ୍କ ସଦର ଥାନା ଅଞ୍ଚଳର ସୁରଜ ସାହୁ(୨୧)। ଗୁରୁବାର ପୋଲିସ ଉଭୟ ପୀଡ଼ିତା ଓ ଅପହରଣକାରୀଙ୍କ ମେଡିକାଲ ପରୀକ୍ଷା କରିଛି। ମାମଲା ନମ୍ବର ୫୬/୨୩ ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ପରେ ତାଙ୍କୁ କୋର୍ଟ ନିର୍ଦ୍ଦେଶରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଧାରା ୧୬୪ରେ ପୀଡ଼ିତାଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି।
ପ୍ରକାଶ ଯେ, ଜଣେ ନାବାଳିକା ଛାତ୍ରୀଙ୍କୁ ପ୍ରଲୋଭିତ କରି ଗତ ୧୩ ତାରିଖରେ ତାଙ୍କ ଘର ନିକଟରୁ ଅପହରଣ କରାଯାଇଥିଲା। ଏନେଇ ଥାନାରେ ନାବାଳିକାଙ୍କ ବାପା ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଘଟଣାର ଅନୁସନ୍ଧାନ କରିବା ସହ ମୋବାଇଲ ଟ୍ରାକିଂରେ ଅପହରଣକାରୀଙ୍କ ଲୋକେସନ ଜାଣିବାକୁ ପାଇଥିଲା। ପୁରୀରେ ଯୁବକ ଜଣଙ୍କ ଉକ୍ତ ନାବାଳିକାଙ୍କୁ ନେଇ ରହୁଥିବା ଜଣାପଡିଥିଲା। ପୋଲିସ ବୁଧବାର ପୁରୀରେ ପହଞ୍ଚି ପ୍ରଥମେ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ସେହିପରି ଅପହରଣକାରୀ ଯୁବକ ସୁରଜଙ୍କୁ ମଧ୍ୟ ସେଠାରୁ ଧରିଥିଲା। ସୁରଜ ନାବାଳିକାଙ୍କୁ ଅପହରଣ କରି ପୁରୀ ନେଇଯାଇଥିଲା। ସେଠାରେ ସେ ଏକ ଘର ଭଡ଼ା ନେଇ ତାଙ୍କୁ ବଳାତ୍କାର କରିଥିଲେ ବୋଲି ପୀଡ଼ିତା ଛାତ୍ରୀ ଜଣଙ୍କ ପୋଲିସ ନିକଟରେ ବୟାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରର ୫ ଲଜ୍‌ ଉପରେ ଚଢ଼ାଉ, ବନ୍ଦ ନିର୍ଦ୍ଦେଶ: ଅନ୍ୟ ରାଜ୍ୟର ୭ ଜଣ ଠାବ

ଛତ୍ରପୁର,୩ା୪(ଡି.ଏନ୍‌.ଏ.)- ଛତ୍ରପୁରର ୫ଟି ଲଜ୍‌ ଉପରେ ଗୁରୁବାର ରାତିରେ ପ୍ରଶାସନର ଏକ ଟିମ୍‌ ଅଚାନକ ଚଢାଉ କରିଥିଲେ। ଏଥିରୁ ୨ଟି ଲଜ୍‌ରେ କେହି ନ ଥିବାବେଳେ...

ନବ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର: ଭୁବନେଶ୍ୱରକୁ କରାଗଲା ଏୟାରଲିଫ୍ଟ

ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ରବିବାର ଗୁଳିମାଡ଼ ହୋଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏ ନେଇ ଝାରସୁଗୁଡ଼ା ବିମାନ ବନ୍ଦରରୁ...

ଗଛମୂଳରୁ ଶୁଭୁଥିଲା ନବଜାତକର କାନ୍ଦ ଶବ୍ଦ, ଆଉ ତା’ ପରେ…

ବାରଙ୍ଗ,୨।୫(ଡି.ଏନ୍‌.ଏ): ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଗ୍ରାମମୁଣ୍ଡ ପୋଖରୀ ହୁଡ଼ା ପଛପଟରୁ ଇନ୍‌ ଫୋସିସ୍‌ ଥାନା ପୋଲିସ ରବିବାର ସକାଳେ ଏକ ନବଜାତ ଶିଶୁକୁ ଉଦ୍ଧାର କରି...

ସହାୟତା ଦାବିରେ କାମ ବନ୍ଦ କଲେ ଟ୍ରକ୍‌ ଡ୍ରାଇଭର

ବଲାଙ୍ଗୀର ଅଫିସ,୨୮ା୪-ଲକ୍‌ଡାଉନ୍‌ ସମୟରେ ଟ୍ରକ୍‌ ଡ୍ରାଇଭରମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଦାବି କରି ମଙ୍ଗଳବାର ସଂଘର ସମସ୍ତ ଡ୍ରାଇଭର କାମ ବନ୍ଦ କରିଥିଲେ ।...

ଫେବୃୟାରୀରେ ଓଡ଼ିଶାର ଜିଏସ୍‌ଟି ସଂଗ୍ରହରେ ୪୦% ବୃଦ୍ଧି

ଭୁବନେଶ୍ୱର,୩ା୩(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷର ଫେବୃୟାରୀରେ ରାଜ୍ୟ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଓ ସମନ୍ବିତ ଜିଏସ୍‌ଟି ଫଇସଲା ବାବଦକୁ ଓଡ଼ିଶା ପାଇଥିବା ଜିଏସ୍‌ଟି...

ସଭାଗୃହ ଛାଡି ଚାଲିଗଲେ ଏମପି

ଖୁଣ୍ଟା,୨୧।୭(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ କାର୍ଯ୍ୟାଳୟ ସଭାକକ୍ଷରେ ଶନିବାର ପଞ୍ଚାୟତ ସମିତିର ୭ମ ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ବୈଠକ ଆରମ୍ଭ ନ ହୋଇ...

ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକୁ ବେଖାତିର

ଯାଜପୁର ଅଫିସ,୧୮ା୧: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଆଦୌ ଭୃକ୍ଷେପ କରୁନାହାନ୍ତି। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ...

ବିଭ୍ରାନ୍ତି, ଭୟ ସୃଷ୍ଟି ଅଭିଯୋଗରେ ଜଣେ ଗିରଫ

ତାଳଚେର,୮ା୪(ନି.ପ୍ର.) – ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ନିରାଡ଼ମ୍ବର ଭାବେ ଓ ବିନା ଶ୍ରଦ୍ଧାଳୁରେ ଆରମ୍ଭ ହୋଇଥିବା ବେଳେ ସୋସିଆଲ ମିଡିଆରେ ଜନ...

Advertisement
Archives

Model This Week