ଚାଲାଣ ହେବା ପୂର୍ବରୁ ଖସିଆସିଲେ ନାବାଳିକା, ବାପା-ଭାଇଙ୍କ ନାମରେ ଆଣିଲେ ଏମିତି ଅଭିଯୋଗ

ଦେବଗଡ଼,୧୬ା୬(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଲକ ସଇଡ଼ା ପଞ୍ଚାୟତର ଶରଣକୋଟ ଗ୍ରାମରେ ଚାଲାଣ ହେବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏକ ୧୫ ବର୍ଷର ନାବାଳିକା। ସରୁଆଳି ପଞ୍ଚାୟତର ଖୁଣ୍ଟା ଗ୍ରାମରୁ କିଛି ଯୁବକ ଶରଣକୋଟ ଗ୍ରାମକୁ ଏକ ବୋଲେରୋ ଯୋଗେ ଆସି ମୁଣ୍ଡା ସାହିର ବିଜୁ ମୁଣ୍ଡା ଘରେ ମଦ ଓ ମାଂସର ଆସର ଜମାଇଥିଲେ ଓ ବିଜୁ ମୁଣ୍ଡା ଓ ତା’ ପୁଅକୁ ଘରେ ଥିବା ୧୫ ବର୍ଷୀୟା ନାବାଳିକା ଝିଅକୁ ସେମାନଙ୍କ ସାଙ୍ଗରେ ଛାଡ଼ିବାକୁ ପ୍ରଲୋଭିତ କରିଥିଲେ । ବିଜୁ ମୁଣ୍ଡା ଓ ତାଙ୍କ ପୁଅ ମଧ୍ୟ ମଦ ନିଶାରେ ସେ ଯୁବକମାନଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ଓ ନାବାଳିକା ଝିଅକୁ ସେମାନଙ୍କ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ। ହେଲେ ଝିଅ ଓ ମା’ ଏ ପ୍ରସ୍ତାବକୁ ବିରୋଧ କରିଥିଲେ। ଝିଅର ଭାଇ ମାଡ଼ ମାରି ଝିଅକୁ ଚେତାବନୀ ଦେଲେ ଯେ, ସେମାନଙ୍କ ସାଙ୍ଗରେ ଯଦି ସେ ନ ଯାଏ ତେବେ ବଡ ଭଉଣୀର ମୃତ୍ୟୁ ପରେ ଏକା ରହୁଥିବା ଭିଣୋଇ ପାଖରେ ରହି ତା’ ଦୁଇ ପିଲାଙ୍କ କଥା ବୁଝିବାକୁ। ନିଶାଶକ୍ତ ବାପା ପୁଅର ଭୟରେ ମା’ ମଧ୍ୟ ଶେଷରେ ରାଜି ହୋଇଥିଲେ ଝିଅକୁ ସେମାନଙ୍କ ସାଙ୍ଗରେ ଛାଡ଼ିବାକୁ। ହେଲେ ଝିଅ କୌଶଳ କ୍ରମେ ନିଜ ଘରୁ ଖସିଆସି ଶରଣକୋଟ-୨ର ଅଙ୍ଗନବାଡ଼ି କର୍ମୀ ନିରୂପମା ପାତ୍ରଙ୍କୁ ତାଙ୍କ ବାପଭାଇ ସେ ଯୁବକମାନଙ୍କ ସାଙ୍ଗରେ ରବିବାର ସନ୍ଧ୍ୟାରେ ବାହାରିଯିବା ପାଇଁ ବାଧ୍ୟ କରୁଥିବା ବିଷୟରେ ଅଭିଯୋଗ କରିଥିଲେ।
ଅଙ୍ଗନବାଡ଼ି କର୍ମୀ ନିରୂପମା ପାତ୍ର ଉପସ୍ଥିତ ବୁଦ୍ଧି ଖଟାଇ ଝିଅକୁ ନିଜ ଘରକୁ ନେଇ ସଇଡ଼ାର ଅଙ୍ଗନବାଡି କର୍ମୀ ପ୍ରତିମା ପ୍ରଧାନଙ୍କୁ ଗ୍ରାମ୍ୟ ବାଲ୍ୟ ବିବାହ ମଞ୍ଚର ସମସ୍ତ ସଦସ୍ୟଙ୍କୁ ସୁଚିତ କରି ତୁରନ୍ତ ସମସ୍ତେ ଏକତ୍ରିତ ହେବାକୁ କହିଥିଲେ। ଏହି ସମୟରେ ଝିଅକୁ ଘରେ ନ ପାଇ ବୋଲେରୋରେ ଆସିଥିବା ୫ ରୁ ୬ ଜଣ ଯୁବକ ଗାଁସାରା ଖୋଜିବାକୁ ଲାଗିଲେ ଓ ଶେଷରେ ନିରୂପମାଙ୍କ ଘରେ ଝିଅ ଥିବାର ସନ୍ଧାନ ପାଇ କେମିତି ଝିଅକୁ ସେଠାରୁ ନେବେ ବୋଲି ସୁଯୋଗର ଅପେକ୍ଷାରେ ରହିଲେ। ଠିକ୍‌ ସମୟରେ ଗ୍ରାମ୍ୟ ବାଲ୍ୟ ବିବାହ ଟାସ୍କ ଫୋର୍ସର ସଦସ୍ୟ ଜ୍ୟୋତ୍ସ୍ନାମୟୀ ସାହୁ , ଜୟନ୍ତୀ ସାହୁ, ମଞ୍ଜରୀ ମହାନ୍ତ, ସୁକାନ୍ତି ସାହୁ , ଦୀପ୍ତି ପ୍ରଧାନ ଓ ଅନ୍ୟ ୨୦ରୁ ୨୫ ସଦସ୍ୟ ଘଟଣାସ୍ଥଳରେ ଉପସ୍ଥିତ ହୋଇ ଝିଅକୁ ସୁରକ୍ଷା ଦେଲେ।

ଅନ୍ୟପଟେ ବୋଲେରୋରେ ଆସିଥିବା ଯୁବକମାନେ ମଧ୍ୟ ପାଖ ଜଙ୍ଗଲରେ ସୁଯୋଗ ଅପେକ୍ଷାରେ ଛକି ବସିଲେ। ସନ୍ଧ୍ୟା ହୋଇଯିବା ପରେ ବିପଦ ଥିବାରୁ ଟାସ୍କ ଫୋର୍ସର ସଦସ୍ୟମାନେ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରି ସହାୟତା ଲୋଡ଼ିଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ବିଭାଗୀୟ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ବାଇଁ, ସଖୀ କେନ୍ଦ୍ରର କର୍ମକର୍ତ୍ତା ରେଖା ସାହୁ , ଜ୍ୟୋତିର୍ମୟୀ ସାହୁ , ଶକ୍ତି ସଦନର ନିର୍ମଳା ଜେନା ଓ ଚାଇଲ୍ଡ ହେଲ୍ପ ଲାଇନର କରିସ୍ମା ମହାକୁଳଙ୍କ ସହ ସନ୍ଧ୍ୟାରେ ଶରଣ କୋଟ ଗ୍ରାମରେ ପହଞ୍ଚି ନାବାଳିକା ଝିଅକୁ ଉଦ୍ଧାର କରି ଦେବଗଡ଼ରେ ଥିବା ସାଖୀ କେନ୍ଦ୍ରରେ ଆନୁଷ୍ଠାନିକ ଯତ୍ନ ମଧ୍ୟର ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?