ଚାଲାଣ ହେବା ପୂର୍ବରୁ ଖସିଆସିଲେ ନାବାଳିକା, ବାପା-ଭାଇଙ୍କ ନାମରେ ଆଣିଲେ ଏମିତି ଅଭିଯୋଗ

ଦେବଗଡ଼,୧୬ା୬(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଲକ ସଇଡ଼ା ପଞ୍ଚାୟତର ଶରଣକୋଟ ଗ୍ରାମରେ ଚାଲାଣ ହେବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏକ ୧୫ ବର୍ଷର ନାବାଳିକା। ସରୁଆଳି ପଞ୍ଚାୟତର ଖୁଣ୍ଟା ଗ୍ରାମରୁ କିଛି ଯୁବକ ଶରଣକୋଟ ଗ୍ରାମକୁ ଏକ ବୋଲେରୋ ଯୋଗେ ଆସି ମୁଣ୍ଡା ସାହିର ବିଜୁ ମୁଣ୍ଡା ଘରେ ମଦ ଓ ମାଂସର ଆସର ଜମାଇଥିଲେ ଓ ବିଜୁ ମୁଣ୍ଡା ଓ ତା’ ପୁଅକୁ ଘରେ ଥିବା ୧୫ ବର୍ଷୀୟା ନାବାଳିକା ଝିଅକୁ ସେମାନଙ୍କ ସାଙ୍ଗରେ ଛାଡ଼ିବାକୁ ପ୍ରଲୋଭିତ କରିଥିଲେ । ବିଜୁ ମୁଣ୍ଡା ଓ ତାଙ୍କ ପୁଅ ମଧ୍ୟ ମଦ ନିଶାରେ ସେ ଯୁବକମାନଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ଓ ନାବାଳିକା ଝିଅକୁ ସେମାନଙ୍କ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ। ହେଲେ ଝିଅ ଓ ମା’ ଏ ପ୍ରସ୍ତାବକୁ ବିରୋଧ କରିଥିଲେ। ଝିଅର ଭାଇ ମାଡ଼ ମାରି ଝିଅକୁ ଚେତାବନୀ ଦେଲେ ଯେ, ସେମାନଙ୍କ ସାଙ୍ଗରେ ଯଦି ସେ ନ ଯାଏ ତେବେ ବଡ ଭଉଣୀର ମୃତ୍ୟୁ ପରେ ଏକା ରହୁଥିବା ଭିଣୋଇ ପାଖରେ ରହି ତା’ ଦୁଇ ପିଲାଙ୍କ କଥା ବୁଝିବାକୁ। ନିଶାଶକ୍ତ ବାପା ପୁଅର ଭୟରେ ମା’ ମଧ୍ୟ ଶେଷରେ ରାଜି ହୋଇଥିଲେ ଝିଅକୁ ସେମାନଙ୍କ ସାଙ୍ଗରେ ଛାଡ଼ିବାକୁ। ହେଲେ ଝିଅ କୌଶଳ କ୍ରମେ ନିଜ ଘରୁ ଖସିଆସି ଶରଣକୋଟ-୨ର ଅଙ୍ଗନବାଡ଼ି କର୍ମୀ ନିରୂପମା ପାତ୍ରଙ୍କୁ ତାଙ୍କ ବାପଭାଇ ସେ ଯୁବକମାନଙ୍କ ସାଙ୍ଗରେ ରବିବାର ସନ୍ଧ୍ୟାରେ ବାହାରିଯିବା ପାଇଁ ବାଧ୍ୟ କରୁଥିବା ବିଷୟରେ ଅଭିଯୋଗ କରିଥିଲେ।
ଅଙ୍ଗନବାଡ଼ି କର୍ମୀ ନିରୂପମା ପାତ୍ର ଉପସ୍ଥିତ ବୁଦ୍ଧି ଖଟାଇ ଝିଅକୁ ନିଜ ଘରକୁ ନେଇ ସଇଡ଼ାର ଅଙ୍ଗନବାଡି କର୍ମୀ ପ୍ରତିମା ପ୍ରଧାନଙ୍କୁ ଗ୍ରାମ୍ୟ ବାଲ୍ୟ ବିବାହ ମଞ୍ଚର ସମସ୍ତ ସଦସ୍ୟଙ୍କୁ ସୁଚିତ କରି ତୁରନ୍ତ ସମସ୍ତେ ଏକତ୍ରିତ ହେବାକୁ କହିଥିଲେ। ଏହି ସମୟରେ ଝିଅକୁ ଘରେ ନ ପାଇ ବୋଲେରୋରେ ଆସିଥିବା ୫ ରୁ ୬ ଜଣ ଯୁବକ ଗାଁସାରା ଖୋଜିବାକୁ ଲାଗିଲେ ଓ ଶେଷରେ ନିରୂପମାଙ୍କ ଘରେ ଝିଅ ଥିବାର ସନ୍ଧାନ ପାଇ କେମିତି ଝିଅକୁ ସେଠାରୁ ନେବେ ବୋଲି ସୁଯୋଗର ଅପେକ୍ଷାରେ ରହିଲେ। ଠିକ୍‌ ସମୟରେ ଗ୍ରାମ୍ୟ ବାଲ୍ୟ ବିବାହ ଟାସ୍କ ଫୋର୍ସର ସଦସ୍ୟ ଜ୍ୟୋତ୍ସ୍ନାମୟୀ ସାହୁ , ଜୟନ୍ତୀ ସାହୁ, ମଞ୍ଜରୀ ମହାନ୍ତ, ସୁକାନ୍ତି ସାହୁ , ଦୀପ୍ତି ପ୍ରଧାନ ଓ ଅନ୍ୟ ୨୦ରୁ ୨୫ ସଦସ୍ୟ ଘଟଣାସ୍ଥଳରେ ଉପସ୍ଥିତ ହୋଇ ଝିଅକୁ ସୁରକ୍ଷା ଦେଲେ।

ଅନ୍ୟପଟେ ବୋଲେରୋରେ ଆସିଥିବା ଯୁବକମାନେ ମଧ୍ୟ ପାଖ ଜଙ୍ଗଲରେ ସୁଯୋଗ ଅପେକ୍ଷାରେ ଛକି ବସିଲେ। ସନ୍ଧ୍ୟା ହୋଇଯିବା ପରେ ବିପଦ ଥିବାରୁ ଟାସ୍କ ଫୋର୍ସର ସଦସ୍ୟମାନେ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରି ସହାୟତା ଲୋଡ଼ିଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ବିଭାଗୀୟ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ବାଇଁ, ସଖୀ କେନ୍ଦ୍ରର କର୍ମକର୍ତ୍ତା ରେଖା ସାହୁ , ଜ୍ୟୋତିର୍ମୟୀ ସାହୁ , ଶକ୍ତି ସଦନର ନିର୍ମଳା ଜେନା ଓ ଚାଇଲ୍ଡ ହେଲ୍ପ ଲାଇନର କରିସ୍ମା ମହାକୁଳଙ୍କ ସହ ସନ୍ଧ୍ୟାରେ ଶରଣ କୋଟ ଗ୍ରାମରେ ପହଞ୍ଚି ନାବାଳିକା ଝିଅକୁ ଉଦ୍ଧାର କରି ଦେବଗଡ଼ରେ ଥିବା ସାଖୀ କେନ୍ଦ୍ରରେ ଆନୁଷ୍ଠାନିକ ଯତ୍ନ ମଧ୍ୟର ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ: ମହୀଶୂର ଚିଡ଼ିଆଖାନାର ୨ ବିଶେଷଜ୍ଞ…

ଭୁବନେଶ୍ୱର, ୧୬।୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ମହୀଶୂର ଚିଡ଼ିଆଖାନାର ୨ ଜଣ ବିଶେଷଜ୍ଞ ନନ୍ଦନକାନନରେ…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?