ମନ୍ତ୍ରୀ, ଅଫିସର ଚଢ଼ିବେ ହାଇବ୍ରିଡ୍‌ ଗାଡ଼ି

ଭୁବନେଶ୍ବର,୨୮ା୪(ବ୍ୟୁରୋ): ଉଭୟ ତେଲ ଓ ବ୍ୟାଟେରିରେ ଚାଲୁଥିବା ହାଇବ୍ରିଡ୍‌ ଗାଡ଼ି ନେତା, ମନ୍ତ୍ରୀ ଏବଂ ଅଫିସରମାନେ ଚଢ଼ିବେ। ଅର୍ଥ ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ପରିବହନ ବିଭାଗ ପକ୍ଷରୁ ଏ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। କିଏ କେତେ ଟଙ୍କାର ଗାଡ଼ି ଚଢ଼ିବେ ସେନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସରମାନେ ୨୫ ଲକ୍ଷ ଟଙ୍କା ମୂଲ୍ୟର ଟୟୋଟା ଇନୋଭା, ମହିନ୍ଦ୍ରା ଏସ୍‌ୟୁଭି ୫୦୦, ଟାଟା ହେକ୍ସା ଭଳି ହାଇବ୍ରିଡ୍‌ ଗାଡ଼ି ବ୍ୟବହାର କରିବେ।
ସେହିପରି ଜିଲାଜଜ୍‌, ପ୍ରମୁଖ ସଚିବ ତଥା ସଚିବ ପାହ୍ୟାର ଅଧିକାରୀମାନେ ମାରୁତି ସିଆଜ, ହୋଣ୍ଡା ସିଟି ଭଳି ଗାଡ଼ି ବ୍ୟବହାର କରିବେ, ଯାହାର ସର୍ବାଧିକ ମୂଲ୍ୟ ୧୫ ଲକ୍ଷ ଟଙ୍କା। ଜିଲାପାଳ, ଏସ୍‌ପିମାନେ ମଧ୍ୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ମହିନ୍ଦ୍ରା ସ୍କର୍ପିଓ, ହ୍ୟୁଣ୍ଡାଇ କ୍ରେଟା ଓ ମହିନ୍ଦ୍ରା ମାରାକୋଭଲି ଗାଡ଼ି ବ୍ୟବହାର କରିିବେ। ଏହାବ୍ୟତୀତ ଅନ୍ୟ ଗାଡ଼ି କେହି ବ୍ୟବହାର କରିପାରିବେ ନାହିଁ। ସରକାର ଚାହିଁଲେ ଭଡ଼ାରେ ଆଣି ଏହିସବୁ ଗାଡ଼ି ବ୍ୟବହାର କରିପାରିବେ ବୋଲି ଅର୍ଥ ବିଭାଗ କହିଛି। ପରିବେଶ ସୁରକ୍ଷା ଦୃଷ୍ଟିରୁ ଏବେ ହାଇବ୍ରିଡ୍‌ ଗାଡ଼ିକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହାଇବ୍ରିଡ୍‌ ଗାଡ଼ିରେ ପେଟ୍ରୋଲ, ଡିଜେଲ ସହିତ ବ୍ୟାଟେରି ବ୍ୟବହାର ହୋଇଥାଏ। ଏହି ଗାଡ଼ିଗୁଡ଼ିକର ବ୍ୟାଟେରିକୁ ଚାର୍ଜ କରିବାର ଆବଶ୍ୟକତା ନାହିଁ। ଗାଡ଼ି ଚାଲିବା ସମୟରେ ଆପେ ଏହି ବ୍ୟାଟେରି ଚାର୍ଜ ହୋଇଥାଏ। ତେବେ ସରକାରଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମନ୍ତ୍ରୀ, ଅଫିସରମାନଙ୍କର ଦାମିକା ଗାଡ଼ି ଥାଉ ଥାଉ ସରକାର ହଠାତ୍‌ କାହିଁକି ବହୁମୂଲ୍ୟ ହାଇବ୍ରିଡ୍‌ ଗାଡ଼ି କିଣିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲ୍‌କିଆ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅନେକ ଜନହିତକର ପଦକ୍ଷେପ ନେଇଛନ୍ତି। ଇଲେକ୍ଟ୍ରିକ୍‌ ଭେହିକିଲକୁ ନିକଟରେ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ଗାଡ଼ିଗୁଡିକ ପ୍ରଦୂଷଣ କମ୍‌ କରିବା ସହ ତେଲ ମଧ୍ୟ ବଞ୍ଚାଇବ। ସେଥିପାଇଁ ସରକାର ସବ୍‌ସିଡି ବ୍ୟବସ୍ଥା କରିଛନ୍ତି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ରାଜ୍ୟ ଭାଜପା ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି, ରାଜ୍ୟ ସରକାର ଅଫିସରମାନଙ୍କୁ ଯେତେ ସୁବିଧା ଦେବା କଥା ଦେଇଚାଲିଛନ୍ତି। ଏଥିରେ କିଛି ନୂଆ ନାହିଁ। ରାଜ୍ୟ ସରକାର ଯଦି ପ୍ରଦୂଷଣ କମ୍‌ କରିବାକୁ ଚାହୁଁଛନ୍ତି ତେବେ ସମସ୍ତଙ୍କୁ ସବ୍‌ସିଡି ଦିଅନ୍ତୁ। କେବଳ ନେତା କି ମନ୍ତ୍ରୀ ନୁହନ୍ତି, ଜନସାଧାରଣ ଯେଉଁମାନେ ଇଲେକ୍ଟ୍ରିକ୍‌ ଗାଡ଼ି କିଣିବାକୁ ଚାହୁଛନ୍ତି ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟ ଭଳି ସମସ୍ତଙ୍କୁ ସବ୍‌ସିଡି ଦିଅନ୍ତୁ।
ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା କମିବା ଆବଶ୍ୟକ। ହାଇବ୍ରିଡ୍‌ ଗାଡ଼ିର ଦାମ୍‌ ବହୁତ ବେଶି। ଯେଉଁ ଗାଡ଼ିଗୁଡ଼ିକ ଅଛି ତାକୁ ଛାଡ଼ିଦେଇ ହଠାତ୍‌ ହାଇବ୍ରିଡ୍‌ ଗାଡ଼ି କିଣିବା ବିଜ୍ଞତାର ପରିଚୟ ନୁହେଁ। କିନ୍ତୁ ଯେଉଁ ଗାଡ଼ିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଉପରେ କମ୍‌ ନିର୍ଭରଶୀଳ ସେଭଳି ଗାଡ଼ି ବ୍ୟବହାର କରିବା ଆବଶ୍ୟକ। ମାତ୍ର ଧୀରେ ଧୀରେ ତାହା କରିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri