ଭିନ୍ନ ରୂପ ନେଲା ଆବାସ ଚୋରି ଘଟଣା: ୪ ହିତାଧିକାରୀଙ୍କ ନାଁରେ ଥାନାରେ ଅଭିଯୋଗ

ବିଞ୍ଝାରପୁର,୨୮ା୪(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଧୀନ କଏଣା-ରଘୁନାଥପୁର ପଞ୍ଚାୟତରେ ଆବାସ ଚୋରି ଘଟଣା ଭିନ୍ନରୂପ ନେଇଛି। ଆବାସ ପାଇଥିବା ୪ ହିତାଧିକାରୀଙ୍କ ନାଁରେ ବିଡିଓ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିବାବେଳେ ହିତାଧିକାରୀମାନେ ବିଜେଡିର ପଞ୍ଚାୟତ ସଭାପତିଙ୍କ ନାଁରେ ପୃଥକ୍‌ଭାବେ ୩ଟି ଅଭିଯୋଗ କରିଛନ୍ତି। ବିଞ୍ଝାରପୁର ଆଇଆଇସି ରଞ୍ଜିତ ମହାନ୍ତି ବିଡିଓ ଏବଂ ହିତାଧିକାରୀଙ୍କ ଅଭିଯୋଗକୁ ଆଧାରକରୀ ହିତାଧିକାରୀ ଭରତ ଚନ୍ଦ୍ର ଯେନା, ସାବିତ୍ରୀ ବେହେରା, ବିଷ୍ଣୁ ବେହେରା ଓ ବିଜେଡିର ପଞ୍ଚାୟତ ସଭାପତି ସୁମାନସ ପଣ୍ଡାଙ୍କୁ ଡାକି ତଦନ୍ତ କରିଛନ୍ତି।
କଏଣା-ରଘୁନାଥପୁର ପଞ୍ଚାୟତରେ ୯ ଯୋଗ୍ୟ ହିତାଧିକାରୀଙ୍କ ନାମରେ ପଞ୍ଚାୟତର ଅନ୍ୟ ୯ ଅଯୋଗ୍ୟ ହିତାଧିକାରୀ ଆବାସ ଚୋରି କରିନେଇଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲା ପ୍ରଶାସନ ତଦନ୍ତ ଆରମ୍ଭ କରିବା ସହ ବିଡିଓଙ୍କ ଉପରେ ଚାପ ସୃଷ୍ଟି କରିଥିଲା। ପ୍ରଥମ ପର୍ଯ୍ୟାୟରେ ବିଡିଓ ମିନତି ଜଗଦ୍ଦେବ ତଦନ୍ତକରି ଗୀତା ପାଣ୍ଡବ ନାମକ ଜଣେ ୬୬ ବର୍ଷୀୟା ଭିକାରୁଣୀଙ୍କ ନାଁରେ ଆବାସ ଅର୍ଥ ହଡ଼ପ କରିଥିବା ପ୍ରାକ୍ତନ ଜିଲାପରିଷଦ ସଭ୍ୟ ତଥା ବିଜେଡିର ପଞ୍ଚାୟତ ସଭାପତି ସୁମାନସ ପଣ୍ଡାଙ୍କଠାରୁ ଦେଢ଼ଲକ୍ଷ ଟଙ୍କା ଆଦାୟ କରିବାସହ ହଡ଼ପ ଅର୍ଥ ଫେରାଇବାକୁ ପଞ୍ଚାୟତର ଅନ୍ୟ ୮ଜଣଙ୍କୁ ଚିଠି କରିଥିଲେ। ସେଥିମଧ୍ୟରୁ ୪ ଅଯୋଗ୍ୟ ହିତାଧିକାରୀ କିଛିକିଛି ଅର୍ଥ ଫେରସ୍ତ କରିଥିବାବେଳେ ଅନ୍ୟ ୪ ହିତାଧିକାରୀ ଅର୍ଥ ଫେରାଇ ନ ଥିଲେ। ତେଣୁ ଅର୍ଥ ଫେରାଇ ନ ଥିବା ୪ ହିତାଧିକାରୀଙ୍କ ନାମରେ ବିଡିଓ ଥାନାରେ ଅଭିଯୋଗ କରିଥିଲେ।
ସେହିପରି ହିତାଧିକାରୀମାନେ ପଞ୍ଚାୟତ ସଭାପତି ପଣ୍ଡାଙ୍କ ନାମରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତିଯେ, ସେମାନେ ଗରିବ ଦିନ ମଜୁରିଆ। ସେମାନଙ୍କ ମାଟି ଘର ଥିଲେ ମଧ୍ୟ ଏସିସି ତାଲିକାରେ ନାମ ନ ଥିବାରୁ ଘର ମିଳି ନ ଥିଲା। ୩ବର୍ଷ ପୂର୍ବେ ଦିନେ ହଠାତ ବିଜେଡିର ପଞ୍ଚାୟତ ସଭାପତି ପଣ୍ଡା ଉପରୋକ୍ତ ହିତାଧିକାରୀଙ୍କୁ କହିଥିଲେଯେ, ତୁମେମାନେ ଦଳୀୟ ଲୋକ ହୋଇଥିଲେ ମଧ୍ୟ ଆବାସ ଯୋଜନାରେ ଘର ପାଇନ। ମୁଁ ବ୍ଲକରେ କଥା ହୋଇଛି ତୁମମାନଙ୍କୁ ଘର ମିଳିବ। ସେଥିପାଇଁ ପଣ୍ଡା ସମସ୍ତ ହିତାଧିକାରୀଙ୍କଠାରୁ ଜମିର କବଲା ସାଙ୍ଗରେ ୪୦ ହଜାର ଲେଖା ଟଙ୍କା ହାତଗୁଞ୍ଜା ନେଇଥିଲେ। ପରବର୍ତ୍ତୀ ସମୟରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତିରେ ୨୦ ହଜାର, ଦ୍ୱିତୀୟ କିସ୍ତିରେ ୩୫, ତୃତୀୟ କିସ୍ତିରେ ୪୫ ଓ ଚତୁର୍ଥ କିସ୍ତିରେ ୩୦ ହଜାର ଟଙ୍କା ଆସିଥିଲା। ହିତାଧିକାରୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘରକାମ କରିଥିଲେ। ବ୍ଲକରୁ ଅଧିକାରୀ ଆସି ତଦନ୍ତ କରିଥିଲେ। ନିର୍ମାଣାଧୀନ ଘର ସହିତ ହିତାଧିକାରୀଙ୍କ ଫଟୋ ନେଇଥିଲେ। ଶେଷରେ ସରକାରଙ୍କ ନିୟମ ଅନୁଯାୟୀ ପୁରସ୍କାର ରାଶି ବାବଦକୁ ୨୦ ହଜାର ଟଙ୍କା ପାଇଥିଲେ। ଏବେ ବିଡିଓ ଜଗଦ୍ଦେବ ସେମାନଙ୍କୁ ଚିଠି କରି ଟଙ୍କା ଫେରାଇବାକୁ କହୁଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭୁଲ ବଶତଃ ତୁମମାନଙ୍କ ବ୍ୟାଙ୍କ ଖାତାକୁ ଅନ୍ୟ ଲୋକଙ୍କ ଟଙ୍କା ଚାଲିଆସିଥିଲା। ତେଣୁ ସେ ସେ ଟଙ୍କାକୁ ଫେରାଇବାକୁ ବିଡିଓ ବାଧ୍ୟ କରୁଛନ୍ତି ବୋଲି ହିତାଧିକାରୀମାନେ କହିଛନ୍ତି। ତେବେ ସେମାନେ ଅତ୍ୟନ୍ତ ଗରିବ ଲୋକ ହୋଇଥିଲାବେଳେ ଟଙ୍କା କେଉଁଠୁ ଆଣିବେ ବୋଲି କହିବା ସହ ବିଡିଓ କିପରି ବିଲ କରୁଥିଲେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ଉଭୟ ପକ୍ଷ ବିଡିଓଙ୍କ ନିକଟକୁ ଯାଇ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବେ। ଅନ୍ୟପକ୍ଷରେ ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri