Odisha Elections 2024

ଶ୍ରୀମନ୍ଦିର ରତ୍ନଭଣ୍ଡାର: ତେଜିଲା ରାଜନୀତି

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ପୁଣି ରାଜନୀତି ଆରମ୍ଭ ହୋଇଛି। ଚାବି ହଜିବା ଘଟଣାର ସାଢ଼େ ୪ ବର୍ଷ ପରେ ଜଷ୍ଟିସ୍‌ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ ନ ହେବା ଓ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଜବାବ ତଲବ ପରେ ସରକାରଙ୍କୁ ବିରୋଧୀ ପୁଣି ଆକ୍ରମଣ କରିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଭାଜପା ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଗୁରୁବାର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି, ଓଡ଼ିଆ ଜାତିର ଆରାଧ୍ୟ ଦେବତା ଓ ସମଗ୍ର ବିଶ୍ୱ ଯେଉଁ ପ୍ରଭୁଙ୍କୁ ପୂଜା କରୁଛି ତାଙ୍କର ଅମୂଲ୍ୟ ସମ୍ପତ୍ତି ସୁରକ୍ଷିତ ନେଇ ୧୯୫୫ରେ ଆଇନ ପ୍ରଣୟନ କରାଯାଇଥିଲା। ଏପ୍ରିଲ ୩, ୨୦୧୮ରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ବଡ଼ ଅନୁଧ୍ୟାନକାରୀ ଦଳ ଧଳାଲୁଗା ପିନ୍ଧି ଅରୁଆ ଖାଇ କୂଅରେ ଗାଧୋଇ ମନ୍ଦିର ଭିତରକୁ ପ୍ରବେଶ କଲେ। ହେଲେ ରତ୍ନଭଣ୍ଡାର ଖୋଲିବା ପାଇଁ ପାଖରେ ଚାବିକାଠି ନ ଥିଲା। ତତ୍‌କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ବିବୃତି ଦେଲେ, ରତ୍ନଭଣ୍ଡାର ଚାବି ମିଳୁନି। ଏହାପରେ ସାରା ରାଜ୍ୟରେ ଆନ୍ଦୋଳନ ହେଲା ଓ ପ୍ରତିବାଦର ସ୍ବର ଉଠିଲା। ମୁଖ୍ୟମନ୍ତ୍ରୀଙ୍କ ନଁାରେ ଭାଜପା ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ବି ପୋଲିସ ମାମଲା ରୁଜୁ କଲା ନାହିଁ। ଭାଜପାର ତୀବ୍ର ଆନ୍ଦୋଳନ ପରେ ରାଜ୍ୟ ସରକାର ଜୁନ୍‌ ୬ରେ ଜଷ୍ଟିସ୍‌ ରଘୁବୀର ଦାସ କମିଶନ ଗଠନ କଲେ। କମିଶନଙ୍କ ପାଇଁ ରାଜ୍ୟ ସରକାର ୨୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବାର ୬ମାସ ପରେ ଗୋଟିଏ ରିପୋର୍ଟ ସାମ୍ନାକୁ ଆସିଲା। ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ସେତେବେଳେ ଭାଜପା ମାମଲା ରୁଜୁ କରିବା ପରେ ଜିଲାପାଳ ନାଟକ କରି କହିଲେ, ”ରେକର୍ଡ ରୁମ୍‌ରୁ ଗୋଟିଏ ଡୁପ୍ଲିକେଟ୍‌ ଚାବି ମିଳିଲା।“ ୪୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଓଡ଼ିଶା ସରକାର ରତ୍ନଭଣ୍ଡାର ଚାବିକୁ ହଜେଇ ଦେଇଛନ୍ତି ବୋଲି ୨୦୧୮ରେ ଜଣାପଡ଼ିଲା। ରାଜ୍ୟ ସରକାର ପ୍ରଥମତଃ ସ୍ବୀକାର କଲେ ଅରିଜିନାଲ ଚାବି ହଜିଛି ଓ ଡୁପ୍ଲିକେଟ୍‌ ଚାବି ମିଳିଛି। ଯଦି ପ୍ରକୃତରେ ମୂଳ ଚାବିର ଡୁପ୍ଲିକେଟ୍‌ ହୋଇଥାଏ ତା’ହାଲେ ରତ୍ନଭଣ୍ଡାର ଖୋଲିବାରେ ପ୍ରତିବନ୍ଧକ ରହିଲା କେଉଁଠି। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ୫ ବର୍ଷ ହେଲା ସରକାର ରତ୍ନଭଣ୍ଡାର ଖୋଲୁନାହାନ୍ତି କାହିଁକି। ଯଦି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ପ୍ରକୃତରେ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷା ଦିଗରେ ସାମାନ୍ୟତମ ଚିନ୍ତିତ ତାହାଲେ ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ ବୋଲି ଆଚାର୍ଯ୍ୟ ଦାବି କରିଛନ୍ତି।
ଅନ୍ୟପକ୍ଷରେ ବିଜେଡି ମଧ୍ୟ ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ପାଲଟା ଆକ୍ରମଣ କରିଛି। ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ବିଭିନ୍ନ ସ୍ପର୍ଶକାତର ଘଟଣାରେ ମନଗଢ଼ା କାହାଣୀ କହି ରାଜନୀତି କରିବା ଓଡ଼ିଶା ଭାଜପାର ଅଭ୍ୟାସରେ ପରିଣତ ହୋଇଗଲାଣି। ରତ୍ନଭଣ୍ଡାର ପ୍ରସଙ୍ଗରେ ଭାଜପା ଯେଉଁ କାହାଣୀ ଶୁଣାଇଛି, ତାହା ଦେଖି ମନେହେଉଛି ଓଡ଼ିଶା ଭାଜପା ନେତାଙ୍କର ମଧ୍ୟ ସ୍ମୃତି ବିଭ୍ରମ ଘଟିଲାଣି। ସେମାନେ ସମ୍ଭବତଃ ଜାଣିନାହାନ୍ତି ଯେ ଆଜି ନୁହେଁ, ୧୯୮୫ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲା ହୋଇନାହିଁ। କାରଣ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ମିଳିତ ସରକାରରେ ଆଇନ ମନ୍ତ୍ରୀ ଥିବା ନିଜ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ରତ୍ନଭଣ୍ଡାର ଖୋଲା ନ ହେବା ପାଇଁ ଭାଜପା ପରୋକ୍ଷରେ ଦାୟୀ କରିଛି। ରାଜନୀତି କରିବା ପାଇଁ ବିରୋଧୀ ଦଳ ପାଖରେ ଅନେକ ପ୍ରସଙ୍ଗ ଅଛି। ମାତ୍ର ସେପରି ନ କରି ଟାଣିଓଟାରି ବିଭିନ୍ନ ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରୁଛନ୍ତି ଏବଂ ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳୁଛନ୍ତି। ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେନାହିଁ ବୋଲି ଲେନିନ୍‌ କହିଛନ୍ତି।
କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ଯଦି ସରକାର ଟ୍ରାନ୍ସପରେନ୍ସିରେ ବିଶ୍ୱାସ କରନ୍ତି ତେବେ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ଦରକାର। ଚାବି ଅଛି କି ନାହିଁ, ରତ୍ନଭଣ୍ଡାରରେ ରତ୍ନ ଅଛି କି ନାହିଁ ତାହା ଓଡ଼ିଶା ଜନସାଧାରଣଙ୍କର ଜାଣିବାର ଅଧିକାର ରହିଛି। ମନ୍ଦିର କଥାକୁ ଯେତିକି ଗୁରୁତର ସହ କରିବା କଥା ତାହା କରୁନାହାନ୍ତି ବୋଲି ବିଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଟଡିହୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏସବୁ ପ୍ରତିଶ୍ରୁତି, କହିଲେ ବିଜେଡି ଆସିଲେ…

ହାଟଡିହୀ,୧୯ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଛେନାପଦୀଠାରେ ନିର୍ବାଚନୀ ପ୍ରଚାର ଏବଂ ବୈଠକରେ ଯୋଗ ଦେଇ ବିଜେଡିକୁ ଆଶୀର୍ବାଦ କରିବାକୁ...

ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଲଗାତର ତିନିଦିନ କରିବେ ପ୍ରଚାର

ଭୁବନେଶ୍ୱର,୧୯।୫: ପୁଣି ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏଥର ରାହୁଲ ଓଡ଼ିଶାରେ ବଡ଼ ଛାପ ଛାଡିବାକୁ ଯୋଜନା କରିଛନ୍ତି।...

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ମୋରଡ଼ା ଭାଜପା, ଏଥିରେ ରହିଛି ୧୫ ବଡ଼ ପ୍ରତିଶ୍ରୁତି…

ମୋରଡ଼ା,୧୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ଜୁନ୍‌ ୧ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଭାଜପା ସଜବାଜ ହେବା...

ପୁରୀରେ ରୋଡ ଶୋ’ ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦି

ପୁରୀ,୧୯।୫: ରବିବାର ତୃତୀୟ ଥର ପାଇଁ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ଶ୍ରୀଜିଉଙ୍କ ଦର୍ଶନ ସହ ଶ୍ରୀକ୍ଷେତ୍ରରେ ରୋଡ୍‌ ସୋ...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

ଭାଜପାରେ ମିଶିଲେ ସମୀର

ଭୁବନେଶ୍ୱର,୧୯ା୫: ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ରବିବାର ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ଆଜି ସକାଳେ ସେ ତାଙ୍କ ପ୍ରାଥମିକ ସଦସ୍ୟ...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri