Posted inଜାତୀୟ

ସିଏଜି ତ୍ରୁଟି ଦେଖାଇଥିଲେ, ମନ୍ତ୍ରୀ ଦୋହରାଇଲେ

ନୂଆଦିଲ୍ଲୀ,୫ା୬: ବାଲେଶ୍ୱର ଜିଲା ବାହାନଗା ୩ ରେଳ ଦୁର୍ଘଟଣାର ମୂଳ କାରଣ ଚିହ୍ନଟ କରାଯାଇଛି ଏବଂ ଶୀଘ୍ର ଏକ ରିପୋର୍ଟରେ ଏହା ପ୍ରଘଟ ହେବ ବୋଲି ରବିବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ‘ଇଲେକ୍ଟ୍ରୋନିକ୍‌ ଇଣ୍ଟରଲକିଂ’ରେ ପରିବର୍ତ୍ତନ ଓ ସିଗ୍‌ନାଲ ତ୍ରୁଟି ଯୋଗୁ ଏଭଳି ଘଟିଥିବା ସେ ପ୍ରକାଶ କରିଛନ୍ତି। ରେଲଓ୍ବେ ବୋର୍ଡ ମଧ୍ୟ ଦୁର୍ଘଟଣା ପଛର କାରଣ ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରଦାନ କରିଛି। କିନ୍ତୁ ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବରରେ ପାର୍ଲାମେଣ୍ଟରେ ଉପସ୍ଥାପିତ ଏକ ଅଡିଟ୍‌ ରିପୋର୍ଟରେ ରେଳ ସୁରକ୍ଷାରେ ଥିବା ଅନେକ ତ୍ରୁଟି ସମ୍ପର୍କରେ ଅବତାରଣା କରାଯାଇଥିଲା। କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି) ଏଥିରେ ରେଳ ସୁରକ୍ଷାର ତ୍ରୁଟିକୁ ପଦାରେ ପକାଇଥିଲେ। ମୋଦି ସରକାରଙ୍କ ଅମଳରେ କ୍ରମାଗତ ଭାବେ ରେଲଓ୍ବେ ପାଇଁ ପାଣ୍ଠି କମିବା ଏବଂ ମିଳୁଥିବା ଅର୍ଥର ବିନିଯୋଗ ହୋଇ ନ ପାରିବା ଅନେକ ପ୍ରଶ୍ନ ଛିଡ଼ା କରିଛି। ସିଏଜିଙ୍କ ରିପୋର୍ଟକୁ ଗୁରୁତ୍ୱ ଦିଆଯାଇ ନ ଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।
୨୦୨୨ ସେପ୍ଟେମ୍ବରରେ ସିଏଜିଙ୍କ ଭାରତୀୟ ରେଳପଥ ସମ୍ପର୍କିତ ଅଡିଟ୍‌ ରିପୋର୍ଟ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇଥିଲା। ଏଥିରେ ଟ୍ରେନ୍‌ ଲାଇନ୍‌ଚ୍ୟୁତ ଓ ଧକ୍କା ହେବା ଭଳି ଦୁର୍ଘଟଣା ଏଡ଼ାଇବା ଲାଗି ଅନେକ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେଗୁଡ଼ିକୁ ରେଳ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିନାହିଁ। ଏପରି କି ପରିଦର୍ଶନର ଅଭାବ, ଦୁର୍ଘଟଣାଗୁଡ଼ିକ ପରେ ତଦନ୍ତ ରିପୋର୍ଟ ଦାଖଲ ଏବଂ ସେଗୁଡ଼ିକୁ ଗ୍ରହଣ କରିବାରେ ବିଫଳତା, ରେଲଓ୍ବେ ପାଣ୍ଠିକୁ ପ୍ରାଥମିକତା ଦେଇ ବିନିଯୋଗ କରା ନ ଯିବା, ଟ୍ରାକ୍‌ ନବୀକରଣ ପାଇଁ ପାଣ୍ଠି ହ୍ରାସ ଏବଂ ସୁରକ୍ଷା କାର୍ଯ୍ୟ ତଦାରଖ ସକାଶେ କର୍ମଚାରୀ ଅଭାବକୁ ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି ସିଏଜି ଦର୍ଶାଇଥିଲେ। ରେଳପଥର ଭୌଗୋଳିକ ଓ ଢାଞ୍ଚାଗତ ସ୍ଥିତି ଅନୁଧ୍ୟାନ ପାଇଁ ଆବଶ୍ୟକ ଟ୍ରାକ୍‌ ରେକର୍ଡିଂ କାର୍‌ସ ୩୦%ରୁ ୧୦୦% ଅଭାବ ଥିବା ସିଏଜି କହିଥିଲେ। ସେହିପରି ଟ୍ରାକ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ (ଟିଏମ୍‌ଏସ୍‌)ର ବିଫଳତାକୁ ମଧ୍ୟ ରେଖାଙ୍କିତ କରିଥିଲେ। ଟିଏମ୍‌ଏସ୍‌ ହେଉଛି ଏକ ଓ୍ବେବ୍‌ଭିତ୍ତିକ ଆପ୍ଲିକେଶନ୍‌, ଯାହାକି ଟ୍ରାକ୍‌ ରକ୍ଷଣାବେକ୍ଷଣ କାର୍ଯ୍ୟର ଅନ୍‌ଲାଇନ୍‌ ମନିଟରିଂ କରିଥାଏ। ସେଥିରେ ଥିବା ଇନ୍‌-ବିଲ୍ଟ ମନିଟରିଂ ବ୍ୟବସ୍ଥା ଟିଏମ୍‌ଏସ୍‌ ପୋର୍ଟାଲ କାର୍ଯ୍ୟ କରୁ ନ ଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା।
୨୦୧୭ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ୪୨୨ଟି ଟ୍ରେ୍‌ନ୍‌ ଲାଇନ୍‌ଚ୍ୟୁତ ହେବା ପଛରେ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟକୁ ଦାୟୀ କରାଯାଇଥିଲା। ଟ୍ରାକ୍‌ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ୧୭୧ ଦୁର୍ଘଟଣା ଘଟିଥିବା କୁହାଯାଇଥିଲା। ସେହିପରି ଟ୍ରାକ୍‌ ବିଚ୍ୟୁତି ମଧ୍ୟ ଅନୁମତିଯୋଗ୍ୟ ସୀମାରୁ ଅଧିକ (୧୫୬ ମାମଲା) ଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଖରାପ ଚାଳନା/ ଅତ୍ୟଧିକ ଦ୍ରୁତଗତିକୁ ମଧ୍ୟ ଟ୍ରେନ୍‌ ପଥଚ୍ୟୁତ ହେବାର ବଡ଼ କାରଣ ବୋଲି କୁହାଯାଇଥିଲା। ୨୭୫ ମାମଲା ପାଇଁ ‘ଅପରେଟିଂ ଡିପାର୍ଟମେଣ୍ଟ’କୁ ଦାୟୀ କରାଯାଇଥିଲା। ପଏଣ୍ଟ ସେଟିଂରେ ତ୍ରୁଟି ଓ ଅନ୍ୟ ଭୁଲ୍‌ଗୁଡ଼ିକ ଯୋଗୁ ୮୪% ଦୁର୍ଘଟଣା ଘଟିଥିବା ସିଏଜି ଜାଣିବାକୁ ପାଇଥିଲେ। ରୁଲ୍ସ ଆଣ୍ଡ୍‌ ଜଏଣ୍ଟ ପ୍ରୋସିଡ୍ୟୁର ଅର୍ଡର୍ସ (ଜେପିଓ), କର୍ମଚାରୀଙ୍କୁ ତାଲିମ ଓ କାଉନ୍‌ସେଲିଂ, ଅପରେଶନ୍‌ର ତଦାରଖ, କର୍ମଚାରୀଙ୍କ ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ତଥା ଯୋଗାଯୋଗ ଏବଂ ନିର୍ଦ୍ଧାରିତ ପରିଦର୍ଶନରେ ଏକକାଳୀନ
ବିଫଳତା ହେତୁ ଅଧିକାଂଶ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେଉଥିବା ରିପୋର୍ଟରେ ଦର୍ଶାଯାଇଥିଲା। ୬୩% ତଦନ୍ତ ରିପୋର୍ଟକୁ ଉପଯୁକ୍ତ ସମୟରେ ଦାଖଲ କରାଯାଇ ନ ଥିଲା। ୪୯% ମାମଲାରେ ରିପୋର୍ଟଗୁଡ଼ିକୁ ଗ୍ରହଣକାରୀ ଅଧିକାରୀ ବିଳମ୍ବରେ ଗ୍ରହଣ କରିଥିଲେ।
ଉକ୍ତ ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଥିଲା ଯେ, ରାଷ୍ଟ୍ରୀୟ ରେଳ ସଂରକ୍ଷକ କୋଷରୁ ଦିଆଯାଉଥିବା ପାଣ୍ଠିକୁ ୨୦୧୭-୧୮ରୁ କ୍ରମାଗତ ୫ ବର୍ଷ ଧରି ହ୍ରାସ କରିଦିଆଯାଇଥିଲା। ଟ୍ରାକ୍‌ ନବୀକରଣ ପାଣ୍ଠିକୁ ମଧ୍ୟ କମାଯାଇଥିଲା। ପୂର୍ବରୁ ଯେଉଁ ପରିମାଣର ଅର୍ଥ ଦିଆଯାଇଥିଲା, ତାକୁ ମଧ୍ୟ ସମ୍ପୂର୍ଣ୍ଣ ବିନିଯୋଗ କରାଯାଇ ନ ଥିଲା ବୋଲି ସିଏଜି କହିଥିଲେ।
୨୦୧୭-୨୧ ମଧ୍ୟରେ ଘଟିଥିବା ୨୮୯ଟି ଲାଇନ୍‌ଚ୍ୟୁତ ଘଟଣାର ୨୬% ଟ୍ରାକ୍‌ ରିନ୍ୟୁଆଲ ସହ ଜଡ଼ିତ ଥିଲା। ୨,୯୦୮ ମାନବଯୁକ୍ତ ଲେଭଲ କ୍ରସିଂକୁ ହଟାଇବା ପାଇଁ ୨୦୧୮-୨୧ରେ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସେଥିରୁ ୭୦% ଅର୍ଥାତ୍‌ ୨,୦୫୯ଟିକୁ ହଟାଯାଇଥିଲା। ବିଭିନ୍ନ ବର୍ଗରେ ନିଯୁକ୍ତି ଲାଗି ଆବଶ୍ୟକ ପଦକ୍ଷେପ ମଧ୍ୟ ନିଆଯାଇ ନ ଥିଲା। ଏଥିଯୋଗୁ ରକ୍ଷଣାବେକ୍ଷଣର ଗୁଣବତ୍ତା ପ୍ରଭାବିତ ହୋଇଥିଲା ବୋଲି ସିଏଜି ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

ଗୟାରେ ଗର୍ଜିଲେ ମୋଦି, ବିରୋଧୀଙ୍କୁ କଲେ ଟାର୍ଗେଟ

ଗୟା,୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଗୟାଠାରେ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି ଏବଂ କିଛି ସମୟ ପରେ ପ୍ରଧାନମନ୍ତ୍ରୀ...

୧୨ ତମ ତାଲିକାରେ ୪ ରାଜ୍ୟ ପାଇଁ ୭ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଦ୍ୱାଦଶ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୪ଟି ରାଜ୍ୟରେ ୭ଟି ଆସନ...

ଆପଣଙ୍କ ପରାମର୍ଶ ଆମର ଆବଶ୍ୟକ ନାହିଁ, ବାବା ରାମଦେବ, ବାଲକ୍ରିଷ୍ଣାଙ୍କୁ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ପତଞ୍ଜଳିର ଭ୍ରମାତ୍ମକ ବିଜ୍ଞାପନ ପ୍ରସଙ୍ଗରେ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ଶୁଣାଣି ସମୟରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅମାନୁଲ୍ଲାଙ୍କ ବେଞ୍ଚ ବାବା...

ନିର୍ବାଚନ ପ୍ରଚାର ପାଇଁ ବଢିଲା ୪୦% ଘରୋଇ ବିମାନ ଚାହିଦା

ନୂଆଦିଲ୍ଲୀ,୧୬ା୪: ଲୋକ ସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନେତା ଓ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନକୁ ପ୍ରଚାରରେ ଯାଉଛନ୍ତି। ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri