Posted inଜାତୀୟ

ପାର୍ଲାମେଣ୍ଟରେ ସୂଚନା ଦେଲେ ପ୍ରତିରକ୍ଷାମନ୍ତ୍ରୀ, କେବଳ ଗ୍ରୁପ୍‌ କ୍ୟାପଟେନ୍‌ ଜୀବିତ…

ନୂଆଦିଲ୍ଲୀ,୯।୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣା ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ଅନ୍ୟ ୧୧ ଅଧିକାରୀମାନେ ଶହୀଦ୍‌ ହୋଇଛନ୍ତି। ରାଓ୍ବତଙ୍କ ସ୍ତ୍ରୀ ମଧୁଲିକା ରାଓ୍ବତଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ତେବେ କେବଳ ଗ୍ରୁ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ ଜୀବିତ ରହିଛନ୍ତି। ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ପ୍ରତିରକ୍ଷାମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଗୁରୁବାର ଲୋକ ସଭାରେ ରାଜନାଥ ସିଂ ଏନେଇ ଏଭଳି କହିଛନ୍ତି। ଏହା ସହିତ ସେ ଶହିଦ୍‌ଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ, ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜେନେରାଲ ରାୱତ ତାଙ୍କ ନିର୍ଦ୍ଧାରିତ ଗସ୍ତରେ ଥିଲେ।

ବୁଧବାର ପୂର୍ବାହ୍ନ ୧୧ଟା ୪୮ରେ ଏମ୍‌ଆଇ-୧୭ ହେଲିକପ୍ଟର ଉଡ଼ାଣ ଆରମ୍ଭ କରିଥିଲା। ଏୟାର ଟ୍ରାଫିକ କଣ୍ଟ୍ରୋଲ ମଧ୍ୟାହ୍ନ ପ୍ରାୟ ୧୨ଟା ୮ରେ ନିୟନ୍ତ୍ରଣ ହରାଇଥିଲା। ଏହା ଜଳି ଉଠିଥିଲା। ପରେ କିଛି ସ୍ଥାନୀୟ ଲୋକ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ନିକଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ପ୍ରଶାସନର ଏକ ଉଦ୍ଧାରକାରୀ ଦଳ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ୱଲିଙ୍ଗଟନ୍‌ ମିଲିଟାରୀ ହସ୍ପିଟାଲକୁ ପଠାଇଥିବା ରାଜନାଥ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ହିଂସା ଭୟ: ଗରମ ପୋଷାକ ବିକ୍ରି କରିବାକୁ ବାହାର ରାଜ୍ୟକୁ ଆସିବେନି ୭୫ ପ୍ରତିଶତ କଶ୍ମୀରବାସୀ

ଶ୍ରୀନଗର,୩।୧୧: ଚଳିତ ଶୀତଋତୁରେ ଗରମ ପୋଷାକ ବିକ୍ରି କରିବାକୁ ୭୫ ପ୍ରତିଶତ କଶ୍ମୀରବାସୀ ବାହାର ରାଜ୍ୟକୁ ଆସିବେନି। ଭିଡ଼ହିଂସା ଭୟ ଯୋଗୁ ସେମାନେ ଏଭଳି ନିଷ୍ପତ୍ତି...

ଶିକ୍ଷାନୁଷ୍ଠାନ ନିକଟରେ ସିଗାରେଟ ବିକ୍ରି-ଧୂମପାନ ବୟସ ୧୮ରୁ ୨୧କୁ ବୃଦ୍ଧି ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ଏସ୍‌ସି…

ନୂଆଦିଲ୍ଲୀ,୨୨।୭ : ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ସିଗାରେଟ ବିକ୍ରି ଏବଂ ଧୂମପାନ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ନେଇ କରାଯାଇଥିବା ଏକ ଆବେଦନ ଉପରେ...

ହାରିବା ଭୟରେ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ବଦଳାଉଛି ଭାଜପା: ସିସୋଡିଆ

ନୂଆଦିଲ୍ଲୀ,୭ ।୪: ରାଜଧାନୀ ଦିଲ୍ଲୀରେ ଗୁରୁବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ...

ମତେ କହୁଛନ୍ତି ପପୁ, ମୋ ବୁଢ଼ୀମାଙ୍କୁ ମଧ୍ୟ କହୁଥିଲେ ଗୁଙ୍ଗି ଗୁଡ଼ିଆ: ରାହୁଲ…

ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସବୁ ଦଳର ରାଜନେତା ’ପପୁ’ ବୋଲି କହୁଥିବାର ଶୁଣିବାକୁ ମିଳୁଛି। ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି...

ସ୍ବାମୀଙ୍କ ମୃତ୍ୟୁ ପରେ ଭୁଶୁଡ଼ି ପଡ଼ିଲା ଘର, ପରେ ଏହି ବୃଦ୍ଧାଙ୍କ ଅବସ୍ଥା ଦେଖିଲେ ଆଖିରେ ଆସିବ ଲୁହ

ରାଞ୍ଚି,୫ା୯: ସ୍ବଚ୍ଛ ଭାରତ ଅଭିଯାନ ଅଧୀନରେ ଗରିବ ଲୋକଙ୍କୁ ଶୌଚାଳୟ ମିଳୁଛି। ମାତ୍ର କାହା ପାଇଁ ଏହି ଶୌଚାଳୟ ମଧ୍ୟ ମୁଣ୍ଡ ଗୁଞ୍ଜିବାର ରାହା ପାଲଟିଛି।...

ଦୁର୍ଗାପୁରରେ ନିର୍ମାଣ ହେବ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ, ଶକ୍ତି କ୍ଷେତ୍ରରେ ୧୧,୯୦୦ କୋଟି ନିବେଶ…

କୋଲକାତା,୪।୧୨ : ପଶ୍ଚିମବଙ୍ଗ ସରକାର ଦୁର୍ଗାପୁରରେ ଗ୍ରାନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ରାଜ୍ୟଶକ୍ତି ମନ୍ତ୍ରୀ ଅରୁପ ବିଶ୍ୱାସ ସୂଚନା ଦେଇଛନ୍ତି ଯେ...

ପ୍ରଥମେ ପ୍ରତିଶ୍ରୁତି ପରେ ଦୁର୍ନୀତି କରିଥାଏ କଂଗ୍ରେସ, କହିଲେ ପ୍ରଧାନମନ୍ତ୍ରୀ…

ଡେରାଡୁନ୍‌, ୧୨।୨ : କଂଗ୍ରେସ ପ୍ରଥମେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ପରେ ଦୁର୍ନୀତି କରିଥାଏ। ଉତ୍ତର।ଖଣ୍ଡ ବିଧାନସଭା ପ୍ରଚାରରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଚେନ୍ନାଇ ପୋଲିସର ଆଉ ଏକ ରୂପ

ଚେନ୍ନାଇ,୧୩।୮: କରୋନା ଭାଇରସ ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଧନୀଠାରୁ ଗରିବ ସମସ୍ତେ ଏବେ ଏହାସହ ଲଢି ଚାଲିଛନ୍ତି। ଏହି ଅଦୃଶ୍ୟ ଯୁଦ୍ଧରେ...

Advertisement
Archives

Model This Week