ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ଶୁଭାରମ୍ଭ କଲେ ମନ୍ତ୍ରୀ

ପୋଲସରା,୬ା୧(ଡି.ଏନ୍‌.ଏ.): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଶୁକ୍ରବାର ପୋଲସରା କାଳୀ ମନ୍ଦିର ସାହି ରାସ୍ତା ନିକଟରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ସୁଲଭ ସ୍ବାସ୍ଥ୍ୟ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ଅଧୀନରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ସ୍ବେଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ହେବ।

ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଗୁଣାତ୍ମକମାନର ସୁବିଧା ଯୋଗାଇ ଦିଆଯିବ। ଏହା ସହିତ ରୋଗୀଙ୍କୁ ବୌଦ୍ଧିକ ତଥା ଯୋଗ ଓ ଫିଜିଓଥେରାପି ଚିକିତ୍ସା ମଧ୍ୟ ପ୍ରଦାନ କରାଯିବ। ସ୍ବାସ୍ଥ୍ୟ କେନ୍ଦ୍ର ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ଏବଂ ଓ ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏହା ସହିତ ରବିବାର ସମେତ ସରକାରୀ ଛୁଟି ଦିବସରେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ବହିଃଚିକିତ୍ସା ସେବା ଯୋଗାଇ ଦିଆଯିବ। ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ବହିଃଚିକିତ୍ସା ସେବା ମଧ୍ୟରେ ନିରାମୟ ଔଷଧ ବିତରଣ, ରକ୍ତ ମଳମୁତ୍ର ପରୀକ୍ଷା ସମେତ ସଚେତନତା କର୍ମଶାଳା ବ୍ୟବସ୍ଥା କରାଯାଇଛି।

ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୋଲସରା ବିଡିଓ ତଥା ନଗର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ମୁର୍ମୁ, ଡାକ୍ତର ଲଳିତ ମୋହନ ରଥ, ଡାକ୍ତର ପଙ୍କଜ ପ୍ରଭା ସାହୁ, ଫିଜିଓଥେରାପିଷ୍ଟ ଲିପ୍ସା ସାହୁ, ଯୋଗ ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରଧାନ, ଫାର୍ମାସିଷ୍ଟ ସିତାଂଶୁ କୁମାର ନାୟକ, ନଗରପାଳିକା ସଙ୍ଗୀତା ବେହେରା, ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଏମ୍‌ପିଙ୍କ ପ୍ରତିନିଧି ମୋତିରାମ୍‌ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଦିନ ମଧ୍ୟରେ ଶୁଭେନ୍ଦୁ ସରକାରଙ୍କ ପ୍ରଥମ ୟୁ-ଟର୍ଣ୍ଣ, ଗଣମାଧ୍ୟମକୁ ନେଇ ନେଲେ ଏଭଳି ନିଷ୍ପତ୍ତି

କୋଲକାତା,୨୨।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଭାଜପା ସରକାର ପଶ୍ଚିମବଙ୍ଗରେ ଦାୟିତ୍ୱ ଗ୍ରହଣ କରିବାର ୧୨ ଦିନ ବିତିଗଲାଣି। ଏହି ସମୟ ମଧ୍ୟରେ ପ୍ରଶାସନ ଦ୍ରୁତ ଗତିରେ ନିଷ୍ପତ୍ତି…

ଜାରି ହେଲା ପେଟ୍ରୋଲ-ଡିଜେଲର ନୂଆଦର, କେଉଁଠି କମିଲା ତ କେଉଁଠି ବଢ଼ିଲା?

ନୂଆଦିଲ୍‌ଲୀ,୨୨।୫: ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ମଧ୍ୟରେ, ଦେଶର ସରକାରୀ ତୈଳ କମ୍ପାନୀଗୁଡ଼ିକ ଆଜି ପେଟ୍ରୋଲ ଏବଂ ଡିଜେଲର ନୂତନ ଦର ପ୍ରକାଶ କରିଛନ୍ତି।…

ଯୁଦ୍ଧ ରୋକିବା ପାଇଁ ୪ଟି ସର୍ତ୍ତ ଜାରି କଲେ ଟ୍ରମ୍ପ, ବଡ଼ ଧମକ ଦେଇ କହିଲେ- ଇରାନ ନ ମାନିଲେ…

ନୂଆଦିଲ୍ଲୀ,୨୨।୫: ମଧ୍ୟପ୍ରାଚ୍ୟ ଆଉ ଏକ ଯୁଦ୍ଧର ଆଶଙ୍କାରେ ପଡ଼ିପାରେ। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ବିପଦରେ ପଡ଼ିଛି, ଏବଂ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇପାରେ।…

୨ ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଯାଇଥିଲେ ବ୍ୟକ୍ତି, ଜାଲ ପକାଇ ମୃତଦେହକୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ନନ୍ଦପୁର/ ପାଡୁଆ, ୨୨।୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ…

ଆସୁଛି ଲଘୁଚାପ, ଏହି ଦିନଠୁ ପ୍ରବଳ ବର୍ଷିବ

ଭୁବନେଶ୍ବର,୨୨ା୫: ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ…

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

୨୩ରେ ସମ୍ମାନିତ ହେବେ ୯୦%ରୁ ଅଧିକ ମାର୍କ ରଖିଥିବା ୮୪ ଛାତ୍ରୀଛାତ୍ର, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ…

ଭବାନୀପାଟଣା,୨୨।୫(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଗତି ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୩ ତାରିଖ ଶନିବାର ଭବାନୀପାଟଣା ଟାଉନ ହଲରେ ଭବ୍ୟ ସମ୍ବର୍ଦ୍ଧନା ସଭା ମେଧା…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri