ବିସ୍ଥାପିତଙ୍କୁ ଥଇଥାନ ନ କରି ଖଣି କାର୍ଯ୍ୟ

ସୁନ୍ଦରଗଡ଼,୨୮ା୫(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଡୁଲିଙ୍ଗାଠାରେ ଏନ୍‌ଟିପିସି ପକ୍ଷରୁ କୋଇଲା ଖଣି ଆରମ୍ଭ ହୋଇଛି। ଏଥିପାଇଁ ବିସ୍ଥାପିତ ହେବାକୁ ଥିବା ଖପୁରୀକଚ୍ଛାର ୬୪ପରିବାରଙ୍କୁ କ୍ଷତିପୂରଣ ଓ ଥଇଥାନ ନ କରି ଖଣି ଖନନ କାର୍ଯ୍ୟ ଚାଲୁଥିବା ଯୋଗୁଁ କୋଇଲା ଧୂଳି ଧୂଆଁରେ ଗ୍ରାମବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ, ବିସ୍ଥାପନ ଓ ଥଇଥାନ ପରେ ଖଣି କାର୍ଯ୍ୟ କରାଯିବା କଥା। ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ବିସ୍ଥାପିତଙ୍କ ଦାବି ପୂରଣ ନ କରି ଗାଁ ଚାରିପଟେ ପାହାଡ଼ ଭଳି ଓଭର ବର୍ଡନ କୋଇଲା ଓ ମାଟି ଗଦା କରୁଛି। ଧୂଳି, ଧୂଆଁ ସବୁ ଉଡ଼ି ଲୋକଙ୍କ ଘର ଭିତରେ ପସି ଆସବାବପତ୍ର ସବୁ କଳା ପଡ଼ିଯାଉଛି। ସେପଟେ କ୍ଷତି ପୂରଣ ମିଳି ନ ଥିବାରୁ ଲୋକେ ଗଁା ଛାଡ଼ି ଯିବାକୁ ରାଜି ନାହାନ୍ତି। ଅନ୍ୟ ପଟେ କମ୍ପାନୀ କହୁଛି ପ୍ରଥମେ ଘର ଛାଡ଼, ତାପରେ କ୍ଷତି ପୂରଣ ଦିଆଯିବ। କମ୍ପାନୀ କଥା ଶୁଣି ଗ୍ରାମର ୩୨ପରିବାର କ୍ଷତି ପୂରଣ ନ ପାଇ ମଧ୍ୟ ଗାଁ ଛାଡ଼ି ଗଲେଣି। ହେଲେ ୬୪ପରିବାର କ୍ଷତି ପୂରଣ ନ ମିଳିଲେ ଗାଁ ଛାଡ଼ିବୁ ନାହିଁ ବୋଲି କହିଛନ୍ତି। କମ୍ପାନୀର ଏଭଳି ମନମାନୀ କାର୍ଯ୍ୟ ବିରୁଦ୍ଧରେ ଗ୍ରାମବାସୀ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କମିଶନ ରିପୋର୍ଟ ତଲବ କରିଛନ୍ତି। ରିପୋର୍ଟ ନ ମିଳିବା ଯାଏଁ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ହେଲେ କମ୍ପାନୀ ଏହାକୁ ଅଣଦେଖା କରି କାର୍ଯ୍ୟ ଚଳାଇଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋଇଲା ଉତ୍ତୋଳନ ବେଳେ ବାହାରୁଥିବା ବର୍ଜ୍ୟ କୋଇଲା ଓ ମାଟିକୁ ଗଦା କରିବା ପାଇଁ ଖପୁରୀକଚ୍ଛା ଗାଁ ଓ ଜମିକୁ କମ୍ପାନୀ ଅଧିଗ୍ରହଣ କରିଛି। ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ। ଅତିରିକ୍ତ ଜିଲାପାଳ ଅଭିମନ୍ୟୁ ବେହେରାଙ୍କୁ ପଚାରିବାରୁ ଗାଁ ଲୋକଙ୍କ ସହିତ ଆଲୋଚନା ହୋଇଛି। ଆସନ୍ତା ୨ମାସ ମଧ୍ୟରେ ସମସ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri