ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ସମସ୍ତଙ୍କର ଇଚ୍ଛା ଥାଏ। କିନ୍ତୁ ଏ ସୌଭାଗ୍ୟ ସମସ୍ତଙ୍କୁ ମିଳେନା। ତେବେ ବାସ୍ତୁଶାସ୍ତ୍ରରେ ଏମିତି କିଛି ନିୟମ ରହିଛି; ଯାହାକୁ ମାନିଲେ ସମ୍ପର୍କରେ ନିବିଡ଼ତା ଆସିବା ସହ ଦାମ୍ପତ୍ୟ ଜୀବନରେ ସୁଖ ଭରି ଯାଇଥାଏ। ଯେମିତିିକି: ପତ୍ନୀପତିଙ୍କର ବେଡ୍ରୁମ୍ ଉତ୍ତର-ପଶ୍ଚିମ ଦିଗରେ ରହିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ। ସେମାନଙ୍କ ବେଡ୍ରୁମ୍ର କାନ୍ଥରେ ହାଲ୍କା ରଙ୍ଗର ପ୍ରୟୋଗ କରିବା ବି ଅନେକ ଶୁଭଫଳ ଦେଇଥାଏ। ସେହିପରି ପତ୍ନୀଙ୍କୁ ବେଡ୍ର ବାମ ପଟେ ଏବଂ ପତିଙ୍କୁ ବେଡ୍ର ଡାହାଣ ପଟେ ଶୋଇବା ଦରକାର। ଏହାଦ୍ୱାରା ସମ୍ପର୍କରେ ଭଲ ପାଇବା ବଢିଥାଏ। ପତ୍ନୀପତି ଚାହିଁଲେ ବେଡ୍ରୁମ୍ରେ ଯୋଡ଼ା ହଂସର ଫଟୋ କିମ୍ବା ଚିତ୍ରକୁ ମଧ୍ୟ ଲଗାଇପାରିବେ। କୁହାଯାଏ, ଏହାଦ୍ୱାରା ଘରେ ସକାରାତ୍ମକ ଉର୍ଜ୍ଜା ବଢିବା ସହ ସମ୍ପର୍କ ଦୃଢ ହୁଏ। ଅନ୍ୟପକ୍ଷେ, ଦମ୍ପତିଙ୍କୁ ସର୍ବଦା ଦକ୍ଷିଣ ଦିଗକୁ ମୁଣ୍ଡ ଏବଂ ଉତ୍ତର ଦିଗକୁ ଗୋଡ଼ କରି ଶୋଇବା ଦରକାର। କାରଣ ଏହାଦ୍ୱାରା ଶରୀର ଭଲ ରହିବା ସହ ସମ୍ପର୍କ ନିବିଡ଼ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆଉ ସବୁଠୁ ବଡ଼ କଥା ହେଉଛି ସୁଖୀ ଦାମ୍ପତ୍ୟ ପାଇଁ ପତ୍ନୀପତିଙ୍କ ଭିତରେ ବିଶ୍ୱାସ ଓ ଉତ୍ତମ ବୁଝାମଣା ରହିବା ନିତ୍ୟାନ୍ତ ଆବଶ୍ୟକ।
Posted inଜୀବନଚର୍ଯ୍ୟା View All

ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା
ଅମୃତଭଣ୍ଡାରେ ଅନେକ ଉପକାରୀ ଗୁଣ ଭରି ରିହିଛି । ଏହାକୁ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ। ଜାଣନ୍ତୁ...

ଡାର୍କ ସର୍କଲ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…
ଆଖିତଳେ କଳାଦାଗ ବା ଡାର୍କ ସର୍କଲ ଅନେକଙ୍କୁ ସମସ୍ୟାରେ ପକାଇଥାଏ। ସମୟର ଅଭାବରୁ ଅନେକ ନିଜ ଶରୀରର ଯତ୍ନ ନେଇପାରନ୍ତି ନାହିଁ। ଫଳରେ ଆଖି ତଳେ...

ମେଦବହୁଳତା ନିୟନ୍ତ୍ରଣ ଲାଗି ସଚେତନତା ଜରୁରୀ
ମେଦବହୁଳତା ଯୋଗୁ ବର୍ତ୍ତମାନ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାଠାରୁ ଯୁବବର୍ଗ ମଧ୍ୟ ବର୍ତ୍ତି ନାହାନ୍ତି। ସାରା ବିଶ୍ୱରେ ମେଦବହୁଳ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ...

ଦିନସାରା ଫ୍ରେଶ୍ ଲାଗିବା ପାଇଁ କରନ୍ତୁ ଏପରି…
ଗାଧୋଇବା ପରେ ପୁରା ଦିନ ଫ୍ରେଶ୍ ଲାଗେ ବୋଲି ଅଧିକାଂଶ ଲୋକଙ୍କର ରହିଛି ବିଶ୍ୱାସ। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍ ଅନୁଭବ...

ଯୋଗ କରିବା ପୂର୍ବରୁ/ପରେ ପାଣି ପିଇବା ଉଚିତ କି ନୁହେଁ? ଜାଣନ୍ତୁ ସଠିକ୍ ନିୟମ…
କହିବାକୁ ଗଲେ ଆଜିକାଲିର ଯୁବପୀଢ଼ି ଯୋଗ ମୁହାଁ। ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ଏହା ଲାଭଦାୟକ ହୋଇ ଥିବାରୁ ସମସ୍ତେ ଯୋଗକୁ ଜୀବନର ଅଂଶ...

ସୂର୍ଯ୍ୟାସ୍ତ ପରେ ଏସବୁ ମନା…
ସୂର୍ଯ୍ୟାସ୍ତ ପରେ ଘଣ୍ଟାଏ ପର୍ଯ୍ୟନ୍ତ କେତେକ କାର୍ଯ୍ୟ ନ କରିବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ସନ୍ଧ୍ୟା ସମୟରେ ଶୋଇଲେ ଖାଦ୍ୟ ଗ୍ରହଣ କଲେ ସ୍ବାସ୍ଥ୍ୟ ଉପରେ...

ସକାଳୁ ଉଠି ନିଶ୍ଚୟ କରନ୍ତୁ ଏହି ୪ କାମ; ସବୁ କାର୍ଯ୍ୟରେ ହେବେ ସଫଳ…
ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ପ୍ରତିଟି ସମସ୍ୟା ଏବଂ ତାର ସମାଧାନର ବାଟ ରହିଛି। ଆଜି ବି ଏହି ଜ୍ଞାନ ଲୋକଙ୍କୁ ଆଗକୁ...

ଦାନ୍ତ ଘଷିଲେ କମେ ହାର୍ଟଆଟାକ୍ ଆଶଙ୍କା !
ଓ୍ବାଶିଂଟନ,୨।୧୨: ଦାନ୍ତ ଘଷିବା ଦ୍ୱାରା ହାର୍ଟଆଟାକ୍ ଆଶଙ୍କା କମେ। ଏନେଇ ନିକଟରେ ଏକ ଗବେଷଣା ଭିତ୍ତିକ ରିପୋର୍ଟ ୟୁରୋପିଆନ୍ ଜର୍ନାଲ୍ ଅଫ୍ ପ୍ରିଭେଣ୍ଟିଭ୍ କାର୍ଡିଓଲୋଜିରେ ପ୍ରକାଶ...