ଅବହେଳିତ ଅବସ୍ଥାରେ ମିନି କୋଣାର୍କ

ଗୋପ,୧୨।୧୨(ଡି.ଏନ୍‌.ଏ): କୋଣାର୍କର ସୂର୍ଯ୍ୟ ମନ୍ଦିର ଭଳି ଗୋପ ବ୍ଲକ ଅଧୀନ ଏରବଙ୍ଗ ପଞ୍ଚାୟତର ବୟାଳିଶବାଟି ଗ୍ରାମରେ ଏକ ମିନି କୋଣାର୍କ ମନ୍ଦିର ରହିଛି। ହେଲେ ଏହି ମନ୍ଦିରଟି ସରକାରଙ୍କ ଦୃଷ୍ଟି ଅଗୋଚରରେ ରହିଯାଇଥିବାରୁ ମନ୍ଦିରର ଅବସ୍ଥା ଅବହେଳିତ ଅବସ୍ଥାରେ ଥିବାବେଳେ ମନ୍ଦିରରେ ଅନାବନା ଲତା ସହିତ ଗଛ ଉଠିଗଲାଣି। ତେଣୁ ଏହାର ରକ୍ଷଣାବେକ୍ଷଣ ସହ ସୁରକ୍ଷା ଆବଶ୍ୟକତା ରହିଛି। ତେଣୁ ଏହି ମନ୍ଦିର ଉପରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଉଠିଛି।
ଲୋକ କଥା ଅନୁଯାୟୀ, ୧୨ଶହ ଖ୍ରୀଷ୍ଟାବ୍ଦ ପୂର୍ବରୁ ଏହି ମିନି କୋଣାର୍କ ମନ୍ଦିର ନିର୍ମାଣ କରାଯାଇଛି। ଯେତେବେଳେ ଲାଙ୍ଗୁଳା ନରସିଂହ ଦେବଙ୍କ ରାଜତ୍ୱ ସମୟରେ କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ କରାଯିବାକୁ ମନ୍ତ୍ରୀ ଶିବେଇ ସାମନ୍ତରାୟ ଦାୟିତ୍ୱ ନେଇଥିଲେ। କିନ୍ତୁ ମନ୍ଦିର ନିର୍ମାଣ ନିମନ୍ତେ ୧୨ଶହ ବଢେଇ ଏହି ବୟାଳିଶବାଟି ଗାଁରେ ରହିଥିଲେ। ସେ ସମୟରେ ଗାଁ ନିକଟରେ ବହି ଯାଇଥିବା ପଥରବୁହା ନାଳରେ ବଡ଼ ବଡ଼ ପଥର ନିଆଯାଉଥିଲା। କିନ୍ତୁ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଯିବାକୁ ଯାଉଥିବା ବଡ଼ବଡ଼ ପଥର ସମୁଦ୍ର ଗର୍ଭରେ ଲୀନ ହୋଇଯିବାରେ ମନ୍ତ୍ରୀ ଶିବେଇ ସାମନ୍ତରାୟ ବଡ଼ ଚିନ୍ତାରେ ଥାଆନ୍ତି। ଦିନେ ମନ୍ତ୍ରୀ ଶିବେଇ ପ୍ରଚଣ୍ଡ ଖରାରେ ତତଲା ବାଲିରେ ଚାଲି ଚାଲି ଆସିବା ସହ ତାଙ୍କୁ ବହୁତ ଭୋକ ଲାଗୁଥିଲା। ମନ୍ତ୍ରୀ ଦେଖିଲେ କିଛି ଦୂରରେ ଏକ ଚାଳ ଛପର ଘର ରହିଛି। ମନ୍ତ୍ରୀ ସେହି ଭଙ୍ଗା ଘରେ ବସିବା ସହ ସେଠାରେ ଉପସ୍ଥିତ ଥିବା ଜଣେ ବୃଦ୍ଧାଙ୍କୁ ଖାଇବାକୁ ମାଗିଥିଲେ। ବୃଦ୍ଧା ମନ୍ତ୍ରୀ ଶିବେଇଙ୍କୁ ଖିରି କରି ଦେଇଥିଲେ। ମାତ୍ର ମନ୍ତ୍ରୀଙ୍କୁ ଭୋକ ହେଉଥିବାରୁ ଗରମ ଖିରିରେ ହାତ ଭର୍ତ୍ତି କରି ଦେବାରେ ହାତ ପୋଡ଼ିଯାଇଥିଲା। ଏହାଦେଖି ବୃଦ୍ଧା ଅଥଳ ସମୁଦ୍ର ଗର୍ଭରେ ପଥର ପକାଇବା ଭଳି ତମେ ଗରମ ଖିରିରେ ସିଧା ହାତ ଭର୍ତ୍ତି କରିବା ବଦଳରେ କଡ଼ରୁ ଖାଇବାକୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ବୃଦ୍ଧା ସେଠାରୁ ଅନ୍ତର୍ଦ୍ଧାନ ହୋଇଯିବା ପରେ ମନ୍ତ୍ରୀଙ୍କ ମୁଣ୍ଡରେ ବୁଦ୍ଧି ପଶିଥିଲା। ମନ୍ତ୍ରୀ ଶିବେଇ ଏ କଥା ରାଜା ଲାଙ୍ଗୁଳା ନରସିଂହ ଦେବଙ୍କୁ କହିବା ସହ ପ୍ରଥମେ ବୟାଳିଶବାଟୀ ଗ୍ରାମରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ମଡେଲ ପ୍ରସ୍ତୁତ କରି ଗୋଟିଏ ମନ୍ଦିର ନିର୍ମାଣ କରିବା ସହ ମା’ ଗଙ୍ଗେଶ୍ବରୀଙ୍କୁ ସ୍ଥାପନା କରିଥିଲେ। ପରେ ଏହି ମଡେଲ ଅନୁସାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ। ସେହିଦିନଠାରୁ ଏହି ମନ୍ଦିରକୁ ମିନି କୋଣାର୍କ ବୋଲି କୁହାଯାଏ। ସେବେଠାରୁ ଏପର୍ଯ୍ୟନ୍ତ ମନ୍ଦିରରେ ମା’ ଗଙ୍ଗେଶ୍ୱରୀଙ୍କୁ ସ୍ଥାନୀୟ ଲୋକେ ପୂଜା କରିଆସୁଛନ୍ତି। ହେଲେ ମନ୍ଦିରଟି ପୁରାତନ ହୋଇଯାଇଥିବାରୁ କିଛି ସ୍ଥାନରେ ଭାଙ୍ଗିରୁଜି ଯାଇଥିବାବେଳେ ଗଛଲତା ମାଡ଼ିଗଲାଣି। ଏହାର ସୁରକ୍ଷା ଆବଶ୍ୟକତା ଥିବାବେଳେ ପ୍ରଶାସନ କି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଏଯାଏ ଏଥିପ୍ରତି ଦୃଷ୍ଟି ପଡ଼ି ନାହିଁ। ଫଳରେ ପୁରାତନ କୀର୍ତ୍ତିରାଜି ଧୀରେ ଧୀରେ ନଷ୍ଟ ହେବା ସହ ଆଉ କିଛି ବର୍ଷ ପରେ ଏହି ମିନି କୋଣାର୍କ ମନ୍ଦିର ଭୁଶୁଡି ପଡିବ ବୋଲି ଗ୍ରାମର ନିରଞ୍ଜନ ସାହୁ, ବିଭୂତି ଭୂଷଣ ସାହୁ, ଆଲୋକ କୁମାର ରାଉତରାୟ ପ୍ରମୁଖ କହିଛନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହାର ସୁରକ୍ଷା କରିବା ସହ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବାକୁ ବୁଦ୍ଧିଜୀବୀ, ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri