ଖଣି ବାବୁଙ୍କ କଳାଧନର ଖୋଲୁଛି ଗୁମର: ୪ କୋଟି ଟଙ୍କାରେ କିଣିଥାନ୍ତେ……

ଭୁବନେଶ୍ୱର,୨୮ା୨(ତ୍ରିନାଥ ମହାନ୍ତି):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ କଳାଧନର ଗୁମର ଫିଟିବାରେ ଲାଗିଛି। ସାଧାରଣ କର୍ମଚାରୀଙ୍କ ଭଳି ବେଶଭୂଷାରେ ଅଫିସ୍‌ ଆସୁଥିବା ଦେବବ୍ରତ କିନ୍ତୁ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ। ଶହୀଦନଗରରେ ବହୁ କୋଟି ମୂଲ୍ୟର ଏକ ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣିବାକୁ ଯୋଜନା କରିଥିଲେ। ଆଇଟି ଓ ଭିଜିଲାନ୍ସ ହାତରେ ଧରା ନ ପଡ଼ିବା ପାଇଁ ବାବୁ ଜଣକ ବିଲ୍ଡରଙ୍କୁ ନଗଦ ଆକାରରେ ଟଙ୍କା ଦେବେ ବୋଲି କହିଥିଲେ। ଅଗ୍ରିମ ଆକାରରେ କୋଟିଏ ଟଙ୍କା ଦେଇଥିବାବେଳେ ୪ କୋଟି ୨୭ ଲକ୍ଷ ୧୩ ହଜାର ୬ଶହ ଟଙ୍କା ଘରେ ଖଣିକରି ରଖିଥିଲେ। ଜଣେ କୋଇଲା ବେପାରୀଙ୍କଠାରୁ ୩୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କର କଳାସାମ୍ରାଜ୍ୟ ପଦାକୁ ଆସିଥିଲା। ଚଢ଼ାଉବେଳେ ଭୁବନେଶ୍ୱରର ପଟିଆ ନେଚର୍ସ କ୍ରେଷ୍ଟ ଆପାର୍ଟମେଣ୍ଟସ୍ଥିତ ତାଙ୍କ ଫ୍ଲାଟ୍‌ରୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସମେତ ୩୦୫.୪୦ ଗ୍ରାମ୍‌ ସୁନା ଓ ୬୦୦ ଗ୍ରାମ୍‌ ରୁପା ଅଳଙ୍କାର ଏବଂ ଅଫିସ ଚାମ୍ବରର ଟେବୁଲ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିଲା। ସେହିପରି ପଟିଆ ଫ୍ଲାଟ୍‌ ସମେତ ପାହାଳରେ ଦୁଇମହଲା କୋଠା, ୩ କୋଟିରୁ ଊର୍ଦ୍ଧ୍ୱ ବ୍ୟାଙ୍କ୍‌ ଓ ଇନ୍ସୁରାନ୍ସ ଜମାକୁ ମିଶାଇ ୧୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି। ତେବେ ଦେବବ୍ରତ ଏହି କଳାଧନ କେଉଁ ଉପାୟରେ ଅର୍ଜନକଲେ ତାହାର ଖୋଳତାଡ଼ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଛି। କୋର୍ଟ ଅନୁମତି ଦେବା ପରେ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବ। ସେହିପରି ବାବୁଙ୍କ ପୂରା କଳା ଚିଠା ଖୋଲିବା ପାଇଁ ଆୟକର ବିଭାଗ ତାଙ୍କ ପରିବାର ଲୋକଙ୍କ ଆକାଉଣ୍ଟ ଏବଂ ସମ୍ପତ୍ତିର ଖୋଳତାଡ଼ କରୁଛି। ଆହୁରି ମଧ୍ୟ ଭିଜିଲାନ୍ସଠାରୁ ତଥ୍ୟ ପାଇବା ପରେ ଇଡି ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଶୁକ୍ରବାର ଇଡି ଅଧିକାରୀ ଭିଜିଲାନ୍ସ ସହ ଆଲୋଚନା କରିଛନ୍ତି।
ବାଲିଘାଟରୁ ଟଙ୍କା ଆଦାୟ ଦାୟିତ୍ୱ ନେଇଥିଲେ ସ୍ଥାନୀୟ ମାଫିଆ
ବାଲିରୁ ମଧ୍ୟ ଉପନିର୍ଦ୍ଦେଶକ ଦେବବ୍ରତ ଭଲ ଆୟ କରୁଥିଲେ। ବାଲିଘାଟରୁ ଟଙ୍କା ନେବା ପାଇଁ କୁଆଡ଼େ ତ୍ରିଶୂଳିଆ ଅଞ୍ଚଳର କିଛି ବାଲିମାଫିଆଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଆର୍‌କ୍ୟୁପି ଓ ଏଜେନ୍ସିମାନେ ବାଲିଘାଟର ମାଇନିଂ ପ୍ଲାନ୍‌ ସହ ଇସି ଦେବାରେ ଲିଜ୍‌ଧାରୀଙ୍କୁ ସହଯୋଗ କରିଥାନ୍ତି। ନିର୍ଦ୍ଦିଷ୍ଟ ଏକ ଏଜେନ୍ସିକୁ କୁଆଡ଼େ ଗୁରୁତ୍ୱ ଦେଇ ପରୋକ୍ଷରେ କଟକ ଜିଲାର ବିଭିନ୍ନ ବାଲିଘାଟରୁ କମ୍‌ ସମୟରେ ଟଙ୍କା ଆଦାୟର ବାଟ ବାହାର କରୁଥିଲେ ଦେବବ୍ରତ, ଯେଉଁଥିପାଇଁ ରାତାରାତି ସେ ଏତେ ପରିମାଣର କଳାଧନ ଅର୍ଜନ କରିଥିଲେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏସବୁ ଖବର ଆଧାରରେ ଭିଜିଲାନ୍ସ, ଆୟକର ବିଭାଗ ଓ ଇଡି ତଦନ୍ତ କରୁଥିବା ସୂଚନା ମିଳିଛି।

ପଟିଆ ସିକ୍ରେଟ୍‌ ଅଫିସ୍‌ରେ ହେଉଥିଲା ଲାଞ୍ଚ କାରବାର

କଟକ ନିର୍ଗୁଣ୍ଡି ଷ୍ଟେଶନରେ ମାଲ୍‌ବାହୀ ୱାଗନ୍‌ରୁ କୋଇଲା ଅନ୍‌ଲୋଡ୍‌ ହୋଇ ଡିପୋକୁ ଯାଇଥାଏ। ଏଥିପାଇଁ ଅନ୍‌ଲାଇନ୍‌ରେ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ କ୍ଲିୟରାନ୍ସ ଦେଇଥାଏ। ଏହି କ୍ଲିୟରାନ୍ସ ଦେବାକୁ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ୩୦ରୁ ୬୦ ହଜାର ଟଙ୍କା ଲାଞ୍ଚ ନେଇଥାନ୍ତି। ଗୋଟିଏ ଦିନ ବିଳମ୍ବ କରିଦେଲେ ପ୍ରାୟ ୧ ଲକ୍ଷ ଟଙ୍କାର କ୍ଷତି ହୋଇଥାଏ। ତେଣୁ ବ୍ୟବସାୟୀମାନେ ବାବୁଙ୍କୁ ଟଙ୍କା ଦେଇ କୁଆଡ଼େ କ୍ଲିୟରାନ୍ସ କରାଉଥିଲେ। ଭୁବନେଶ୍ୱର ପଟିଆରେ ଥିବା ଏକ ଗାଡ଼ି ଶୋ’ରୁମ୍‌ ଅଫିସ ନିକଟରେ ଥିବା ବାବୁଙ୍କ ସିକ୍ରେଟ୍‌ ଚାମ୍ବରରେ ଏସବୁ ଡିଲ୍‌ ହେଉଥିଲା। ଚାମ୍ବର ଭିତରକୁ ମୋବାଇଲ ଫୋନ ଛଡ଼ାଯାଉ ନ ଥିଲା। କେବଳ ପିଅନ ହିଁ ମୋବାଇଲ ନେଇ ଯିବାକୁ ଅନୁମତି ଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଗାଡ଼ିଚାଳକଙ୍କୁ ଗୋଲାପ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଲା ପୁରୁଷୋତ୍ତମପୁର  ପୋଲିସ

ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି…

ମାଛଚାଷରେ ମାଇକ୍ରୋଆଲଗେ ବ୍ୟବହାର, ବାଣିଜ୍ୟ ସମ୍ଭାବନାକୁ ନେଇ…

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ମାଛଚାଷରେ ମାଇକ୍ରୋଆଲଗେର ବ୍ୟବହାର ଓ ଏହାର ବାଣିଜି୍ୟକ ସମ୍ଭାବନାକୁ ନେଇ ଭଞ୍ଜନଗର ନିକଟସ୍ଥ ଦୁବ ଫିସ ଫାର୍ମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri