ଖଣି ବାବୁଙ୍କ କଳାଧନର ଖୋଲୁଛି ଗୁମର: ୪ କୋଟି ଟଙ୍କାରେ କିଣିଥାନ୍ତେ……

ଭୁବନେଶ୍ୱର,୨୮ା୨(ତ୍ରିନାଥ ମହାନ୍ତି):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ କଳାଧନର ଗୁମର ଫିଟିବାରେ ଲାଗିଛି। ସାଧାରଣ କର୍ମଚାରୀଙ୍କ ଭଳି ବେଶଭୂଷାରେ ଅଫିସ୍‌ ଆସୁଥିବା ଦେବବ୍ରତ କିନ୍ତୁ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ। ଶହୀଦନଗରରେ ବହୁ କୋଟି ମୂଲ୍ୟର ଏକ ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣିବାକୁ ଯୋଜନା କରିଥିଲେ। ଆଇଟି ଓ ଭିଜିଲାନ୍ସ ହାତରେ ଧରା ନ ପଡ଼ିବା ପାଇଁ ବାବୁ ଜଣକ ବିଲ୍ଡରଙ୍କୁ ନଗଦ ଆକାରରେ ଟଙ୍କା ଦେବେ ବୋଲି କହିଥିଲେ। ଅଗ୍ରିମ ଆକାରରେ କୋଟିଏ ଟଙ୍କା ଦେଇଥିବାବେଳେ ୪ କୋଟି ୨୭ ଲକ୍ଷ ୧୩ ହଜାର ୬ଶହ ଟଙ୍କା ଘରେ ଖଣିକରି ରଖିଥିଲେ। ଜଣେ କୋଇଲା ବେପାରୀଙ୍କଠାରୁ ୩୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କର କଳାସାମ୍ରାଜ୍ୟ ପଦାକୁ ଆସିଥିଲା। ଚଢ଼ାଉବେଳେ ଭୁବନେଶ୍ୱରର ପଟିଆ ନେଚର୍ସ କ୍ରେଷ୍ଟ ଆପାର୍ଟମେଣ୍ଟସ୍ଥିତ ତାଙ୍କ ଫ୍ଲାଟ୍‌ରୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସମେତ ୩୦୫.୪୦ ଗ୍ରାମ୍‌ ସୁନା ଓ ୬୦୦ ଗ୍ରାମ୍‌ ରୁପା ଅଳଙ୍କାର ଏବଂ ଅଫିସ ଚାମ୍ବରର ଟେବୁଲ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିଲା। ସେହିପରି ପଟିଆ ଫ୍ଲାଟ୍‌ ସମେତ ପାହାଳରେ ଦୁଇମହଲା କୋଠା, ୩ କୋଟିରୁ ଊର୍ଦ୍ଧ୍ୱ ବ୍ୟାଙ୍କ୍‌ ଓ ଇନ୍ସୁରାନ୍ସ ଜମାକୁ ମିଶାଇ ୧୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି। ତେବେ ଦେବବ୍ରତ ଏହି କଳାଧନ କେଉଁ ଉପାୟରେ ଅର୍ଜନକଲେ ତାହାର ଖୋଳତାଡ଼ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଛି। କୋର୍ଟ ଅନୁମତି ଦେବା ପରେ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବ। ସେହିପରି ବାବୁଙ୍କ ପୂରା କଳା ଚିଠା ଖୋଲିବା ପାଇଁ ଆୟକର ବିଭାଗ ତାଙ୍କ ପରିବାର ଲୋକଙ୍କ ଆକାଉଣ୍ଟ ଏବଂ ସମ୍ପତ୍ତିର ଖୋଳତାଡ଼ କରୁଛି। ଆହୁରି ମଧ୍ୟ ଭିଜିଲାନ୍ସଠାରୁ ତଥ୍ୟ ପାଇବା ପରେ ଇଡି ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଶୁକ୍ରବାର ଇଡି ଅଧିକାରୀ ଭିଜିଲାନ୍ସ ସହ ଆଲୋଚନା କରିଛନ୍ତି।
ବାଲିଘାଟରୁ ଟଙ୍କା ଆଦାୟ ଦାୟିତ୍ୱ ନେଇଥିଲେ ସ୍ଥାନୀୟ ମାଫିଆ
ବାଲିରୁ ମଧ୍ୟ ଉପନିର୍ଦ୍ଦେଶକ ଦେବବ୍ରତ ଭଲ ଆୟ କରୁଥିଲେ। ବାଲିଘାଟରୁ ଟଙ୍କା ନେବା ପାଇଁ କୁଆଡ଼େ ତ୍ରିଶୂଳିଆ ଅଞ୍ଚଳର କିଛି ବାଲିମାଫିଆଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଆର୍‌କ୍ୟୁପି ଓ ଏଜେନ୍ସିମାନେ ବାଲିଘାଟର ମାଇନିଂ ପ୍ଲାନ୍‌ ସହ ଇସି ଦେବାରେ ଲିଜ୍‌ଧାରୀଙ୍କୁ ସହଯୋଗ କରିଥାନ୍ତି। ନିର୍ଦ୍ଦିଷ୍ଟ ଏକ ଏଜେନ୍ସିକୁ କୁଆଡ଼େ ଗୁରୁତ୍ୱ ଦେଇ ପରୋକ୍ଷରେ କଟକ ଜିଲାର ବିଭିନ୍ନ ବାଲିଘାଟରୁ କମ୍‌ ସମୟରେ ଟଙ୍କା ଆଦାୟର ବାଟ ବାହାର କରୁଥିଲେ ଦେବବ୍ରତ, ଯେଉଁଥିପାଇଁ ରାତାରାତି ସେ ଏତେ ପରିମାଣର କଳାଧନ ଅର୍ଜନ କରିଥିଲେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏସବୁ ଖବର ଆଧାରରେ ଭିଜିଲାନ୍ସ, ଆୟକର ବିଭାଗ ଓ ଇଡି ତଦନ୍ତ କରୁଥିବା ସୂଚନା ମିଳିଛି।

ପଟିଆ ସିକ୍ରେଟ୍‌ ଅଫିସ୍‌ରେ ହେଉଥିଲା ଲାଞ୍ଚ କାରବାର

କଟକ ନିର୍ଗୁଣ୍ଡି ଷ୍ଟେଶନରେ ମାଲ୍‌ବାହୀ ୱାଗନ୍‌ରୁ କୋଇଲା ଅନ୍‌ଲୋଡ୍‌ ହୋଇ ଡିପୋକୁ ଯାଇଥାଏ। ଏଥିପାଇଁ ଅନ୍‌ଲାଇନ୍‌ରେ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ କ୍ଲିୟରାନ୍ସ ଦେଇଥାଏ। ଏହି କ୍ଲିୟରାନ୍ସ ଦେବାକୁ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ୩୦ରୁ ୬୦ ହଜାର ଟଙ୍କା ଲାଞ୍ଚ ନେଇଥାନ୍ତି। ଗୋଟିଏ ଦିନ ବିଳମ୍ବ କରିଦେଲେ ପ୍ରାୟ ୧ ଲକ୍ଷ ଟଙ୍କାର କ୍ଷତି ହୋଇଥାଏ। ତେଣୁ ବ୍ୟବସାୟୀମାନେ ବାବୁଙ୍କୁ ଟଙ୍କା ଦେଇ କୁଆଡ଼େ କ୍ଲିୟରାନ୍ସ କରାଉଥିଲେ। ଭୁବନେଶ୍ୱର ପଟିଆରେ ଥିବା ଏକ ଗାଡ଼ି ଶୋ’ରୁମ୍‌ ଅଫିସ ନିକଟରେ ଥିବା ବାବୁଙ୍କ ସିକ୍ରେଟ୍‌ ଚାମ୍ବରରେ ଏସବୁ ଡିଲ୍‌ ହେଉଥିଲା। ଚାମ୍ବର ଭିତରକୁ ମୋବାଇଲ ଫୋନ ଛଡ଼ାଯାଉ ନ ଥିଲା। କେବଳ ପିଅନ ହିଁ ମୋବାଇଲ ନେଇ ଯିବାକୁ ଅନୁମତି ଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?