ସେବାରେ ମାନସ

ସେ ଜଣେ କଲେଜ ଛାତ୍ର। କିନ୍ତୁ ବିଭିନ୍ନ ସେବା ଓ ଜନସଚେତନତା କାର୍ଯ୍ୟ କରିବାରେ ତାଙ୍କର ରହିଛି ଅଭିଜ୍ଞତା। ସେ ହେଲେ ମାନସ କୁମାର ସାହୁ ।
ଘର ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୁହୁଡ଼ି ଗାଁରେ। ଏମ୍‌ଏସ୍‌ଡବ୍ଲ୍ୟୁ ପଢ଼ା ସାରିଛନ୍ତି। ସେ କୁହନ୍ତି, ସ୍କୁଲ ବୟସରୁ ଜନସେବାକୁ ଜୀବନର ବ୍ରତ ଭାବେ ପାଳନ କରିଆସୁଛି। ଆମ ଘର ପାଖରେ ରହୁଥିଲେ କେତେଜଣ ଆଦିବାସୀ ପରିବାର। ସେମାନଙ୍କର ପିଲାମାନେ କେହି କେହି ଆଦୌ ସ୍କୁଲ ଯାଉ ନ ଥିବାବେଳେ ଆଉ କିଛି ପିଲା ଅଧାରୁ ପାଠ ଛାଡ଼ିଥିଲେ। ସେଇ ପିଲାଙ୍କୁ ପାଠପଢ଼ାଇବା ପାଇଁ ଚିନ୍ତାକଲି। ପ୍ରଥମେ ୬ଜଣ ପିଲାଙ୍କ ପାଇଁ ମୋ ପକେଟ୍‌ ମନିରେ ୮ଖଣ୍ଡ ଛବିବହି, ଖାତା କିଣି ସେମାନଙ୍କୁ ପ୍ରଦାନ କରିଥିଲି। ବଳକା ସମୟରେ ସେମାନଙ୍କୁ ମାଗଣାରେ ପାଠପଢ଼ାଇଥିଲି। ସମୟକ୍ରମେ ସେମାନଙ୍କ ମଧ୍ୟରୁ କେତେଜଣ ପିଲା ସ୍କୁଲରେ ପଢିଲେ। ପରେ ଅନ୍ୟମାନଙ୍କୁ ସ୍କୁଲ ଯିବାରେ ସଚେତନ କରାଇଥିଲି। ଏଥିପାଇଁ ଆମ କଲେଜର ସାର୍‌ ମୋତେ ପ୍ରଶଂସା କରିଥିଲେ। ସେବେଠାରୁ ଆଉ ପଛକୁ ଫେରିନି। ଗାଁରେ ବିଭିନ୍ନ ସାମାଜିକ କାର୍ଯ୍ୟ ହେଉ କି ଜନସେବା, ସବୁଥିରେ ଯୋଗଦେଇଥାଏ। କୌଣସି ଜନହତିକର କାର୍ଯ୍ୟକୁ ଛୋଟବଡ଼ ନ ଭାବି ନିଜର କର୍ତ୍ତବ୍ୟ ବୋଲି ମନେକରି କରିଥାଏ। କରୋନା ସମୟରେ ସାନିଟାରି ଓ ମାସ୍କ ବ୍ୟବହାର ପାଇଁ ଗାଁ ଗାଁ ବୁଲି ଜନସଚେତନତା କରାଇଥିଲି। ବୃକ୍ଷରୋପଣ, ରକ୍ତଦାନ ଶିବିର ଆଦି କାର୍ଯ୍ୟକ୍ରମରେ ସାମିଲ ହୋଇଥାଏ। ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପଦରେ ମୋ ସାଧ୍ୟମତେ ଅସହାୟଙ୍କୁ ସାହାଯ୍ୟ କରିଥାଏ। ଏବେ ନିଜର ରୋଜଗାର ପାଇଁ ଗୋଟିଏ ଛୋଟ ଭେରାଇଟି ଷ୍ଟୋର ଓ ଜେରକ୍ସ ମେଶିନ ରଖି କାମ କରୁଛି। ଏକ ସରକାରୀ ସ୍କୁଲରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ କରୁଛି। ମୋର ସେବା କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ଓ ସମ୍ମାନିତ ହୋଇଛି; ଯାହା ମତେ ଆତ୍ମସନ୍ତୋଷ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri