୨୦ ବର୍ଷରେ ଲକ୍ଷେ ଗଛ ବଳି

ଭଦ୍ରକ ଅଫିସ,୨୭।୮-ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହେଉଛି। ଏଣୁ ଚାରାରୋପଣ ଉପରେ ସମସ୍ତେ ଗୁରୁତ୍ୱ ଦେଇ ଆସୁଛନ୍ତି। ଏଭଳି ସ୍ଥିତିରେ ଭଦ୍ରକ ଜିଲାରେ ସମୁଦ୍ର କୂଳଠାରୁ ରାସ୍ତାଘାଟ, ନଦୀ ନାଳ ପର୍ଯ୍ୟନ୍ତ ସବୁଠି ପରିବେଶ ସବୁଜିମା ହରାଇବାକୁ ବସିଛି। ଜିଲାରେ ୨୦୦୦ ପରଠାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନାମରେ ୨୦ ବର୍ଷ ମଧ୍ୟରେ ଲକ୍ଷାଧିକ ଗଛ ବଳି ପଡ଼ିଛି।
ପ୍ରଥମେ ଜିଲା ମଧ୍ୟ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥକୁ ୪ଲାଇନ ବିଶିଷ୍ଟ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଗଛ କଟା ଆରମ୍ଭ ହୋଇଥିଲା। ସରକାରୀ ସୂଚନା ମୁତାବକ ଆଖୁଆପଦାଠାରୁ ରାଣୀତାଲ ପର୍ଯ୍ୟନ୍ତ ୪୦ କିଲୋମିଟର ଜାତୀୟ ରାଜପଥ ସମ୍ପ୍ରସାରଣ ଯୋଗୁ ପାର୍ଶ୍ୱରେ ଥିବା ଛୋଟ ଗଛ କଟାକୁ ବାଦ୍‌ ଦେଇ ୧୧,୨୪୦ଟି ବଡ଼ ଗଛ କଟାଯାଇଛି। କିନ୍ତୁ ୫୦ହଜାରରୁ ଅଧିକ ଗଛ କଟାଯାଇଥିବା ଏକ ବେସରକାରୀ ସଂସ୍ଥା ଆକଳନ କରିଛି। ଜିଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ସଂସ୍କାର ଯୋଜନା ଅଧୀନରେ ଦୀର୍ଘ ୪୫ କି.ମି. ନଦୀକୁ ସଂସ୍କାର କରାଯାଇଥିଲା। ଫଳରେ ଉଭୟ ସାଳନ୍ଦୀ ଓ ନାଳିଆ ନଦୀ ପାର୍ଶ୍ୱ ବନ୍ଧରେ ଥିବା ୭,୪୧୧ଟି ବଡ଼ ଗଛକୁ ବେଆଇନ ଭାବେ କଟାଯାଇଥିଲା। ତେବେ ଏହି ଯୋଜନାରେ କେବଳ ବ୍ୟକ୍ତିଗତ ମାଲିକାନାରେ ଥିବା ଗଛଗୁଡ଼ିକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ଜିଲା ପ୍ରଶାସନ ହିସାବକୁ ବାଧ୍ୟ ହୋଇ ନେଇଥିଲା। ପ୍ରକୃତରେ ନଦୀ କୂଳରେ ଥିବା ୧ ଲକ୍ଷରୁ ଅଧିକ ଛୋଟ ବଡ଼ ଗଛ ସଫା କରି ଦିଆଯାଇଛି। ୨୦୦୯ରେ ରେବ ଓ କପାଳି ନଦୀର ସଂସ୍କାର ଯୋଜନା କାର୍ଯ୍ୟକାରୀ ସମୟରେ ମାତ୍ର ୧୬୯ ଗଛ କଟାଯାଇଥିବା ଭୂ-ଅର୍ଜନ କାର୍ଯ୍ୟାଳୟ ସୂଚନା ଦେଇଥିଲେ ମଧ୍ୟ ବାସ୍ତବରେ ଲକ୍ଷାଧିକ ଗଛ କଟାଯାଇଥିବା ଏକ ବେସରକାରୀ ସଂସ୍ଥାର ଆକଳନରୁ ଜଣାପଡ଼ିଛି। ସେହିପରି ୭ ବ୍ଲକ ଅଞ୍ଚଳରେ ଥିବା ୧୫୨ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଛୋଟ ବଡ଼ ମିଶାଇ ୬୦ ହଜାର, ଚାନ୍ଦବାଲି- ଭଦ୍ରକ ୫୨ କି.ମି. ଓ ଭଦ୍ରକ-ଆନନ୍ଦପୁର ୪୦ କି.ମି. ରାଜ୍ୟ ରାଜପଥ ସମ୍ପ୍ରସାରଣ ବେଳେ ୧୫,୬୪୦, ବୃହତ୍‌ ଧାମରା ବନ୍ଦର ପ୍ରତିଷ୍ଠା ପାଇଁ ସମୁଦ୍ର କୂଳରେ ଥିବା ହେନ୍ତାଳ ବଣଠାରୁ ଆରମ୍ଭ କରି ବ୍ୟକ୍ତିଗତ ମାଲିକାନାରେ ଥିବା ଶତାଧିକ ଗଛ କାଟି ସଫା କରାଯାଇଥିଲା। ବ୍ୟକ୍ତିଗତ ମାଲିକାନାରେ ଥିବା ଧାମରା ଅଞ୍ଚଳରେ ମାତ୍ର ୨୨୩୦ ଗଛ କଟାଯାଇଥିବା ସ୍ବତନ୍ତ୍ର ଭୂ-ଅର୍ଜନ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। କିନ୍ତୁ ପ୍ରକୃତରେ ଏଠାରେ ୫୦ ହଜାରରୁ ଅଧିକ ଛୋଟ ବଡ଼ ଗଛ କଟାଯାଇଛି। ୨୦୨୦ରେ ଭଦ୍ରକ ସହରରେ ରାସ୍ତା ସୌନ୍ଦର୍ଯ୍ୟକରଣ ନାମରେ ବେଆଇନ ଭାବେ ଛୋଟ ବଡ଼ ଗଛ କଟାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଜିଲାରେ ଉନ୍ନୟନ କାର୍ଯ୍ୟ ନିମନ୍ତେ ହଜାର ହଜାର ପୁରୁଣା ବୃକ୍ଷକୁ କାଟି ଦିଆଯାଇଛି। କିନ୍ତୁ ତାହାର ଭରଣା ଲାଗି ପ୍ରଶାସନ କିମ୍ବା ଜଙ୍ଗଲ ବିଭାଗ ପକ୍ଷରୁ ସେପରି କିଛି ପଦକ୍ଷେପ ନିଆଯାଇପାରି ନ ଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଜିଲା ବନ ବିଭାଗ ଅଧିକାରୀ ସାଧନା ବେହେରାଙ୍କୁ ପଚାରିବାରୁ କହିଛନ୍ତି, ୨୦୨୧ରେ ୧୦୪ କିଲୋମିଟର ବ୍ୟାସାର୍ଦ୍ଧରେ ଚାରାରୋପଣ କରାଯାଇଛି। ବ୍ଲକ ପ୍ରଶାସନ ମାଧ୍ୟମରେ ୨୬ ହେକ୍ଟର ଜାଗାରେ ଗଛ ଲଗାଯାଇଛି। କିନ୍ତୁ ଉନ୍ନୟନ କାର୍ଯ୍ୟ ପାଇଁ କଟାଯାଇଥିବା ସ୍ଥାନରେ ନୂଆ ଗଛ ଲଗାଯାଇ ପାରି ନ ଥିବା ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri