୨୦ ବର୍ଷରେ ଲକ୍ଷେ ଗଛ ବଳି

ଭଦ୍ରକ ଅଫିସ,୨୭।୮-ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହେଉଛି। ଏଣୁ ଚାରାରୋପଣ ଉପରେ ସମସ୍ତେ ଗୁରୁତ୍ୱ ଦେଇ ଆସୁଛନ୍ତି। ଏଭଳି ସ୍ଥିତିରେ ଭଦ୍ରକ ଜିଲାରେ ସମୁଦ୍ର କୂଳଠାରୁ ରାସ୍ତାଘାଟ, ନଦୀ ନାଳ ପର୍ଯ୍ୟନ୍ତ ସବୁଠି ପରିବେଶ ସବୁଜିମା ହରାଇବାକୁ ବସିଛି। ଜିଲାରେ ୨୦୦୦ ପରଠାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନାମରେ ୨୦ ବର୍ଷ ମଧ୍ୟରେ ଲକ୍ଷାଧିକ ଗଛ ବଳି ପଡ଼ିଛି।
ପ୍ରଥମେ ଜିଲା ମଧ୍ୟ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥକୁ ୪ଲାଇନ ବିଶିଷ୍ଟ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଗଛ କଟା ଆରମ୍ଭ ହୋଇଥିଲା। ସରକାରୀ ସୂଚନା ମୁତାବକ ଆଖୁଆପଦାଠାରୁ ରାଣୀତାଲ ପର୍ଯ୍ୟନ୍ତ ୪୦ କିଲୋମିଟର ଜାତୀୟ ରାଜପଥ ସମ୍ପ୍ରସାରଣ ଯୋଗୁ ପାର୍ଶ୍ୱରେ ଥିବା ଛୋଟ ଗଛ କଟାକୁ ବାଦ୍‌ ଦେଇ ୧୧,୨୪୦ଟି ବଡ଼ ଗଛ କଟାଯାଇଛି। କିନ୍ତୁ ୫୦ହଜାରରୁ ଅଧିକ ଗଛ କଟାଯାଇଥିବା ଏକ ବେସରକାରୀ ସଂସ୍ଥା ଆକଳନ କରିଛି। ଜିଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ସଂସ୍କାର ଯୋଜନା ଅଧୀନରେ ଦୀର୍ଘ ୪୫ କି.ମି. ନଦୀକୁ ସଂସ୍କାର କରାଯାଇଥିଲା। ଫଳରେ ଉଭୟ ସାଳନ୍ଦୀ ଓ ନାଳିଆ ନଦୀ ପାର୍ଶ୍ୱ ବନ୍ଧରେ ଥିବା ୭,୪୧୧ଟି ବଡ଼ ଗଛକୁ ବେଆଇନ ଭାବେ କଟାଯାଇଥିଲା। ତେବେ ଏହି ଯୋଜନାରେ କେବଳ ବ୍ୟକ୍ତିଗତ ମାଲିକାନାରେ ଥିବା ଗଛଗୁଡ଼ିକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ଜିଲା ପ୍ରଶାସନ ହିସାବକୁ ବାଧ୍ୟ ହୋଇ ନେଇଥିଲା। ପ୍ରକୃତରେ ନଦୀ କୂଳରେ ଥିବା ୧ ଲକ୍ଷରୁ ଅଧିକ ଛୋଟ ବଡ଼ ଗଛ ସଫା କରି ଦିଆଯାଇଛି। ୨୦୦୯ରେ ରେବ ଓ କପାଳି ନଦୀର ସଂସ୍କାର ଯୋଜନା କାର୍ଯ୍ୟକାରୀ ସମୟରେ ମାତ୍ର ୧୬୯ ଗଛ କଟାଯାଇଥିବା ଭୂ-ଅର୍ଜନ କାର୍ଯ୍ୟାଳୟ ସୂଚନା ଦେଇଥିଲେ ମଧ୍ୟ ବାସ୍ତବରେ ଲକ୍ଷାଧିକ ଗଛ କଟାଯାଇଥିବା ଏକ ବେସରକାରୀ ସଂସ୍ଥାର ଆକଳନରୁ ଜଣାପଡ଼ିଛି। ସେହିପରି ୭ ବ୍ଲକ ଅଞ୍ଚଳରେ ଥିବା ୧୫୨ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଛୋଟ ବଡ଼ ମିଶାଇ ୬୦ ହଜାର, ଚାନ୍ଦବାଲି- ଭଦ୍ରକ ୫୨ କି.ମି. ଓ ଭଦ୍ରକ-ଆନନ୍ଦପୁର ୪୦ କି.ମି. ରାଜ୍ୟ ରାଜପଥ ସମ୍ପ୍ରସାରଣ ବେଳେ ୧୫,୬୪୦, ବୃହତ୍‌ ଧାମରା ବନ୍ଦର ପ୍ରତିଷ୍ଠା ପାଇଁ ସମୁଦ୍ର କୂଳରେ ଥିବା ହେନ୍ତାଳ ବଣଠାରୁ ଆରମ୍ଭ କରି ବ୍ୟକ୍ତିଗତ ମାଲିକାନାରେ ଥିବା ଶତାଧିକ ଗଛ କାଟି ସଫା କରାଯାଇଥିଲା। ବ୍ୟକ୍ତିଗତ ମାଲିକାନାରେ ଥିବା ଧାମରା ଅଞ୍ଚଳରେ ମାତ୍ର ୨୨୩୦ ଗଛ କଟାଯାଇଥିବା ସ୍ବତନ୍ତ୍ର ଭୂ-ଅର୍ଜନ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। କିନ୍ତୁ ପ୍ରକୃତରେ ଏଠାରେ ୫୦ ହଜାରରୁ ଅଧିକ ଛୋଟ ବଡ଼ ଗଛ କଟାଯାଇଛି। ୨୦୨୦ରେ ଭଦ୍ରକ ସହରରେ ରାସ୍ତା ସୌନ୍ଦର୍ଯ୍ୟକରଣ ନାମରେ ବେଆଇନ ଭାବେ ଛୋଟ ବଡ଼ ଗଛ କଟାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଜିଲାରେ ଉନ୍ନୟନ କାର୍ଯ୍ୟ ନିମନ୍ତେ ହଜାର ହଜାର ପୁରୁଣା ବୃକ୍ଷକୁ କାଟି ଦିଆଯାଇଛି। କିନ୍ତୁ ତାହାର ଭରଣା ଲାଗି ପ୍ରଶାସନ କିମ୍ବା ଜଙ୍ଗଲ ବିଭାଗ ପକ୍ଷରୁ ସେପରି କିଛି ପଦକ୍ଷେପ ନିଆଯାଇପାରି ନ ଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଜିଲା ବନ ବିଭାଗ ଅଧିକାରୀ ସାଧନା ବେହେରାଙ୍କୁ ପଚାରିବାରୁ କହିଛନ୍ତି, ୨୦୨୧ରେ ୧୦୪ କିଲୋମିଟର ବ୍ୟାସାର୍ଦ୍ଧରେ ଚାରାରୋପଣ କରାଯାଇଛି। ବ୍ଲକ ପ୍ରଶାସନ ମାଧ୍ୟମରେ ୨୬ ହେକ୍ଟର ଜାଗାରେ ଗଛ ଲଗାଯାଇଛି। କିନ୍ତୁ ଉନ୍ନୟନ କାର୍ଯ୍ୟ ପାଇଁ କଟାଯାଇଥିବା ସ୍ଥାନରେ ନୂଆ ଗଛ ଲଗାଯାଇ ପାରି ନ ଥିବା ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri