ସିରିଆକୁ ଲକ୍ଷାଧିକ ବିସ୍ଥାପିତଙ୍କ ପଳାୟନ

ବେରୁଟ୍‌/ଜେରୁଜେଲମ୍‌,୧।୧୦: ଇସ୍ରାଏଲ୍‌ର ହେଜ୍‌ବୋଲ୍ଲା ଦମନ ଅଭିଯାନ ‘ଅପରେଶନ୍‌ ନ୍ୟୁ ଅର୍ଡର’ ଲେବାନନ୍‌କୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ଆକାଶମାର୍ଗରୁ ଘନ ଘନ ରକେଟ ମାଡ଼ ଯୋଗୁ ବହୁ ଲୋକଙ୍କ ଘରଦ୍ୱାର ଭାଙ୍ଗିଯାଇଛି। ଲୋକେ ପ୍ରାଣ ବିକଳରେ ପଡ଼ୋଶୀ ସିରିଆକୁ ପଳାୟନ କରିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲେବାନନ୍‌ ବାସିନ୍ଦା ସିରିଆକୁ ଯାଇ ଆଶ୍ରୟ ନେଇଥିବା ଜାତିସଂଘ ଶରଣାର୍ଥୀ ସଂସ୍ଥା (ୟୁଏନ୍‌ଏଚ୍‌ସିଆର୍‌) ପକ୍ଷରୁ ସୂଚନା ଦିଆଯାଇଛି। ଲେବାନନ୍‌ ଓ ସିରିଆ ନାଗରିକଙ୍କ ପଳାୟନ ଜାରି ରହିଥିବା ୟୁଏନ୍‌ଏଚ୍‌ସିଆର୍‌ ମୁଖ୍ୟ ଫିଲିପ୍ପୋ ଗ୍ରାଣ୍ଡି ସୋମବାର ଏକ୍ସ’ରେ କହିଛନ୍ତି। ଜାତିସଂଘ ଅଧିକାରୀଙ୍କ ତଥ୍ୟ ମୁତାବକ ବିସ୍ଥାପିତଙ୍କ ମଧ୍ୟରୁ ଗଣପଳାୟନ କରିଥିବା ଲୋକଙ୍କ ସଂଖ୍ୟା ଗତ ୨ ଦିନ ମଧ୍ୟରେ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୪ଟି କ୍ରସିଂ ପଏଣ୍ଟରେ ୟୁଏନ୍‌ଏଚ୍‌ସିଆର୍‌ ଅଧିକାରୀମାନେ ନିୟୋଜିତ ରହିଛନ୍ତି। ପିଲାଛୁଆଙ୍କୁ ଧରି ସୀମା ଅତିକ୍ରମ କରୁଥିବା ମହିଳାଙ୍କ ପଳାୟନ ଦୃଶ୍ୟ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସିରିଆ ୧୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ହିଂସା ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଲେବାନନ୍‌ବାସୀଙ୍କ ସେଠାକୁ ମଧ୍ୟ ପଳାୟନ କରିବାକୁ ବାଧ୍ୟ ହେବା ସମ୍ପୃକ୍ତ ଅଞ୍ଚଳରେ ଯୁଦ୍ଧର ଭୟାବହତାକୁ ଦର୍ଶାଉଛି।
୨୩ରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌ ଗାଜାରୁ ଲେବାନନ୍‌କୁ ମୁହଁାଇବା ପରେ ଯୁଦ୍ଧ ପ୍ରଭାବିତ ସିରିଆକୁ ଗଣପଳାୟନ ଆରମ୍ଭ ହୋଇଥିଲା। ଶୁକ୍ରବାର ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରୁଲ୍ଲା ଓ ତାଙ୍କ ଅନେକ କମାଣ୍ଡର ନିହତ ହେବା ପରେ ଇରାନ୍‌ ସମର୍ଥିତ ଏହି ସଶସ୍ତ୍ର ଗୋଷ୍ଠୀର ଅଣ୍ଟା ଭାଙ୍ଗିଯାଇଛି। ଲେବାନନ୍‌ ଆକାଶରେ ଇସ୍ରାଏଲୀ ସେନାର ଯୁଦ୍ଧବିମାନ ଉଡ଼ୁଛି। ଆକ୍ରମଣରେ ୨୪ ଘଣ୍ଟା ମଧ୍ୟରେ ୧୩୬ ଜଣ ନିହତ ହୋଇଥିବା ଲେବାନନ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ରାଜଧାନୀ ବେରୁଟ୍‌ ଉପରେ ଇସ୍ରାଏଲ୍‌ ପ୍ରଥମ ଥର ପାଇଁ ଆକ୍ରମଣ କରିଛି। କୋଲା ଅଞ୍ଚଳରେ ଏୟାରଷ୍ଟ୍ରାଇକ୍‌ରେ ଲିବରେଶନ୍‌ ଅଫ୍‌ ପାଲେଷ୍ଟାଇନ୍‌ ଗ୍ରୁପ୍‌ ଅଧୀନ ପପୁଲାର ଫ୍ରଣ୍ଟର ୩ ସଦସ୍ୟ ନିହତ ହୋଇଛନ୍ତି। ସପ୍ତାହକ ମଧ୍ୟରେ କେବଳ ଲେବାନନ୍‌ରେ ୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରେ ୧୪ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି।
ସେପଟେ ୟେମେନ୍‌ର ବନ୍ଦର ସହର ହୋଦେଇଦା ଓ ରାସ୍‌ ଆଇସାରେ ଇସ୍ରାଏଲୀ ଏୟାର ଫୋର୍ସର ରକେଟ ମାଡ଼ରେ ଅନୂ୍ୟନ ୪ ଜଣ ନିହତ ହୋଇଛନ୍ତି। ହମାସ୍‌ର ସହଯୋଗୀ ହୁଟି ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଇସ୍ରାଏଲ୍‌ ଏହି ଏୟାରଷ୍ଟ୍ରାଇକ୍‌ କରିଛି। ଇତିମଧ୍ୟରେ ଇସ୍ରାଏଲ୍‌ ଓ ଅନ୍ୟ ପକ୍ଷମାନଙ୍କୁ ବ୍ରିଟେନ୍‌ ଅସ୍ତ୍ରବିରତି ପ୍ରସ୍ତାବ ଦେଇଛି। ସୋମବାର ପ୍ରଧାନମନ୍ତ୍ରୀ କିର୍‌ ଷ୍ଟର୍ମରଙ୍କ ଜଣେ ମୁଖପାତ୍ର କହିଛନ୍ତି, ଇସ୍ରାଏଲ୍‌କୁ ଆମତ୍ରକ୍ଷା ପାଇଁ ସମର୍ଥନ ଦେବାରେ ଆମେ ଦୃଢ଼ ନିଶ୍ଚିତ। କିନ୍ତୁ ବର୍ତ୍ତମାନ ସମସ୍ତ ପକ୍ଷଙ୍କୁ ସଂଯମ ହେବାକୁ ସ୍ପଷ୍ଟ ସନ୍ଦେଶ ଦେଉଛୁ। ଅସ୍ତ୍ରବିରତି ଜରିଆରେ ରାଜନୈତିକ ସମାଧାନ ହୋଇପାରିବ। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳକୁ ଶାନ୍ତି ଓ ସ୍ଥିରତା ଫେରାଇ ଅଣାଯାଇପାରିବ। ଷ୍ଟର୍ମର ଓ ତାଙ୍କ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବ୍ରିଟିଶ୍‌ ନାଗରିକଙ୍କୁ ତୁରନ୍ତ ଲେବାନନ୍‌ ଛାଡ଼ି କମର୍ସିଆଲ ଫ୍ଲାଇଟ୍‌ରେ ସ୍ବଦେଶକୁ ଫେରିଆସିବା ପାଇଁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?