କୋଟିପତି ଅଧୀକ୍ଷଣ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର, ୯।୧ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଭୁବନେଶ୍ୱର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରିଛି। ଶନିବାରଠାରୁ ହୋଇଥିବା ଚଢ଼ାଉ ଓ ଯାଞ୍ଚରେ ବିଜୟାନନ୍ଦ ଏବଂ ତାଙ୍କ ପରିବାର ସଦସ୍ୟଙ୍କଠାରୁ ୩ କୋଟି ୧୩ ଲକ୍ଷ ୭୬ ହଜାର ୫୯୯ ଟଙ୍କାର ଆୟ ବହିର୍ଭୂତ୍ତ ସମ୍ପତ୍ତି ଠାବ କରାଯାଇଛି। ଏହା ବିଜୟାନନ୍ଦଙ୍କ ପ୍ରକୃତ ଆୟଠାରୁ ୨୨୧ ଶତକଡ଼ା ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ବିଜୟାନନ୍ଦ ଓ ତାଙ୍କ ସ୍ତ୍ରୀଙ୍କ ନାମରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୧/୨୦୨୩) ରୁଜୁ କରାଯାଇଛି। ଗିରଫ ପରେ କୋଟିପତି ଅଧିକାରୀ ବିଜୟାନନ୍ଦଙ୍କୁ ଢ଼େଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ବିଜୟାନନ୍ଦଙ୍କ ନାଁରେ କିଛିଦିନ ହେଲା ମାଳମାଳ ଦୁର୍ନୀତି ଅଭିଯୋଗ ଆସିଥିଲା। ଢେଙ୍କାନାଳ ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ଶନିବାର ବିଜୟାନନ୍ଦଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ସମେତ ଅନୁଗୋଳ ଓ ଢେଙ୍କାନାଳର ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଏକକାଳୀନ ଚଢ଼ାଉ କରିଥିଲା। ଏଥିରେ ଭିଜିଲାନ୍ସର ୫ ଡିଏସ୍‌ପି, ୧୪ ଇନ୍ସପେକ୍ଟର ଓ ୨୮ ଜଣ କର୍ମଚାରୀ ସାମିଲ ଥିଲେ। ଯାଞ୍ଚବେଳେ ବିଜୟାନନ୍ଦଙ୍କ ୩ଟି କୋଠା, ୧୪ ପ୍ଲଟ୍‌ ସହ ନଗଦ ୧.୮୧ ଲକ୍ଷ ଟଙ୍କା, ୪୪ ଲକ୍ଷ ୮୪ ହଜାର ୪୮୫ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ ଓ ଇନ୍‌ସ୍ୟୁରାନ୍ସ ଜମା, ୨୩୭ ଗ୍ରାମ୍‌ ସୁନା, ଘରୋଇ ସାମଗ୍ରୀ, ଗୋଟିଏ କାର ଠାବ ହୋଇଥିଲା। ତେବେ ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ କରାଯାଉଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri