Posted inଫୁରସତ

କୋଟିପତି ସଫେଇ କର୍ମଚାରୀ

ଲଣ୍ଡନ: ବ୍ରିଟେନ୍‌ର କାର୍ଲିସ୍ଲେରେ ରହୁଥିବା ଜେମ୍ସ କ୍ଲାର୍କସନ(୨୦) ୭.୫ ମିଲିୟନ ପାଉଣ୍ଡ (ପ୍ରାୟ ୮୦ କୋଟି ଟଙ୍କା)ର ଲଟେରି ଜ୍ୟାକ୍‌ପଟ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଗତ କ୍ରିସ୍‌ମସ୍‌ ସମୟରେ ନ୍ୟାଶନାଲ ଲଟେରିରେ ଜେମ୍ସ ୧୨୦ ପାଉଣ୍ଡ (୧୨,୬୭୬ ଟଙ୍କା) ଜିତିଥିଲେ ଏବଂ ଉକ୍ତ ଅର୍ଥରେ ସେ ଆଉ ଏକ ଲଟେରି ଟିକେଟ କିଣି ୮୦ କୋଟି ଟଙ୍କା ହାତେଇଛନ୍ତି। ତେବେ ୮୦ କୋଟି ଟଙ୍କାର ମାଲିକ ହେବା ପରେ ମଧ୍ୟ ଜେମ୍ସ ନିଜ ବୃତ୍ତିକୁ ଭୁଲିନାହାନ୍ତି ଏବଂ ପୂର୍ବପରି ସେ ପ୍ରତିଦିନ ସକାଳେ ନିଜର ଡ୍ରେନ୍‌ ସଫା କାର୍ଯ୍ୟକୁ ଜାରି ରଖିଛନ୍ତି।
ଜେମ୍ସ କହିଛନ୍ତି, ଯେତେବେଳେ ସେ ୮୦ କୋଟି ଟଙ୍କାର ଲଟେରି ଜିତିଛନ୍ତି ବୋଲି ଜାଣିଲେ ତାଙ୍କୁ ପ୍ରଥମେ ବିଶ୍ୱାସ ହୋଇ ନ ଥିଲା। ଏହା ତାଙ୍କ ପାଇଁ ଏକ ସ୍ବପ୍ନ ସଦୃଶ ଥିଲା ବୋଲି ଜେମ୍ସ କହିଛନ୍ତି। ସେ ଏହାପରେ ନିଜ ପରିବାର ଓ ଗର୍ଲଫ୍ରେଣ୍ଡଙ୍କୁ ଏହି ଖୁସିଖବର ଜଣାଇଥିଲେ। କୋଟିପତି ହୋଇଥିବା ଖୁସିରେ ତାଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା ବୋଲି ଜେମ୍ସ କହିଛନ୍ତି।
ତେବେ ସମ୍ପ୍ରତି ଡ୍ରେନ୍‌ ସଫେଇ କର୍ମଚାରୀ ଭାବେ ସେ ନିଜ ବୃତ୍ତିକୁ ଛାଡ଼ିବେ ନାହିଁ ବୋଲି ଜେମ୍ସ କହିଛନ୍ତି। ଏବେ ତାଙ୍କର ବୟସ ଖୁବ୍‌ କମ୍‌। ଲଟେରି ଜିତି କୋଟିପତି ହେବାର ଅର୍ଥ ନୁହେଁ, ସେ ତାଙ୍କ କାମ ଛାଡ଼ିଦେବେ ବୋଲି ଜେମ୍ସ କହିଛନ୍ତି। ୮୦ କୋଟି ଟଙ୍କାର ଲଟେରି ଜିତିବାର ଠିକ୍‌ ପରଦିନ ସେ ଶୀତରେ ଠିଆ ହୋଇ ଡ୍ରେନ୍‌ ସଫା କରୁଥିବାର ନଜରକୁ ଆସିଥିଲେ। ଜଣେ ସଫେଇ କର୍ମଚାରୀ ଭାବେ ସହରକୁ ସଫାସୁତୁରା ରଖିବା ହେଉଛି ତାଙ୍କର ବାସ୍ତବତା। ସେ ଏହି ବାସ୍ତବତାକୁ ପରିବର୍ତ୍ତନ କରିବାକୁ ଚାହାନ୍ତି ନାହିଁ ବୋଲି ଜେମ୍ସ କହିଛନ୍ତି। ଏହି ନମ୍ର ଏବଂ ପରିଶ୍ରମୀ ସ୍ବଭାବ ଯୋଗୁ ଜେମ୍ସଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣରେ ବିରଳ ମହାସଂଯୋଗ! ୧୮ ବର୍ଷ ପରେ ଲାଗିବ ସୂର୍ଯ୍ୟଗ୍ରହଣ-ଚନ୍ଦ୍ରଗ୍ରହଣ, ଜାଣନ୍ତୁ କ’ଣ କରିବେ ନ କରିବେ…

ଚଳିତ ବର୍ଷ ଶ୍ରାବଣ ମାସର ଅମାବାସ୍ୟା ଓ ପୂର୍ଣ୍ଣିମାରେ ଗ୍ରହଣ ପଡ଼ିବ। ପ୍ରାୟ ୧୮ ବର୍ଷ ପରେ ଏଭଳି ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି, ଯେତେବେଳେ…

୧୬ ବର୍ଷ ପରେ ଭଞ୍ଜନଗର କେଭି ପାଳିଲା ପ୍ରତିଷ୍ଠା ଦିବସ, ବିଧାୟକ କହିଲେ ଆତ୍ମନିର୍ଭର ଭାରତର ସ୍ବପ୍ନ…

ଭଞ୍ଜନଗର,୬ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସ୍ଥାପନାର ୧୬ ବର୍ଷ ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ଧୂମ୍‌ଧାମରେ ପାଳନ କରିଛି।…

ଅବସର ପରେ ରାହାଣେଙ୍କ ବଡ଼ ବୟାନ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠାରୁ କନିଷ୍ଠ ଖେଳାଳି। ସେ ସେହି ଚୟନିତ କ୍ରିକେଟରଙ୍କ ମଧ୍ୟରୁ…

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri