ବିଦେଶକୁ ରପ୍ତାନି ହେଲା ଓଡ଼ିଶା ଉତ୍ପାଦିତ ମିଲେଟ୍‌ସ

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ପ୍ରଥମ ଥର ପାଇଁ ଓଡ଼ିଶାରେ ଉତ୍ପାଦିତ ମିଲେଟ୍‌ସକୁ ବିଦେଶକୁ ରପ୍ତାନି କରାଯାଇଛି। ଏହି କ୍ରମରେ ବୁଧବାର ରାଜ୍ୟ ଉନ୍ନୟନ କମିଶନର ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ କୁମାର ଜେନା ରପ୍ତାନି କରାଯାଉଥିବା କ୍ଷୁଦ୍ରଶସ୍ୟ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍‌ସ ମିଶନ ଦ୍ୱାରା ପ୍ରୋତ୍ସାହିତ ଶକ୍ତିମୟୀ ମହାସଂଘ ଦ୍ୱାରା ପ୍ରଥମ ଥର ପାଇଁ ଓଡ଼ିଶାରେ ଚାଷ ହେଉଥିବା ବିଭିନ୍ନ କ୍ଷୁଦ୍ରଶସ୍ୟକୁ ଭାରତ ବାହାରକୁ ରପ୍ତାନି କରାଯାଇଛି।
ଅପରପକ୍ଷେ କୃଷି ସମ୍ପ୍ରସାରଣ ପରିଚାଳନା ପ୍ରତିଷ୍ଠାନ(ଇମେଜ)ଠାରେ ବୁଧବାର ଏକ ଦିନିକିଆ କର୍ମଶାଳା ତଥା କ୍ଷୁଦ୍ରଶସ୍ୟ ରପ୍ତାନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧୀନ ଏପିଡାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ଷୁଦ୍ରଶସ୍ୟ ସହ ଓଡ଼ିଶାରେ ଉତ୍ପାଦିତ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟକୁ ମଧ୍ୟ ରପ୍ତାନି କରିବାକୁ ଉପସ୍ଥିତ ଏପିଡା ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଏଗ୍ରିକଲ୍‌ଚର ଆଣ୍ଡ ପ୍ରୋସେସ୍ଡ ଫୁଡ୍‌ ପ୍ରଡକ୍ଟସ ଏକ୍ସପୋର୍ଟ ଡେଭ୍‌ଲପମେଣ୍ଟ ଅଥରିଟି(ଏପିଡା)ର ଆଞ୍ଚଳିକ ଶାଖା ମୁଖ୍ୟ ସନ୍ଦୀପ ଶାହା କହିଥିଲେ, ଭାରତରେ ପ୍ରସ୍ତୁତ ବିଭିନ୍ନ କୃଷିଜାତ ଦ୍ରବ୍ୟକୁ ଭାରତ ବାହାରେ ପହଞ୍ଚାଇବା ସହ ଚାଷୀ ଓ କୃଷି ସହ ଜଡ଼ିତ ଥିବା ଅନୁଷ୍ଠାନକୁ ଅଧିକ ଲାଭ ଦେବା ହେଉଛି ଏପିଡାର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାରେ ଏଥିରେ ଏକ ବୃହତ୍‌ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିବା ସହ ଅନ୍ତର୍ଜାତୀୟ ମିଲେଟ୍‌ସ ବର୍ଷ ୨୦୨୩ରେ ଓଡ଼ିଶାରୁ ଅଧିକରୁ ଅଧିକ କ୍ଷୁଦ୍ରଶସ୍ୟକୁ ବିଭିନ୍ନ ଦେଶକୁ ରପ୍ତାନି କରିବାର ଯୋଜନା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମିଲେଟ୍‌ସ ମିଶନ ତଥା କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶୈଳେନ୍ଦ୍ର କୁମାର ମହାନ୍ତି, ନାବାର୍ଡ ଓଡ଼ିଶା ଶାଖା ମୁଖ୍ୟ ବିଭୂତି ସାହୁ, ଓଡ଼ିଶା ମିଲେଟ୍‌ସ ମିଶନର ରାଜ୍ୟ ସଂଯୋଜକ ଦିନେଶ ବାଲମ୍‌ଙ୍କ ସହ ରାଜ୍ୟ ତଥା ବିଭିନ୍ନ ଜିଲାରୁ ଆସିଥିବା ବରିଷ୍ଠ ଅଧିକାରୀ, କ୍ରେତା, କୃଷକ ଉତ୍ପାଦକ ସଙ୍ଗଠନ ଏବଂ ଚାଷୀମାନେ ଏହି ରପ୍ତାନି ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri