ଧାନକିଣାରେ ବ୍ୟାପକ ଅନିୟମିତତା: ଚାଷୀଙ୍କ ଧାନ କିଣୁଛନ୍ତି ମିଲର୍ସ ୧୮।୧

ଖୋର୍ଦ୍ଧା ଅଫିସ,୧୮।୧: ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି। ଧାର୍ଯ୍ୟ ଦିନ ପରିବର୍ତ୍ତେ ଛୁଟିଦିନରେ ଧାନ ଉଠାଯାଉଛି। ମଣ୍ଡିକୁ ଧାନ ଆସିବା ପରିବର୍ତ୍ତେ ମିଲର୍ସମାନେ ସିଧାସଳଖ ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି। ସମବାୟ ସମିତି ଏବଂ ମିଲର୍ସଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀ କ୍ଷତି ସହୁଛନ୍ତି। ଜିଲା ଯୋଗାଣ ବିଭାଗ ନିକଟରେ ଖବର ରହିଥିବା ସତ୍ତ୍ୱେ ବିଭାଗ ଚୁପ୍‌ ବସିଛି।
ସୂଚନା ମୁତାବକ, ପ୍ରତି ସମବାୟ ସମିତିି ସପ୍ତାହକୁ ଦୁଇଦିନ ଧାନ କିଣିବେ। ଏନେଇ ଜିଲା ପ୍ରଶାସନ ପକ୍ଷରୁ କେଉଁ ବ୍ଲକରେ ସମିତି କେଉଁ ବାରରେ କିଣିବେ ସ୍ଥିର କରାଯାଇଛି। ଜିଲାର ବୋଲଗଡ଼ ଏବଂ ବେଗୁନିଆ ବ୍ଲକରେ ବ୍ୟାପକ ଅନିୟମିତତା ଚାଲିଥିବା ନେଇ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏଥିସହ ଛୁଟିଦିନ (ରବିବାର)ରେ କିପରି ଏହି ଅଞ୍ଚଳରେ ଧାନ କିଣାଯାଇଛି, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚାଷୀଙ୍କ ଧାନ ମଣ୍ଡିକୁ ଆସିବା ପରିବର୍ତ୍ତେ ମିଲର୍ସମାନେ ସିଧାସଳଖ ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି। ରବିବାର ବୋଲଗଡ ବ୍ଲକର ଦୁଇ ମଣ୍ଡିରେ ୫୦ରୁ ଊର୍ଦ୍ଧ୍ୱ ଚାଷୀ ଧାନ ଦେଇଛନ୍ତି। ମିଲର୍ସମାନେ କୁଇଣ୍ଟାଲ ପିଛା ୩କେଜି ଧାନ କାଟୁଛନ୍ତି। ପ୍ରତିବାଦ କଲେ, ଧାନ କିଣାଯିବ ନାହିଁ ବୋଲି ଧମକ ଦେଉଛନ୍ତି। ଫଳରେ ଚାଷୀ ଉପାୟ ନ ପାଇ ଧାନ ଦେବାକୁ ବାଧ୍ୟ ହେଉଛନ୍ତି ବୋଲି କେତେଜଣ ଚାଷୀ କହିଛନ୍ତି। ଚାଷୀଙ୍କଠାରୁ ମିଲର୍ସମାନେ ସିଧାସଳଖ ଧାନ କିଣି ପାରିବେ ନାହିଁ ବୋଲି ରାଜ୍ୟ ଯୋଗାଣ ବିଭାଗର ତାଗିଦ୍‌ ସତ୍ତ୍ୱେ ଖୋର୍ଦ୍ଧା ଜିଲାରେ ଏହାର କୌଣସି ପ୍ରଭାବ ପଡୁନାହିଁ। ସମିତି ସମ୍ପାଦକ, ମିଲର୍ସ ମାଲିକ ଏବଂ ଯୋଗାଣ ବିଭାଗ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀ ଶୋଷଣର ଶିକାର ହେଉଛନ୍ତି। ଫଳରେ ଜିଲାରେ ଧାନର ଅଭାବୀ ବିକ୍ରି ଦେଖାଦେଇଛି। କେତେକ ସମିତିରେ ଚାଷୀଙ୍କ ନାମ ନକଲି ପଞ୍ଜୀକରଣ କରାଯାଇ ସେମାନଙ୍କ ନାମରେ ଧାନ କିଣାଯାଇ ଫଲ୍‌ସ ବିଲ୍‌ କରାଯାଉଛି। ଏହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବି ହୋଇଛି। ଏହି ସମସ୍ତ ଘଟଣାର ତଦନ୍ତ କରାଯିବ ବୋଲି ଅତିରିକ୍ତ ଜିଲାପାଳ ମନୋଜ ପାଢୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri