ଦିନକରେ ସରିଲା ଡଲଫିନ୍‌ ଗଣନା

ବ୍ରହ୍ମଗିରି,୧୮।୧(ଡି.ଏନ୍‌.ଏ.): ଚିଲିକାରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଇର୍‌ୱାଡି ଡଲ୍‌ଫିନର ଗଣନା ରବିବାର କରାଯାଇଥିଲା। ବନ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ଙ୍କ ମିଳିତ ଉଦ୍ୟମରେ ଗୋଟିଏ ଦିନରେ ଗଣନା କାର୍ଯ୍ୟ ସରିଥିଲେ ମଧ୍ୟ ଫଳାଫଳ ଅଘୋଷିତ ରହିଛି। ଇର୍‌ୱାଡି ଡଲ୍‌ଫିନ ପାଇଁ ଚିଲିକା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଏହି ବିରଳ ଡଲ୍‌ଫିନଙ୍କ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରତିବର୍ଷ ଏମାନଙ୍କ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଗଣନା କରାଯାଉଛି। ରବିବାର ସକାଳ ୬ଟା ୩୦ରୁ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଗଣନା କାର୍ଯ୍ୟରେ ବନ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ, ଓୟୁଏଟିର ଛାତ୍ର ଓ ପରିବେଶବିତ୍‌ମାନେ ସାମିଲ ଥିଲେ। ଏମାନେ ୧୮ଟି ଦଳରେ ବିଭକ୍ତ ହୋଇ ଚିଲିକାର ନର୍ଦ୍ଦନ ସେକ୍ଟର, ସେଣ୍ଟ୍ରାଲ ସେକ୍ଟର ଓ ବାହ୍ୟ ନାଳି ଅଞ୍ଚଳକୁ ଯାଇ ଗଣନା କରିଥିଲେ। ଟ୍ରାନ୍ସେକ୍ଟ ସର୍ଭେ ମେଥଡ୍‌ରେ ଜିପିଏସ୍‌, ବାଇନା କୁଲାର, ରେଞ୍ଜ ଫାଇଣ୍ଡର ମାଧ୍ୟମରେ ଡଲ୍‌ଫିନର ଗତିବିଧି ଅନୁଧ୍ୟାନ କରାଯାଇ ଗଣନା ହୋଇଥିଲା। କିନ୍ତୁ ଘନକୁହୁଡି ଯୋଗୁ ଗଣନା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଗଣନାକାରୀ ଦଳର ସଦସ୍ୟମାନେ କହିଛନ୍ତି। ବାଲୁଗାଁ ରେଞ୍ଜ୍‌ରୁ ୧୦ ଗଣନାକାରୀ ଦଳ ନର୍ଦ୍ଦନ ସେକ୍ଟର, ସେଣ୍ଟ୍ରାଲ ସେକ୍ଟର କାଳିଜାଇ, ନଳବଣ, ନଇରି ଆଦି ଅଞ୍ଚଳ ଓ ସାତପଡ଼ା ରେଞ୍ଜ୍‌ରୁ ୮ଟି ଦଳ ନର୍ଦ୍ଦନ ସେକ୍ଟରର ଗୋଟିଏ ଚ୍ୟାନେଲ ଓ ବାହ୍ୟ ଚିଲିକା ଅଞ୍ଚଳ ଯାଇ ଗଣନା କରିଥିଲେ। ସମସ୍ତ ଗଣନା କାର୍ଯ୍ୟ ସରିଥିଲେ ମଧ୍ୟ ୨ଟି ରେଞ୍ଜର ଗଣତି ସଂଖ୍ୟାକୁ ମିଶାଇ ପରବର୍ତ୍ତୀ ସମୟରେ ଏହାର ଫଳାଫଳ ଘୋଷଣା କରାଯିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି।
ଗତବର୍ଷ ଚିଲିକାରେ ଡଲଫିନ ସଂଖ୍ୟା ୧୫୬ ରହିଥିଲା। କିନ୍ତୁ ଶୁକ୍ରବାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟରେ ସର୍ବେକ୍ଷଣକାରୀ ଦଳ ସେହିଦିନ ଚିଲିକାରେ ୧୫୬ ଡଲ୍‌ଫିନ ଦେଖିଥିବା ରିପୋର୍ଟ ଦେଇଥିଲେ। ହେଲେ ରବିବାର ଗଣନା ସମୟରେ ଚିଲିକାରେ ଏହି ସଂଖ୍ୟ କେତେ ରହିଛି ଚୂଡ଼ାନ୍ତ ରିପୋର୍ଟ ଘୋଷଣା ପରେ ସ୍ପଷ୍ଟ ହେବ। ଏହି ଗଣନାକାରୀ ଦଳରେ ସିଡିଏର ଏସିଏଫ୍‌ ବିନୋଦ ଆଚାର୍ଯ୍ୟ, ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର ମାଇକେଲ ପିଟର, ବିଶ୍ୱଜିତ ପରିଡ଼ା, ମନୋଜ ଦାସ, ମିନାକୁମାରୀ ନାୟକ, ରୋଟାରୀ ଶ୍ରୀକ୍ଷେତ୍ର ପୁରୀର ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?