ନୂଆଦିଲ୍ଲୀ,୨୮।୬: (କୁଲଦୀପ ସିଂ): କିଛିମାସ ହେଲା କ୍ଷୀର ଦାମ୍ ବଢ଼ିଚାଲିଥିବାବେଳେ ଉତ୍ପାଦନ ବୃଦ୍ଧି କରି ଏହା ଉପରେ ଲଗାମ ଲଗାଇବା ପାଇଁ ଉଦ୍ୟମ କରାଯିବ ବୋଲି ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି। ତେବେ କେଉଁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କ୍ଷୀର ଦାମ୍ ହ୍ରାସ ପାଇବ ସେନେଇ ସରକାର କିଛି କହିନାହାନ୍ତି।
ଦେଶରେ କ୍ଷୀର ଦାମ୍ ହୁ ହୁ ହୋଇ ବଢ଼ୁଥିବା ବିଷୟ କେନ୍ଦ୍ର ପ୍ରାଣୀ ସମ୍ପଦ, ମତ୍ସ୍ୟପାଳନ ଓ ଡେଏରୀ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ସ୍ବୀକାର କରିଛନ୍ତି। ମୋଦି ସରକାରଙ୍କ ୯ ବର୍ଷ ଶାସନର ଉପଲବ୍ଧି ବତାଇବା ପାଇଁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, କ୍ଷୀର ଦାମ୍ ବଢ଼ୁଥିବା କଥା ମୁଁ ମାନୁଛି। କ୍ଷୀର ଉତ୍ପାଦନ ବୃଦ୍ଧି କରି ଏହାର ଦାମ୍କୁ ନିୟନ୍ତ୍ରଣ କରାଯିବ।
୨୦୧୪ ମେ’ରେ ମୋଦି ସରକାର କେନ୍ଦ୍ରରେ କ୍ଷମତାସୀନ ହେବାବେଳେ କ୍ଷୀର କେ.ଜି. ୩୮ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୫୭ ଟଙ୍କାକୁ ବୃଦ୍ଧି ପାଇଛି। ବୃହତ୍ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୂଲ ଓ ମଦର ଡେଏରୀ ଗତବର୍ଷଠାରୁ ଅନେକ ଥର ଦାମ୍ ବଢ଼ାଇସାରିଲେଣି। ରିପୋର୍ଟ ଅନୁସାରେ ମଦର ଡେଏରୀ ୨୦୨୨ ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ କ୍ଷୀର ଦାମ୍ ୧୦ ଟଙ୍କା ବଢ଼ାଇଥିଲା। ଗୋଖାଦ୍ୟ ମହଙ୍ଗା ହେବାରୁ କ୍ଷୀର ଦାମ୍ ବୃଦ୍ଧି ପାଉଥିବା କୁହାଯାଉଛି। ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଗୋଖାଦ୍ୟ ଉପଲବ୍ଧତାରେ ଉନ୍ନତି ଆଣିବା ପାଇଁ ସରକାର ଏକ ନୂଆ ଯୋଜନାରେ ସବ୍ସିଡି ପ୍ରଦାନ କରୁଛନ୍ତି। କିନ୍ତୁ କ୍ଷୀର ଯୋଗାଣରେ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇନାହିଁ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଦୁଗ୍ଧ ପାଉଡର ରହିଛି। କ୍ଷୀର ଯୋଗାଣ ଶୃଙ୍ଖଳ ମଧ୍ୟ ସୁରୁଖୁରୁରେ ଚାଲିଛି। ଗତ ୯ ବର୍ଷ ମଧ୍ୟରେ ଦେଶରେ ଦୁଗ୍ଧ ଉତ୍ପାଦନ ୮୩ ନିୟୁତ ଟନ୍ ବୃଦ୍ଧି ପାଇ ୨୨୧ ନିୟୁତ ଟନ୍ରେ ପହଞ୍ଚତ୍ଛି। ୨୦୨୪ରେ ମୁଣ୍ଡ ପିଛା କ୍ଷୀର ବ୍ୟବହାର ୩୦୩ ଗ୍ରାମ ଥିବାବେଳେ ୨୦୨୨ରେ ଏହା ୪୪୯ ଗ୍ରାମରେ ପହଞ୍ଚତ୍ଲା ବୋଲି କେନ୍ଦ୍ରମନ୍ତ୍ରୀ ରୁପାଲା ସୂଚନା ଦେଇଛନ୍ତି।
IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!
ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍ଜା…
ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!
୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…
SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ
ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…
ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ
କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…
ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ
ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…
କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ
ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…
ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ
ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…
ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…
ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

