ମିଳିଲାନି ଦ୍ୱିତୀୟ କିସ୍ତି ଟଙ୍କା: ଆଜବେଷ୍ଟସ ପକାଇଲେ ଇନ୍ଦିରାଆବାସ ହିତାଧିକାରୀ

ଲାଠୋର, ୩୦ା୧୦ (ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତ ଅନ୍ତର୍ଗତ ଫୁଲଝର ଗ୍ରାମର ରୁକୁଣୀ ବିଭାର। ସ୍ବାମୀ ଲକ୍ଷ୍ମଣ ବିଭାର, ଦୁଇ ଝିଅ ଅହଲ୍ୟା, ଜ୍ୟୋତ୍ସ୍ନା ଓ ଦୁଇ ପୁଅ ରମେଶ ଏବଂ ଯଶୋବନ୍ତଙ୍କୁୁ ନେଇ ତାଙ୍କ ପରିବାର। ଏସ୍‌ଇସିସି ତାଲିକାରେ ତାଙ୍କ ପରିବାରର ନାମ ଅନ୍ତର୍ଭୁକ୍ତ ଥିବାରୁ ରୁକୁଣୀଙ୍କୁ ଇନ୍ଦିରା ଆବାସ ଯୋଜନାରେ ସାମିଲ କରାଯାଇ ଖପ୍ରାଖୋଲ ପଞ୍ଚାୟତ ସମିତ ପକ୍ଷରୁ ତା୨୬ା୧୨ା୨୦୧୪ରିଖରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ପ୍ରକଳ୍ପର ଅଟକଳ ଥିଲା ୭୫ ହଜାର ଟଙ୍କା। ବାସଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତିରେ ୧୫ ହଜାର ଟଙ୍କା ମଞ୍ଜୁର କରାଗଲା। ପୈତୃକ ଘରଭାଙ୍ଗି ବାସଗୃହ ନିର୍ମାଣ କାମ ଆରମ୍ଭ କରି ଛାତ ଲେଭଲ ପର୍ଯ୍ୟନ୍ତ କରିଥିଲେ। ଦ୍ୱିତୀୟ କିସ୍ତି ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଧାଇଁ ସେ ନୟାନ୍ତ ହୋଇଥିଲେ ବି ତାହା ମିଳିଲା ନାହିଁ। ଏହି ସମୟ ମଧ୍ୟରେ ଲକ୍ଷ୍ମଣ ରୋଗାଗ୍ରସ୍ତ ହୋଇ ତା୧୮ା୨ା୨୦୧୯ ରିଖରେ ମୃତ୍ୟୁବରଣ କଲେ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆର୍ଥିକ ଦୁର୍ଗତି ମଧ୍ୟକୁ ଟାଣି ହୋଇଗଲା ଏହି ଗରିବ ପରିବାର। ଦୁଇଓଳି ଖାଇବା ଯୋଗାଡ କରିବା କଷ୍ଟକର ହେଉଥିବା ବେଳେ ଘର କାମ କରିବା ସମ୍ଭବ ହେଲାନାହିଁ। ତେଣୁ ଲୋକଙ୍କଠାରୁ ଧାରକରଜ କରି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଥିବା ବାସଗୃହରେ ଆଜବେଷ୍ଟସ୍‌ ପକାଇ କୌଣସି ମତେ ପରିବାରବର୍ଗ ମୁଣ୍ଡ ଗୁଞ୍ଜିଛନ୍ତି। ଲକ୍ଷ୍ମଣଙ୍କ ମୃତ୍ୟୁ ପରେ ରୁକୁଣୀ ପରିବାର ମଙ୍ଗଳ ଯୋଜନାରେ ସାମିଲ କରିବା ପାଇଁ ଆବଶ୍ୟକ କାଗଜ ପତ୍ର ବ୍ଳକ କାର୍ଯ୍ୟାଳୟରେ ଗତ ମାର୍ଚ୍ଚ ୨୦୧୯ରେ ଦାଖଲ କରିଥିଲେ। ହେଲେ ଆଜି ଯାଏ ତାଙ୍କୁ ଯୋଜନାରେ ସାମିଲ କରି ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ନାହିଁ। ପଞ୍ଚାୟତରୁ ମିଳୁଥିବା ୨୫କେଜି ଚାଉଳ ଏବଂ ୫ଶହ ଟଙ୍କା ଭତ୍ତାରେ ରୁକୁଣୀ ଘର ଚଳାଉଛନ୍ତି। ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସମ୍ପୃକ୍ତ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ଏ ନେଇ ବିଡିଓ ତରଣୀ ସୁନାଙ୍କୁ ପଚାରିବାରୁ ଏହା ୬ବର୍ଷର ପୁରୁଣା କେସ୍‌। ହିତାଧିକାରୀ ସମୟାନୁସାରେ କାମ ସାରି ନ ଥିବାରୁ ଟଙ୍କା ଫେରି ଯାଇଥିବ। ତେଣୁ ପ୍ରଥମ କିସ୍ତି ବାବଦ ୧୫ହଜାର ଟଙ୍କା ଫେରସ୍ତ ଦେଲେ ନୂତନ ଆବାସ ଯୋଜନାର ଘର ରୁକୁଣୀଙ୍କୁ ଯୋଗାଇ ଦିଆଯିବ। ସେହିପରି ପରିବାର ମଙ୍ଗଳ ଯୋଜନା ବାବଦକୁ ପାଇଥିବା ଟଙ୍କା ସମ୍ପର୍କରେ ରୁକୁଣୀ ତାଙ୍କୁ ଭେଟି ଜଣାଇଲେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?