ପ୍ରବାସୀ ସେବା

Dillip Cherian

କେରଳର ବହୁ ସଂଖ୍ୟକ ଲୋକ ପୃଥିତ୍ବୀର କୋଣ ଅନୁକୋଣରେ ରହିଛନ୍ତି। ଏହି ପ୍ରବାସୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ମାର୍ଗଦର୍ଶନ କରିବା ଲାଗି କେରଳ ଇଣ୍ଡିଆନ୍‌ ଫରେନ୍‌ ସର୍ଭିସ୍‌ (ଆଇଏଫ୍‌ଏସ୍‌) ଅଧିକାରୀ ବେଣୁ ରାଜମଣିଙ୍କୁ ନିଯୁକ୍ତି ଦେଇଛି। ବିଦେଶରେ କେରଳୀମାନେ ରହିଥିଲେ ମଧ୍ୟ ରାଜ୍ୟ ସହ ସେମାନଙ୍କର ଘନିଷ୍ଟ ସମ୍ପର୍କ ରହିିଛି। ଏଦୃଷ୍ଟିରୁ ସେମାନଙ୍କ ଭଲମନ୍ଦ କଥା ବୁଝିବା ଲାଗି ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ଆବଶ୍ୟକତା ଅନୁଭବ କରିଛନ୍ତି ସରକାର। ଏଥିପାଇଁ ସରକାର ପ୍ରଥମେ ଏଭଳି ପଦକ୍ଷେପ ନେଇଛନ୍ତି। ବହିଃ ସହଯୋଗ ଲାଗି ଅଫିସର ଅନ୍‌ ସ୍ପେଶିଆଲ ଡ୍ୟୁଟି (ଓଏସ୍‌ଡି) ଭାବେ ରାଜମଣିଙ୍କୁ ଚୁକ୍ତି ଭିତ୍ତିରେ ବର୍ଷେ ସକାଶେ ଅଣାଯାଇଛି। ରାଜମଣିଙ୍କ ପାଖରେ ଦୀର୍ଘଦିନର କୂଟନୈତିକ କ୍ୟାରିୟର ଅନୁଭୂତି ରହିଛି ଓ ଏହାକୁ ଆଧାର କରି କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ତାଙ୍କୁ ଉକ୍ତ କାର୍ଯ୍ୟ ପାଇଁ ଚୟନ କରିଥିବା ଜଣାପଡ଼ିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ)ସହ ସମନ୍ବୟ ରଖି ପ୍ରବାସୀମାନଙ୍କ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ରାଜମଣିଙ୍କ ଅଭିଜ୍ଞତାକୁ ଉପଯୋଗ କରାଯାଇପାରିବ ବୋଲି ସରକାର ବିଶ୍ୱାସ କରୁଛନ୍ତି । ଏହାଦ୍ୱାରା ବିଦେଶ ସରକାରଗୁଡ଼ିକ ସହ ସଂସ୍କୃତି, ଅର୍ଥନୈତିକ ଏବଂ ଶୈଖିକ ସମ୍ବନ୍ଧ ବୃଦ୍ଧି ହୋଇପାରିବ ବୋଲି ମନେକରୁଛନ୍ତି। ବିଶେଷ କରି ସେ ଶିକ୍ଷା, ଆର୍ଥିକ,କୌଶଳ ବିକାଶ ଏବଂ ରୋଜଗାର କ୍ଷେତ୍ରରେ ସେମାନଙ୍କୁ ସହଯୋଗ କଲାଭଳି ସୁଯୋଗଗୁଡ଼ିକୁ ଅନ୍ବେଷଣ କରିବେ। ପ୍ରବାସୀଙ୍କ ସେବାର ଏସବୁ ଗୁରୁଦାୟିତ୍ୱ ତୁଲାଇବା ଜଣଙ୍କ ପାଇଁ କାଠିକର ପାଠ। କିନ୍ତୁ ଏହା ନିଶ୍ଚିତ ଯେ, କେରଳର ଉକ୍ତ ପଦକ୍ଷେପରୁ ପଞ୍ଜାବ କିଛି ଶିକ୍ଷା କରିବ; କାରଣ ବିଶ୍ୱର ବିଭିନ୍ନ ଦେଶରେ ସଂଖ୍ୟାଧିକ ପଞ୍ଜାବୀ ରହିଛନ୍ତି।
କଡ଼ା ନିର୍ଦ୍ଦେଶ
ଭାରତରେ ଅମଲାତନ୍ତ୍ର କଚ୍ଛପ ଗତିରେ ଚାଲୁଛି ବୋଲି କାହାକୁ ବୁଝାଇବାକୁ ପଡ଼ିବ ନାହିଁ। ଲୋକମାନେ ଏପରି କି ନେତାମାନେ ମଧ୍ୟ ଏ ସମ୍ପର୍କରେ ଭଲ ଭାବେ ଅବଗତ। କିନ୍ତୁ ହରିୟାଣାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିତ୍ବା କ୍ଲାସ୍‌ ଓ୍ବାନ୍‌ ଏବଂ କ୍ଲାସ୍‌ ଟୁ ଅଧିକାରୀଙ୍କ ବିରୋଧରେ ଚାଲିଥିବା ତଦନ୍ତରେ ଅହେତୁକ ବିଳମ୍ବକୁ ଲକ୍ଷ୍ୟକରି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାର ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। ସ୍ଥଗିତ ଥିବା ତଦନ୍ତଗୁଡ଼ିକୁ ଶେଷ କରିବା ପାଇଁ ଏକ ସମୟ ସୀମା ନିର୍ଦ୍ଧାରଣ କରିବାକୁ ସେ ମୁଖ୍ୟ ଶାସନ ସଚିବ ବିଜୟ ବର୍ଦ୍ଧନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି। ପୁନଶ୍ଚ ନିର୍ଦ୍ଦେଶ ଦେଇଛନ୍ତି ଯେ, ତଦନ୍ତ ପ୍ରକ୍ରିୟାରେ ବିଳମ୍ବ କରି ଦୋଷୀ ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଉଥିତ୍ବା ତଦନ୍ତକାରୀ ଅଧିକାରୀମାନଙ୍କ ବିରୋଧରେ କଠୋର ଶୃଙ୍ଖଳଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ଏକ ବଡ଼ ଦଣ୍ଡ ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ତଦନ୍ତ ୬ ମାସ ମଧ୍ୟରେ ଶେଷ କରିବାକୁ ହୋଇଥାଏ, କିନ୍ତୁ ଏସବୁ କ୍ଷେତ୍ରରେ ତଦନ୍ତକାରୀ ଅଧିକାରୀମାନେ ନିୟମିତ ରୂପେ ବିଳମ୍ବ କରୁଥିତ୍ବା ଜଣାପଡୁଛି। ଏବେ ମୁଖ୍ୟ ସଚିବ ବର୍ଦ୍ଧନ ଏହି କାର୍ଯ୍ୟର ଦାୟିତ୍ୱ ପ୍ରଶାସନିକ ସଚିବମାନଙ୍କ ଉପରେ ଲଦିଛନ୍ତି ଓ ଏ ସଂକ୍ରାନ୍ତରେ ଏକ ନିଦ୍ଦେର୍ର୍ଶ ମଧ୍ୟ ଜାରି କରିଛନ୍ତି। ଏଥିତ୍ରେ ନଭେମ୍ବର ଶେଷସୁଦ୍ଧା କ୍ଲାସ୍‌ ଓ୍ବାନ୍‌ ଏବଂ କ୍ଲାସ୍‌ ଟୁ ଅଧିକାରୀମାନଙ୍କ ବିରୋଧରେ ସ୍ଥଗିତ ରହିଥିତ୍ବା ତଦନ୍ତ ଶେଷ କରିବାକୁ ସଚିବମାନଙ୍କୁ କୁହାଯାଇଛି। ସରକାର କହିଛନ୍ତି, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଏହି ବର୍ଗର ଅଧିକାରୀମାନଙ୍କୁ ଲୋକମାନଙ୍କ ସେବା ସହ ଜଡ଼ିତ କ୍ଷତ୍ର ନିଯୁକ୍ତିରୁ ଦୂରେଇ ରଖାଯିବ।
ବିଳମ୍ବରେ ନିଯୁକ୍ତି
ସରକାର ଶେଷରେ ପଦକ୍ଷେପ ନେଇ ୧୩ଟି ସଚିବ ସ୍ତରୀୟ ପଦବୀ ପୂରଣ କରିଛନ୍ତି। ଫଳରେ ଗତ ଫେବୃୟାରୀରେ ନିଯୁକ୍ତି ତାଲିକାରେ ଅନ୍ତର୍ଭୁକ୍ତ ୧୯୮୯ ବ୍ୟାଚ୍‌ର କେତେଜଣ ଅଧିକାରୀ ଶାନ୍ତ ପଡ଼ିଯାଇଛନ୍ତି। ଅଧିକାରୀମାନେ ଖାଲି ପଦବୀଗୁଡ଼ିକରେ ନିଯୁକ୍ତି ହୋଇପାରୁ ନ ଥିବାରୁ ନିରାଶ ହୋଇ ଯାଇଥିଲେ । ତେବେ ଏହି ବ୍ୟାଚର ତିନିଜଣ ଅଧିକାରୀ ପି.କେ.ତ୍ରିପାଠୀ, ରାଜୀବ ବନ୍‌ସାଲ ଏବଂ ଅନୁରାଧା ପ୍ରସାଦଙ୍କ ବ୍ୟତୀତ ୨୨ ଜଣ ନିଯୁକ୍ତି ପାଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩ ଜଣ ନିୟମିତ ସଚିବ ଭାବେ ନିଯୁକ୍ତ ଥିବାବେଳେ ଅନ୍ୟ ୯ ଜଣଙ୍କୁ ସଚିବ ର଼୍ୟାଙ୍କ ଓ ଦରମାର ସ୍ବତନ୍ତ୍ର ସଚିବ ପଦକୁ ପଦୋନ୍ନତି ଦିଆଯାଇଛି। ଇସ୍ପାତ ସଚିବ ତ୍ରିପାଠୀଙ୍କୁ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ର ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ଏୟାର ଇଣ୍ଡିଆ ସିଏମ୍‌ଡି ରାଜୀବ ବନ୍‌ସଲ ବେସାମରିକ ବିମାନ ଚଳାଚଳ ବିଭାଗର ନୂଆ ସଚିବ ହୋଇଛନ୍ତି। ଏହିସବୁ ନିଯୁକ୍ତି ମୋଦି ସରକାରଙ୍କ ପ୍ରମୁଖ ନୀତି ବା ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ। ଶିଳ୍ପ ଓ ଆନ୍ତଃ ବାଣିଜ୍ୟ ବିକାଶ ବିଭାଗର ସଚିବ ତଥା ମଧ୍ୟପ୍ରଦେଶ କ୍ୟାଡର ଅଧିକାରୀ ଅନୁରାଗ ଜୈନ ସରକାରଙ୍କ ଏଫ୍‌ଡିଆଇ,ଷ୍ଟାର୍ଷ୍ଟଅପ୍‌ ନୀତି ଓ ଇଜ୍‌ଅଫ ଡୁଇଂ ବିଜ୍‌ନେସକୁ କାର୍ଯ୍ୟକାରୀ କରିବାରେ ନେତୃତ୍ୱ ନେବେ। ନୂଆ ଶ୍ରମ ସଚିବ ଭାବେ ଅବସ୍ଥାପିତ ସୁନୀଲ ଭରଦ୍ୱାଜ ୪ଟି ଲେବର କୋଡ୍‌ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ନେବେ। ତେବେ ସରକାରଙ୍କୁ ଆହୁରି କିଛି କରିବାକୁ ପଡ଼ିବ। ଏଯାବତ ବହୁ ପଦବୀ ଖାଲି ରହିଛି ଓ ସେଗୁଡ଼ିକୁ ପୂରଣ କରିବା ଦରକାର। ଏଥିରେ ବିଳମ୍ବ ହେଲେ ଅଧିକ କ୍ଷତି ହୋଇପାରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri