ଘରେ ପହଞ୍ଚିବ ମାଇଗ୍ରେଶନ ସାର୍ଟିଫିକେଟ

ସମ୍ବଲପୁର,୨୭ା୧୦(ବ୍ୟୁରୋ): ମାଇଗ୍ରେଶନ ସାର୍ଟିଫିକେଟ ପାଇଁ ଛାତ୍ରୀଛାତ୍ରଙ୍କୁ ଆଉ ବିଶ୍ୱବିଦ୍ୟାଳୟ ଆସି ଧାଡ଼ିରେ ଛିଡା ହୋଇ ଆବେଦନ କରିବାକୁ ପଡ଼ିବ ନାହିଁ। ଅନ୍‌ଲାଇନରେ ଆବେଦନ କରିବା ପରେ ସେମାନଙ୍କ ଘରେ କିମ୍ବା ଦିଆଯାଇଥିବା ଠିକଣାରେ ସାର୍ଟିଫିକେଟ ପହଞ୍ଚିିବ। ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ପରିସରରେ ବୁଧବାର ଅନ୍‌ଲାଇନ ସେବା ଉଦ୍‌ଘାଟନ ଅବସରରେ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଏହା କହିଥିଲେ।

ଏସ୍‌ୟୁ ଅଧୀନରେ ୧୦ ଜିଲାରେ ୨୨୨ କଲେଜ ରହିଛି। ଛାତ୍ରୀଛାତ୍ର ପାସ୍‌ କରିବା ପରେ ଓ ଅନ୍ୟ କଲେଜରେ ନାମ ଲେଖାଇଲେ ମାଇଗ୍ରେଶନ ସାର୍ଟିଫିକେଟ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ। କେତେକ ଜିଲାର କଲେଜ ବିଶ୍ୱବିଦ୍ୟାଳୟଠାରୁ ୩ଶହ କି.ମି. ଦୂରରେ ରହୁଛି। ସାର୍ଟିଫିକେଟ ପାଇଁ ପିଲାମାନେ ଆସିଲେ ଦିନଟିଏ ବିତିଯାଉଥିଲା। ପୁଣି ଫି’ ଦେବାଠାରୁ ଆରମ୍ଭ କରି ଆବେଦନ କରିବା ନେଇ ସମସ୍ୟା ଭୋଗୁଥିଲେ। ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ମାଇଗ୍ରେଶନ ସାର୍ଟିଫିକେଟ ଆବେଦନ କରିବା ପାଇଁ ସ୍ବତନ୍ତ୍ର ସାଇଟ୍‌ ରହିଛି। ପିଲାମାନେ ମୋବାଇଲ ନମ୍ବର ଓ ମେଲ୍‌ ଆଇଡି ଦେଇ ଆବେଦନ କରିପାରିବେ। ଆବଶକ୍ୟ ପଡୁଥିବା ଫି’ ମଧ୍ୟ ଅନ୍‌ଲାଇନରେ ଦେଇପାରିବେ। ସାର୍ଟିଫିକେଟ ପ୍ରସ୍ତୁତ କରି କର୍ତ୍ତୃପକ୍ଷ ଘରକୁ ପଠାଇବା ବ୍ୟବସ୍ଥା କରିବେ। ଯଦି ଜଣେ ଛାତ୍ର ଚାହିଁବେ ସେମାନେ ଏସ୍‌ୟୁ ଆସି ସାର୍ଟିଫିକେଟ ନେଇପାରିବେ। ରାଜ୍ୟରେ ଏହି ସେବା ପ୍ରଥମେ ଓୟୁଏଟି ଭୁବନେଶ୍ୱର ପକ୍ଷରୁ ଦିଆଯାଉଥିବା ବେଳେ ଦ୍ୱିତୀୟ ଅନୁଷ୍ଠାନ ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ: ଆରମ୍ଭ ହେଲାଣି ସିଜରିଆନ ଡେଲିଭରି

ଫୁଲବାଣୀ ଅଫିସ, ୬ା୧-ସରକାର ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଛନ୍ତି। ମାତୃ ଓ ଶିଶୁ ମୃତ୍ୟୁହାର କମିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ସିଜରିଆନ ଡେଲିଭରି...

ନାଁ ଲେଖାଇ ଦେବା ଆଳରେ ଲକ୍ଷେ ଟଙ୍କା ଠକେଇ

ବାଣପୁର,୨୮।୯(ଡି.ଏନ୍‌.ଏ.): କଲେଜରେ ନାଁ ଲେଖାଇ ଦେବା ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇ ଦେବା ପ୍ରତିଶ୍ରୁତି ଦେଇ ୧ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ସୋମବାର ବାଣପୁର ପୋଲିସ...

ଧାନ ବିହନ ବୁଣି ବର୍ଷାକୁ ଚାହିଁଛି ଚାଷୀ

ମହାକାଳପଡ଼ା,୧୩ା୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଖରିଫ ଫସଲ ପାଇଁ ଚାଷୀମାନେ ଜମି ପ୍ରସ୍ତୁତି କରି ଧାନ ବିହନ ବୁଣିବା କାମ ସାରିଲେଣି।...

ପୁରୀରେ ପହଁଚିଲା ନବମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୩୦ା୪: କରୋନା ପାଇଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଶଙ୍କା ଭିତରକୁ ଠେଲି ହୋଇଯାଇଛି। ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି...

ନିଯୁକ୍ତିରେ ନୈରାଶ୍ୟ

ରାୟଗଡ଼ାରେ ବର୍ଷକୁ ପ୍ରାୟ ୧୦ ହଜାର ଶିକ୍ଷିତ ଯୁବତୀ ଯୁବକ ବାହାରୁଛନ୍ତି। ଏହାସହ ପାଠ ପଢ଼ି ନ ଥିବା କିମ୍ବା ଅଧାରୁ ପାଠ ଛାଡ଼ିଥିବା ଯୁବପିଢ଼ିଙ୍କ...

ଭଡାଘରୁ ମିସ୍ତ୍ରୀଙ୍କ ମୃତଦେହ ଜବତ

ବଲାଙ୍ଗୀର ଅଫିସ,୫।୩: ବଲାଙ୍ଗୀର ସହର ଗେଟ ସରୋବରପଡାରେ ଏକ ଭଡାଘରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହକୁ ଟାଉନ ଥାନା ପୋଲିସ ଜବତ କରିଛି। ମୃତ...

ପଲିଥିନ ବଣ୍ଟନରେ ଅନିୟମିତତା ଅଭିଯୋଗ: ତହସିଲଦାରଙ୍କୁ ନ ପାଇ ବିଡିଓଙ୍କୁ ଘେରିଲେ ଗ୍ରାମବାସୀ

କଣ୍ଟାପଡା,୧୫।୫(ଡି.ଏନ୍‌.ଏ.): ସାମୁଦ୍ରିକ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ କଣ୍ଟାପଡା ବ୍ଲକ ଅନ୍ତର୍ଗତ ପାଟସୁନ୍ଦରପୁର ପଞ୍ଚାୟତରେ ବାତ୍ୟା ବିପନ୍ନଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ହୋଇଥିବା ପାଟସୁନ୍ଦରପୁର ଗ୍ରାମବାସୀଙ୍କ ପକ୍ଷରୁ...

କରୋନା ସଂକ୍ରମଣ ପ୍ରତିହତ ଲାଗି ବିଶୋଧକ ସିଞ୍ଚନ

ଡାବୁଗାଁ,୬ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ କରୋନା ସଂକ୍ରମଣ ପ୍ରତିହତ ଲାଗି ଡାବୁଗାଁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ରବିବାର ଅପରାହ୍ନରେ ବିଶୋଧକ ସିଞ୍ଚନ କରାଯାଇଛି। ଡାବୁଗାଁ...

Advertisement
Archives

Model This Week