ମଧ୍ୟବିତ୍ତ ବାପା

ଅଂଶୁମାନ ଦାଶ

 

ଦେଶର ସ୍ବାଧୀନତା ସମୟ ୧୯୪୭ ବେଳକୁ ସରକାରୀ କାଗଜ ହିସାବରେ ସମାଜର ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। କ୍ଷୁଧା ପାଇଁ ଆହାର ଓ ଶରୀର ପାଇଁ ପୋଷାକ ଉପଲବ୍ଧ କରିପାରିବା ସେମାନଙ୍କ ନିତିଦିନର ଲକ୍ଷ୍ୟ ଥିଲା। ସେହି ଦଶନ୍ଧି ମଧ୍ୟରେ ଜନ୍ମ ହୋଇଥିବା ଅଧିକାଂଶ ଲୋକ ଗରିବ ପରିବାରର ସେହି ସଙ୍ଘର୍ଷ କାହାଣୀ ସହ ପରିଚିତ ଥିବା ସ୍ବାଭାବିକ୍‌। ସେହି ଗରିବ ପରିବାରରେ ଜନ୍ମ ହୋଇ ପ୍ରତିକୂଳ ପରିସ୍ଥିତିରେ ବଢି ଅନେକ ଲୋକ ସଫଳତାର ଶିଡି ଚଢ଼ି ଗରିବ ଶ୍ରେଣୀରୁ ମଧ୍ୟବିତ୍ତ ଶ୍ରେଣୀକୁ ପ୍ରବେଶ କରିପାରିଥିଲେ। ହେଲେ ସେମାନଙ୍କ ସଙ୍ଘର୍ଷ ସେଠାରେ ଶେଷ ହୋଇ ନ ଥିଲା। ବାପା ମା’ ଝିଅ ପୁଅ ବିଶିଷ୍ଟ ସାଧାରଣ ମଧ୍ୟବିତ୍ତ ପରିବାରର ନିରନ୍ତର ସଙ୍ଘର୍ଷ। ମଧ୍ୟବିତ୍ତ ବାପା ସରକାରୀ ଚାକିରି କରିଥିବାରୁ ନିଜ ଗାଁ ମାଟି ଛାଡି ସହରରୁ ମଧ୍ୟ ବହୁ ଦୂରରେ ଚାକିରି ଅଞ୍ଚଳରେ ପରିବାର ସହ ବାସ କଲେ। ମାସିକ ଦରମାରେ ନିଜ ମା’ବାପାଙ୍କ ଭଲମନ୍ଦ ବୁଝି ସ୍ତ୍ରୀ ପିଲାଛୁଆ ଓ ଘରର ଆବଶ୍ୟକ ପୂରଣ କଲା ବେଳକୁ ନିଅଣ୍ଟ। ସମୟ ଭଲ ନ ଥିଲେ ଅଯଥା ମେଡିକାଲ୍‌ ଖର୍ଚ୍ଚ ତା’ ସାଙ୍ଗକୁ ଡାକ୍ତର ପାଖରେ ଲମ୍ବା ଲାଇନ୍‌। ଡାକ୍ତର ଦେଖାଇବା ପାଇଁ ଶହେ କୋଷ ଦୂର ଗମନ କରି ସହର ମେଡିକାଲରେ ପହଞ୍ଚତ୍ଲା ବେଳକୁ ନମ୍ବର ସେଦିନ ପଡ଼ିବ କି ନାହିଁ ତାହା ମଧ୍ୟ ସନ୍ଦେହ। ସ୍କୁଟର ଦେହରେ ଲଗେଜ୍‌ ବାନ୍ଧି ଖରାଛୁଟିରେ ସ୍ତ୍ରୀ, ପୁଅଝିଅଙ୍କୁ ବସାଇ ଶହେ ମାଇଲ୍‌ ଦୂର ନିଜ ଗାଁକୁ ଚଲାଇ ନେବାରେ ଜଣେ ମଧ୍ୟବିିତ୍ତ ବାପା ହିଁ ସିଦ୍ଧହସ୍ତ। ଆଉ ବସ୍‌ରେ କେବେ ଗଲେ ସିଟ୍‌ ନ କାଟିବା ପାଇଁ ବାପା ପିଲାମାନଙ୍କୁ କୋଳରେ ବସେଇକି ନେଇଥାନ୍ତି। ବାପାଙ୍କ ଆର୍ଥିକ ସମସ୍ୟାର ଗୁରୁତ୍ୱକୁ ପିଲାମାନେ ବେଳେବେଳେ ହୃଦୟଙ୍ଗମ କରି ଅନେକ ଜିନିଷ ଯଥା ଜନ୍ମଦିନର ଉତ୍ସବ ହେଉ ବା ପ୍ଂଯାନ୍ସି ଜିନିଷ କିଛି ହେଉ ସେଥିପାଇଁ ନିଜ ଜିଦ୍‌କୁ ତ୍ୟାଗ କରିଦେଇଥାନ୍ତି। ସକାଳୁ ଉଠି ନିତ୍ୟକର୍ମ ସାରି ଅଫିସ୍‌ ଯିବା ଆଉ ଫେରିବା ବାଟରେ ସଉଦା କିଣି ଘରେ ପହଞ୍ଚତ୍ବାର ରୁଟିନ୍‌ରେ ଦୀର୍ଘ ବର୍ଷ ଏପରି ପଳାଇଗଲା ଜଣାପଡିଲା ନାହିଁ। ଭଡ଼ାଘରେ ଅଧା ଜୀବନ ବିତାଇ ନିଜ ପାଇଁ ଜମି କିଣି ଘର ତିଆରି କଲାବେଳକୁ ଜୀବନର ଅପରାହ୍ନ ଅବନୀତ। ସମସାମୟିକ କିଛି ସହକର୍ମୀ ହୁଏତ କଳାଧନ ବଳରେ କିମ୍ବା ପାରିବାରିକ ସମ୍ଭ୍ରାନ୍ତଶ୍ରେଣୀ ଯୋଗୁ ବେଶ୍‌ ସୁରୁଖୁରୁରେ ସମୟ କାଟୁଥିବେ; ହେଲେ ସେମାନଙ୍କୁ ଉପେକ୍ଷା କରି ନିଜର ସଚ୍ଚୋଟତାରେ ଅତୁଟ ରହି ମଧ୍ୟବିିତ୍ତ ବର୍ଗରେ ମୁଣ୍ଡ ଉଚ୍ଚା କରି ଜାରି ରଖିଥିବା ସେହି ସଙ୍ଘର୍ଷ ପାଇଁ ମଧ୍ୟବିତ୍ତ ବାପା ମାନେ ଶ୍ରେୟ ଯୋଗ୍ୟ। ପାଦେପାଦେ ସହଧର୍ମିଣୀଙ୍କ ସହଯୋଗ ସମର୍ଥନ ନ ଥିଲେ ସଙ୍ଘର୍ଷ ବି ହୋଇଥାନ୍ତା ଅସମ୍ଭବ।
ଷାଠିଏ ଦଶକର ଗରିବ ବାପାର ସଙ୍ଘର୍ଷ ସହ ପରିଚିତ ଥିବା ଅଧିକାଂଶ ଲୋକଙ୍କ ଆଗାମୀ ପିଢ଼ି ନବେ ଦଶକର ମଧ୍ୟବିତ୍ତ ବାପାର ସଙ୍ଘର୍ଷର ଏହି ବାସ୍ତବ କାହାଣୀର ସାକ୍ଷୀ ହୋଇଥିବେ। ନବେ ଦଶକର ପିଲାମାନେ ବର୍ତ୍ତମାନ ଦେଶର ଆଗଧାଡ଼ିର ବୁଦ୍ଧିଜୀବୀ। ହେଲେ ଯେଉଁ ସାଧାରଣ ମଧ୍ୟବିତ୍ତ ବାପା ସେମାନଙ୍କ ସଫଳତାର ମାର୍ଗ ଗଠନ କରିଥିଲେ ସେହି ବାପା ଆଜି ଦୁଃସ୍ଥ ନିଷେଷିତ ନାହିଁ ତ। କେଉଁ ଏକ ଅଜଣା ସହରରେ ଅଚିହ୍ନା ବୃଦ୍ଧାଶ୍ରମର କୋଠରି ଭିତରେ ଏକାଏକା ସଙ୍ଘର୍ଷରତ ନାହାନ୍ତି ତ ! ବିକାଶ ଭିତରେ ଆମ ମାନସିକ ମୂଲ୍ୟବୋଧ ହ୍ରାସ ହୋଇଯାଇନି ତ ! ନବେ ଦଶକରେ ବାପାଙ୍କ ସହିତ ମେଳାରେ ବଉଳ ମୂଳରେ ମିଶିକି ତରଭୁଜ ଖାଇଥିଲେ, ବାଡି ବଗିଚାରେ ମିଶିକି ମାଟିକାମ କରିଥିଲେ, କେବେ ସେହି ଖୁସିଭରା ଛୋଟଛୋଟ ପୁରୁଣା ମୁହୂର୍ତ୍ତକୁ ବାପାଙ୍କ ସହ ମନେ ପକାଇଛେ ! ହେଲେ ସେହି ବାପା ବୃଦ୍ଧାଶ୍ରମ ଭିତରେ ଏକୁଟିଆ ସେହି ମୁହୂର୍ତ୍ତ ସବୁକୁ ମନେପକାଇ ଆଖି ଛଳଛଳ କରିଦେଉନାହିଁ ତ ! ବୃଦ୍ଧାଶ୍ରମରେ କାଳ କାଟୁଥିବା ସେହି ମଧ୍ୟବିତ୍ତ ବାପା ପିଲାମାନଙ୍କ ପ୍ରତି ନିଜର ପ୍ରତିପାଳନକୁ ମନେ ପକାଇ ନିନ୍ଦା କରୁ ନ ଥିବେ ତ ! ଚାକିରିର ପ୍ରକୃତି ଯୋଗୁଁ ବାପା ମା’ଙ୍କ ଘରଠାରୁ ଦୂରେଇ ଯିବାକୁ ପଡିଥାଏ। ହେଲେ କାର୍ଯ୍ୟବ୍ୟସ୍ତତା ବାହାନାରେ ମାନସିକତାରେ ମଧ୍ୟ ସେମାନଙ୍କଠାରୁ ଦୂରେଇଯିବା, ଏହା କ’ଣ ଗ୍ରହଣଯୋଗ୍ୟ।
ପୁରାଣ କଥାରେ ରାଜା ଯଯାତି ନିଜ ଶ୍ୱଶୁର ଋଷି ଶୁକ୍ରାଚାର୍ଯ୍ୟଙ୍କଠାରୁ ଦ୍ୱିତୀୟ ବିବାହ କରିଥିବାରୁ ଅଭିଶାପ ପ୍ରାପ୍ତ କରି ବୃଦ୍ଧ ପାଲଟି ଯାଇଥିଲେ। ନିଜର ଭୁଲ୍‌କୁ ସ୍ବୀକାର କରି କ୍ଷମା ପ୍ରାର୍ଥନା ସହ ଅଭିଶାପରୁ ମୁକ୍ତ ପାଇଁ ଋଷିଙ୍କ ନିକଟରେ ଦୟା ଭିକ୍ଷା କରିବାରୁ ମହର୍ଷି ଯୁବକ ହେବା ପାଇଁ ଅନ୍ୟ ଜଣକୁ ନିଜର ବାର୍ଦ୍ଧକ୍ୟ ପ୍ରଦାନ କରିବାକୁ ହେବ ବୋଲି ଜଣାଇଲେ। ଏହି ପ୍ରସ୍ତାବରେ ଯଯାତିଙ୍କ ପୁତ୍ର ପୁରୁ ସଙ୍ଗେସଙ୍ଗେ ରାଜି ହୋଇଯାଇଥିଲେ ଏବଂ ପିତାଙ୍କ ବାର୍ଦ୍ଧକ୍ୟ ଗ୍ରହଣ କରିଥିଲେ। ପୁରାଣ କଥାରେ ଏହା ପିତାଙ୍କ ପ୍ରତି ଆଦର୍ଶ ପୁତ୍ରର ତ୍ୟାଗକୁ ଦର୍ଶାଇଥାଏ। ସଂସ୍କୃତରେ କୁହାଯାଇଛି, ‘ପଂଚାନ୍ୟୋ ମନୁଷ୍ୟେଣ ପରିଚୟା ପ୍ରୟତ୍ନତରୁ- ପିତାମାତାଗ୍ନିରାମତ୍ା ଚ ଗୁରୁଶ୍ଚ ଭରତର୍ଷଭ।‘ ଅର୍ଥାତ୍‌ ପିତା, ମାତା, ଅଗ୍ନି, ଆମତ୍ା ଓ ଗୁରୁ- ମନୁଷ୍ୟକୁ ଏହି ପାଞ୍ଚ ପ୍ରକାର ଅଗ୍ନିର ଯତ୍ନର ସହ ସେବା କରିବା ଉଚିତ୍‌। ୧୦୦ ଟଙ୍କା ମୂଳଧନକୁ ୧୫୦ ଟଙ୍କା କରିବା ପାଇଁ ୫୦%ର ଲାଭ କରିବାକୁ ହୋଇଥାଏ, ବଦଳରେ ମାତ୍ର ୩୩% କ୍ଷତିରେ ପୁନଶ୍ଚ ୧୫୦ ଟଙ୍କା ୧୦୦ ଟଙ୍କାକୁ ଖସିଆସେ। ସେହିପରି ଅଭ୍ୟାସ, କର୍ମ ଏବଂ ଗୁଣ। ଯେତିକି ପରିଶ୍ରମରେ ସୁଅଭ୍ୟାସ, ସୁକର୍ମ ଓ ସଦ୍‌ଗୁଣ ମଣିଷ ହାସଲ କରିଥାଏ ଏବଂ ତା’ର ସୁଫଳ ପାଇଥାଏ ତା’ ଠାରୁ ଢେର୍‌ କମ୍‌ ପରିମାଣର କୁକର୍ମ, ମନ୍ଦ ଅଭ୍ୟାସ ଓ ଦୁର୍ଗୁଣ ଅର୍ଜିଥିବା ସୁଫଳର ହାନି ଘଟାଇବା ସହ ଜୀବନର ହାନି ଘଟାଇଥାଏ। ସେହିପରି ମାତାପିତାଙ୍କୁ ଅଣଦେଖା କଲେ ଅର୍ଜିଥିବା ସୁଫଳର ଭାଗଶେଷ ଶୂନ୍ୟ ହୋଇଯାଇଥାଏ। ତେବେ ନିଜ ସମୟରୁ ସାମାନ୍ୟ କିଛି ବି ପିତାମାତାଙ୍କ ପାଇଁ ଉପଚୟ କଲେ ସେମାନଙ୍କୁ ସେମାନଙ୍କ ସଙ୍ଘର୍ଷର ପୁରସ୍କାର ଓ ସ୍ନେହର ମୂଲ୍ୟ ପ୍ରାପ୍ତ ହେବା ସହ ନିଜକୁ ଜୀବନର ବହୁ ମୂଲ୍ୟବାନ ଜ୍ଞାନ ତଥା ଆଶୀର୍ବାଦ ପ୍ରାପ୍ତ ହେବ।
ଶିଶୁପାଳଗଡ଼, ଭୁବନେଶ୍ୱର
ମୋ-୯୪୩୭୫୬୫୩୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri