୩ ନାବାଳକଙ୍କ ଭରସା ମଧ୍ୟାହ୍ନଭୋଜନ

ସିମୁଳିଆ,୨୩।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ ଅଧୀନ କଇଁଶୀ ଆଦିବାସୀ ସାହିର ରାମ ମୁର୍ମୁ ଗତ ୩ ତାରିଖରେ ସ୍ତ୍ରୀ ଦେଉଳାଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ଜେଲ ଯାଇଛନ୍ତି। ସେମାନଙ୍କ ୩ ନାବାଳକ ଶିଶୁପୁତ୍ର କୁଆଁର(୬) ଗୋବିନ୍ଦ(୮) ଓ ଡେରୁ(୯) ଏବେ ଅସହାୟ ହୋଇପଡ଼ିଛନ୍ତି। ଏହି ୩ ନାବାଳକ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ପଢୁଛନ୍ତି। ରାମଙ୍କ ଜେଜେମା’ ଗିର୍ଥୀ(୬୫) ଓ ଜେଜେ ରାମ ମୁର୍ମୁ (୭୦) ତିନି ପିଲାଙ୍କ ଦାୟିତ୍ୱ ନେଇଥିଲେ ହେଁ ପରିବାରର ଦାରିଦ୍ର୍ୟତା ଯୋଗୁ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ପିଲାମାନଙ୍କ ବଞ୍ଚତ୍ବାର ଏକ ମାତ୍ର ସାହା ହୋଇଛି। ଏପରିକି ଅର୍ଥ ଅଭାବରୁ ମୃତ ନାତୁଣୀ ବୋହୂର ଶୁଦ୍ଧିକ୍ରିୟା କରାଯାଇ ପାରି ନ ଥିବା ବୃଦ୍ଧ ରାମ ମୁର୍ମୁ କହିଛନ୍ତି।
ବୃଦ୍ଧ ଦମ୍ପତି ଏକ ଭଙ୍ଗା କୁଡ଼ିଆରେ ଏହି ୩ପିଲାଙ୍କୁ ନେଇ ପଡି ରହିଛନ୍ତି। ରାଶନ କାର୍ଡ଼ ନାହିଁ କିମ୍ବା ସେମାନଙ୍କୁ ଭତ୍ତା ମଧ୍ୟ ମିଳୁନାହିଁ। ଏପରିକି ବିଦ୍ୟୁତ୍‌ ବିଲ ଦେବା ପାଇଁ ଅସମର୍ଥ ଥିବାରୁ ତାଙ୍କର ସଂଯୋଗ ମଧ୍ୟ କାଟି ଦିଆଯାଇଛି। ସ୍ତ୍ରୀ ହତ୍ୟା ଅଭିଯୋଗରେ ରାମ ଗିରଫ ହେବାପରେ ପୋଲିସ ୩ ନାବାଳକଙ୍କୁ ବାଳାଶ୍ରମରେ ଭର୍ତ୍ତି କରିବାର ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରି ପୋଲିସ ଦେଇଥିବା କଥା ଭୁଲି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅପରପକ୍ଷେ ୩ ଅଣନାତିମାନଙ୍କୁ ଆଶ୍ରମରେ ଛାଡ଼ିବା ପାଇଁ ବୃଦ୍ଧ ରାମ ମୁମୁର୍ର୍ ମଧ୍ୟ ଚାହୁଁ ନାହାନ୍ତି। ପରିବାରରେ କେହି ନ ଥିବାରୁ ତାଙ୍କଠାରୁ ଅଣନାତିମାନେ ଦୂରେଇଯିବା କଥା ଶୁଣିଲେ ସେ କାନ୍ଦି ପକାଉଛନ୍ତି। ସରକାର ତାଙ୍କୁ ଚାଉଳ ଓ ଭତ୍ତା ଯୋଗାଇ ଦେଲେ ସେ ଅଣନାତିମାନଙ୍କ ଦାୟିତ୍ୱ ନେଇପାରନ୍ତେ ବୋଲି ରାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?