ମାଇକ୍ରୋ ପ୍ଲାଷ୍ଟିକ

ଅଭିମନ୍ୟୁ ଧଳ

 

ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାର ବଢ଼ିଚାଲିଛି। ଫଳରେ ପୁନଃ ଚକ୍ରଣ ହୋଇପାରୁ ନ ଥିବା ପ୍ଲାଷ୍ଟିକ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଜମାହୋଇ ମାଇକ୍ରୋ ବା ଅତିକ୍ଷୁଦ୍ର ପ୍ଲାଷ୍ଟିକରେ ପରିଣତ ହେଉଛି। ଏହି ଅତିକ୍ଷୁଦ୍ର କଣିକା ସ୍ଥଳଭାଗରୁ ଜଳଭାଗ ବା ବାୟୁ ମଣ୍ଡଳରେ ଘୂରି ବୁଲୁଛି। ମନୁଷ୍ୟ ଶ୍ୱାସକ୍ରିୟାରେ ଏହା ଶରୀରରେ ଜମା ହେଉଛି ବୋଲି ବୈଜ୍ଞାନିକମାନେ ସତର୍କ କରିଦେଇଛନ୍ତି। ଜର୍ମାନ ଫିଜିକ୍ସ ଅଫ ଫ୍ଲୁଇରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ମାଇକ୍ରୋ ପ୍ଲାଷ୍ଟିକ ମଣିଷ ଶରୀରରେ ପ୍ରଭୂତ କ୍ଷତି ଘଟାଇବାକୁ ସକ୍ଷମ। ଶରୀରରେ କୋଷିକା ନଷ୍ଟ କରିବା ସହ ଅଙ୍ଗ ପ୍ରତ୍ୟଙ୍ଗରେ ଏହାର କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ମାଇକ୍ରୋ ପ୍ଲାଷ୍ଟିକ ଜଳରେ ପ୍ରାଣୀମାନଙ୍କ ଜୀବନ ପାଇଁ ବିପଦ ସାଜିଲାଣି। ସାଗର ଓ ମହାସାଗର ଏବେ ବର୍ଜ୍ୟ ପ୍ଲାଷ୍ଟିକର ଗନ୍ତାଘର। ଅନେକ ମିଲିଅନ ଟନ ପ୍ଲାଷ୍ଟିକ ସମୁଦ୍ରକୁ ବିଷାକ୍ତ କରିଦେଲାଣି। ଏଠାରେ ଜଳଜୀବ ବିଶେଷ କରି ମାଛ ପ୍ଲାଷ୍ଟିକୁ ଖାଦ୍ୟରୂପେ ବ୍ୟବହାର କରୁଥିବାରୁ ତାହା ମଣିଷ ଦେହକୁ ଯାଉଛି। ମାତୃ କ୍ଷୀର ବର୍ତ୍ତମାନ ତା’ ଶିଶୁ ପାଇଁ ଅମୃତ ହୋଇ ରହିନାହିଁ, ଏହି ବିଷାକ୍ତ ମାଛ ଭକ୍ଷଣ କରିବାରୁ ମା’ର ବିଷାକ୍ତ କ୍ଷୀର ଶିଶୁ ପାନ କରୁଛି। ଚାଇନା ସର୍ବାଧିକ ପ୍ଲାଷ୍ଟିକ ପ୍ରଦୂଷଣ ବିସ୍ତାର କରୁଛି। ଏହା ପଛକୁ ରହିଛି ଇଣ୍ଡୋନେସିଆ। ଆକଳନ କରାଯାଇଛି ଯେ ୨୦୫୦ ସୁଦ୍ଧା ସମୁଦ୍ରରେ ପହଞ୍ଚୁଥିବା ପ୍ଲାଷ୍ଟିକର ଓଜନ ମାଛଙ୍କର ମୋଟ ଓଜନଠାରୁ ଅଧିକ ହୋଇଯିବ।
ଆମ ଦେଶରେ ଦୈନିକ ୨୫ ହଜାର ଟନ୍‌ ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ ହେଉଛି। ଏହାର ୪୦ ପ୍ରତିଶତ ଅସଂଗୃହୀତ ଭାବେ ରହିଯାଇଛି। ଯାହା ସଂଗୃହୀତ ହୋଇପାରୁନାହିଁ ତାହା ମାଟି, ଜଳ ଭିତରେ ବର୍ଷ ବର୍ଷ ଧରି ଅକ୍ଷତ ଅବସ୍ଥାରେ ରହୁଛି। ଉଭୟ ମାଟି ଓ ଜଳକୁ ଦୂଷିତ କରୁଛି। ଉଦ୍‌ବୃତ୍ତ ବର୍ଷାଜଳ ମାଟି ଭିତରକୁ ଯାଇ ନ ପାରିବା ମୁଖ୍ୟ ବାଧକ ସାଜିଛି। ଆମ ରାଜ୍ୟ ମଧ୍ୟ ବର୍ଜ୍ୟ ପ୍ଲାଷ୍ଟିକରେ ଉବୁଟୁବୁ। ୨୦୨୧ ସେପ୍ଟେମ୍ବର ୩୦ରେ ରାଜ୍ୟରେ ପ୍ଲାଷ୍ଟିକ ବ୍ୟାଗ, ଉତ୍ପାଦନ, ଆମଦାନୀ, ମହଜୁଦ, ଆବଣ୍ଟନ, ବିକ୍ରି ଓ ବ୍ୟବସାୟକୁ ନିଷିଦ୍ଧ କରିଛନ୍ତି। ମଝିରେ ମଝିରେ ଚଢ଼ାଉ କରାଯାଇ ଥରେ ବ୍ୟବହୃତ ପ୍ଲାଷ୍ଟିକ ଜବତ କରାଯାଉଛି। କିନ୍ତୁ ଲୋକେ ପ୍ଲାଷ୍ଟିକ ଜରିରେ ପରିବା ତଥା ଅନ୍ୟାନ୍ୟ ସାମଗ୍ରୀ ଆଣୁଛନ୍ତି। ବର୍ଜ୍ୟ ପ୍ଲାଷ୍ଟିକର ଭୟାବହତାକୁ ଦୃଷ୍ଟିରେ ରଖି ଗତ ୫ ବର୍ଷ ହେଲା ଦେଶର ୨୦ରୁ ଊର୍ଦ୍ଧ୍ୱ ରାଜ୍ୟ ପ୍ଲାଷ୍ଟିକ ଉପରେ କଟକଣା ଲଗାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନି। ଅସରନ୍ତି ଭଣ୍ଡାର ପରି ଏହାର ଉପସ୍ଥିତି ଦୃଶ୍ୟମାନ। ଆମ ରାଜ୍ୟରେ ଏହି ସିଙ୍ଗିଲ ୟୁଜ ପଲିଥିନ କାରଖାନା ଭୟଶୂନ୍ୟ ଭାବରେ ସେମାନଙ୍କ ବେପାର କରିଚାଲିଛନ୍ତି। ଏହା କାହାକୁ ଅଛପା ଅଛି। ହଜାର ହଜାର ଦୋକାନ ବୁଲି ପଲିଥିନ ଜବତ କରିବା ଅପେକ୍ଷା ହାତଗଣତି କେତୋଟି ଫ୍ୟାକ୍ଟ୍ରି ଉପରେ ସତର୍କ ନଜର ରଖିଲେ ବଜାରରେ ଏହା ଦେଖାଯାଆନ୍ତା ନାହିଁ।
୧୯୩୩ରେ ପ୍ଲାଷ୍ଟିକ ସୃଷ୍ଟି ହୋଇଥିଲା। ଏରିକ୍‌ ଫସେଟ ଏବଂ ରେଜିନାଲ୍ଡ ଗିବ୍ସନ ଦୁଇ ବ୍ରିଟିଶ ବୈଜ୍ଞାନିକ ଏହା ଉପରେ ଗବେଷଣା କରି ସଫଳ ହୋଇଥିଲେ, ଯାହା ମଣିଷ ସମାଜ ପାଇଁ ଆଶୀର୍ବାଦ ଥିଲା। ବିଶ୍ୱର ଲୋକେ ସେ ସମୟକୁ ‘ପ୍ଲାଷ୍ଟିକ ଯୁଗ’ର ଆଖ୍ୟା ଦେଇଥିଲେ। କିନ୍ତୁ ତାହା ଆଜି ସମଗ୍ର ମାନବ ସମାଜ ପାଇଁ ଅଭିଶାପରେ ପରିଣତ ହୋଇଛି। ପ୍ଲାଷ୍ଟିକକୁ ନଷ୍ଟ କରିଦେଲା ଭଳି ଏନ୍‌ଜାଇମ ବିକଶିତ କରୁଛନ୍ତି ଆମେରିକା ଓ ବ୍ରିଟେନର ବୈଜ୍ଞାନିକମାନେ। ମିଲଓୱାର୍ମ ଲାର୍ଭା, ପ୍ଲାଷ୍ଟିକ ବିନାଶକ ବୋଲି ସେମାନେ କହିଛନ୍ତି। ଗୋଟିଏ ମିଲଓୱାର୍ମ ଲାର୍ଭା ଥରକୁ ପ୍ରାୟ ୪୦ ମିଲିଗ୍ରାମ ପ୍ଲାଷ୍ଟିକ ଖାଇ ୨୪ ଘଣ୍ଟାରେ ହଜମ କରିପାରେ। ତେଣୁ କୋଟି କୋଟି ମିଲଓୱାର୍ମ ଲାର୍ଭା କୃତ୍ରିମ ଉପାୟରେ ସୃଷ୍ଟି କରି ପ୍ଲାଷ୍ଟିକ ନଷ୍ଟ ଉଦ୍ୟମ ଚାଲିଛି। ତାହା ସମୟ ଓ ବ୍ୟୟ ସାପେକ୍ଷ।
ବର୍ତ୍ତମାନଠାରୁ ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ କରାଗଲେ ସ୍ଥଳ ଓ ଜଳଭାଗରେ ଥିବା ଅନେକ ମିଲିଅନ ଟନ୍‌ ବର୍ଜ୍ୟ ପ୍ଲାଷ୍ଟିକ ନଷ୍ଟ କରିବା ପାଇଁ ବର୍ଷ ବର୍ଷ ଲାଗିଯିବ। ଜଳବାୟୁର ପ୍ରଦୂଷଣର ମୁଖ୍ୟ କାରଣ ସାଜିଛି ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ। ଏସବୁ ସତ୍ତ୍ୱେ ମଣିଷ ଦ୍ୱାରା ସବୁ ସମ୍ଭବ। ପ୍ଲାଷ୍ଟିକର ଭୟାବହତା ଉପଲବ୍ଧି କରି ଏହାର ବ୍ୟବହାର ବନ୍ଦ କରିଦେଲେ, ସଂକଟ ମଧ୍ୟକୁ ଚାଲିଯାଉଥିବା ଆମ ଧରଣୀ ଓ ଆମ ଜୀବନ ବଞ୍ଚିଯାଇପାରନ୍ତା। ସଚେତନତା ଏହାର ଏକମାତ୍ର ନିରାକରଣ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri