ମାଇକ୍ରୋ ପ୍ଲାଷ୍ଟିକ

ଅଭିମନ୍ୟୁ ଧଳ

 

ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାର ବଢ଼ିଚାଲିଛି। ଫଳରେ ପୁନଃ ଚକ୍ରଣ ହୋଇପାରୁ ନ ଥିବା ପ୍ଲାଷ୍ଟିକ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଜମାହୋଇ ମାଇକ୍ରୋ ବା ଅତିକ୍ଷୁଦ୍ର ପ୍ଲାଷ୍ଟିକରେ ପରିଣତ ହେଉଛି। ଏହି ଅତିକ୍ଷୁଦ୍ର କଣିକା ସ୍ଥଳଭାଗରୁ ଜଳଭାଗ ବା ବାୟୁ ମଣ୍ଡଳରେ ଘୂରି ବୁଲୁଛି। ମନୁଷ୍ୟ ଶ୍ୱାସକ୍ରିୟାରେ ଏହା ଶରୀରରେ ଜମା ହେଉଛି ବୋଲି ବୈଜ୍ଞାନିକମାନେ ସତର୍କ କରିଦେଇଛନ୍ତି। ଜର୍ମାନ ଫିଜିକ୍ସ ଅଫ ଫ୍ଲୁଇରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ମାଇକ୍ରୋ ପ୍ଲାଷ୍ଟିକ ମଣିଷ ଶରୀରରେ ପ୍ରଭୂତ କ୍ଷତି ଘଟାଇବାକୁ ସକ୍ଷମ। ଶରୀରରେ କୋଷିକା ନଷ୍ଟ କରିବା ସହ ଅଙ୍ଗ ପ୍ରତ୍ୟଙ୍ଗରେ ଏହାର କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ମାଇକ୍ରୋ ପ୍ଲାଷ୍ଟିକ ଜଳରେ ପ୍ରାଣୀମାନଙ୍କ ଜୀବନ ପାଇଁ ବିପଦ ସାଜିଲାଣି। ସାଗର ଓ ମହାସାଗର ଏବେ ବର୍ଜ୍ୟ ପ୍ଲାଷ୍ଟିକର ଗନ୍ତାଘର। ଅନେକ ମିଲିଅନ ଟନ ପ୍ଲାଷ୍ଟିକ ସମୁଦ୍ରକୁ ବିଷାକ୍ତ କରିଦେଲାଣି। ଏଠାରେ ଜଳଜୀବ ବିଶେଷ କରି ମାଛ ପ୍ଲାଷ୍ଟିକୁ ଖାଦ୍ୟରୂପେ ବ୍ୟବହାର କରୁଥିବାରୁ ତାହା ମଣିଷ ଦେହକୁ ଯାଉଛି। ମାତୃ କ୍ଷୀର ବର୍ତ୍ତମାନ ତା’ ଶିଶୁ ପାଇଁ ଅମୃତ ହୋଇ ରହିନାହିଁ, ଏହି ବିଷାକ୍ତ ମାଛ ଭକ୍ଷଣ କରିବାରୁ ମା’ର ବିଷାକ୍ତ କ୍ଷୀର ଶିଶୁ ପାନ କରୁଛି। ଚାଇନା ସର୍ବାଧିକ ପ୍ଲାଷ୍ଟିକ ପ୍ରଦୂଷଣ ବିସ୍ତାର କରୁଛି। ଏହା ପଛକୁ ରହିଛି ଇଣ୍ଡୋନେସିଆ। ଆକଳନ କରାଯାଇଛି ଯେ ୨୦୫୦ ସୁଦ୍ଧା ସମୁଦ୍ରରେ ପହଞ୍ଚୁଥିବା ପ୍ଲାଷ୍ଟିକର ଓଜନ ମାଛଙ୍କର ମୋଟ ଓଜନଠାରୁ ଅଧିକ ହୋଇଯିବ।
ଆମ ଦେଶରେ ଦୈନିକ ୨୫ ହଜାର ଟନ୍‌ ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ ହେଉଛି। ଏହାର ୪୦ ପ୍ରତିଶତ ଅସଂଗୃହୀତ ଭାବେ ରହିଯାଇଛି। ଯାହା ସଂଗୃହୀତ ହୋଇପାରୁନାହିଁ ତାହା ମାଟି, ଜଳ ଭିତରେ ବର୍ଷ ବର୍ଷ ଧରି ଅକ୍ଷତ ଅବସ୍ଥାରେ ରହୁଛି। ଉଭୟ ମାଟି ଓ ଜଳକୁ ଦୂଷିତ କରୁଛି। ଉଦ୍‌ବୃତ୍ତ ବର୍ଷାଜଳ ମାଟି ଭିତରକୁ ଯାଇ ନ ପାରିବା ମୁଖ୍ୟ ବାଧକ ସାଜିଛି। ଆମ ରାଜ୍ୟ ମଧ୍ୟ ବର୍ଜ୍ୟ ପ୍ଲାଷ୍ଟିକରେ ଉବୁଟୁବୁ। ୨୦୨୧ ସେପ୍ଟେମ୍ବର ୩୦ରେ ରାଜ୍ୟରେ ପ୍ଲାଷ୍ଟିକ ବ୍ୟାଗ, ଉତ୍ପାଦନ, ଆମଦାନୀ, ମହଜୁଦ, ଆବଣ୍ଟନ, ବିକ୍ରି ଓ ବ୍ୟବସାୟକୁ ନିଷିଦ୍ଧ କରିଛନ୍ତି। ମଝିରେ ମଝିରେ ଚଢ଼ାଉ କରାଯାଇ ଥରେ ବ୍ୟବହୃତ ପ୍ଲାଷ୍ଟିକ ଜବତ କରାଯାଉଛି। କିନ୍ତୁ ଲୋକେ ପ୍ଲାଷ୍ଟିକ ଜରିରେ ପରିବା ତଥା ଅନ୍ୟାନ୍ୟ ସାମଗ୍ରୀ ଆଣୁଛନ୍ତି। ବର୍ଜ୍ୟ ପ୍ଲାଷ୍ଟିକର ଭୟାବହତାକୁ ଦୃଷ୍ଟିରେ ରଖି ଗତ ୫ ବର୍ଷ ହେଲା ଦେଶର ୨୦ରୁ ଊର୍ଦ୍ଧ୍ୱ ରାଜ୍ୟ ପ୍ଲାଷ୍ଟିକ ଉପରେ କଟକଣା ଲଗାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନି। ଅସରନ୍ତି ଭଣ୍ଡାର ପରି ଏହାର ଉପସ୍ଥିତି ଦୃଶ୍ୟମାନ। ଆମ ରାଜ୍ୟରେ ଏହି ସିଙ୍ଗିଲ ୟୁଜ ପଲିଥିନ କାରଖାନା ଭୟଶୂନ୍ୟ ଭାବରେ ସେମାନଙ୍କ ବେପାର କରିଚାଲିଛନ୍ତି। ଏହା କାହାକୁ ଅଛପା ଅଛି। ହଜାର ହଜାର ଦୋକାନ ବୁଲି ପଲିଥିନ ଜବତ କରିବା ଅପେକ୍ଷା ହାତଗଣତି କେତୋଟି ଫ୍ୟାକ୍ଟ୍ରି ଉପରେ ସତର୍କ ନଜର ରଖିଲେ ବଜାରରେ ଏହା ଦେଖାଯାଆନ୍ତା ନାହିଁ।
୧୯୩୩ରେ ପ୍ଲାଷ୍ଟିକ ସୃଷ୍ଟି ହୋଇଥିଲା। ଏରିକ୍‌ ଫସେଟ ଏବଂ ରେଜିନାଲ୍ଡ ଗିବ୍ସନ ଦୁଇ ବ୍ରିଟିଶ ବୈଜ୍ଞାନିକ ଏହା ଉପରେ ଗବେଷଣା କରି ସଫଳ ହୋଇଥିଲେ, ଯାହା ମଣିଷ ସମାଜ ପାଇଁ ଆଶୀର୍ବାଦ ଥିଲା। ବିଶ୍ୱର ଲୋକେ ସେ ସମୟକୁ ‘ପ୍ଲାଷ୍ଟିକ ଯୁଗ’ର ଆଖ୍ୟା ଦେଇଥିଲେ। କିନ୍ତୁ ତାହା ଆଜି ସମଗ୍ର ମାନବ ସମାଜ ପାଇଁ ଅଭିଶାପରେ ପରିଣତ ହୋଇଛି। ପ୍ଲାଷ୍ଟିକକୁ ନଷ୍ଟ କରିଦେଲା ଭଳି ଏନ୍‌ଜାଇମ ବିକଶିତ କରୁଛନ୍ତି ଆମେରିକା ଓ ବ୍ରିଟେନର ବୈଜ୍ଞାନିକମାନେ। ମିଲଓୱାର୍ମ ଲାର୍ଭା, ପ୍ଲାଷ୍ଟିକ ବିନାଶକ ବୋଲି ସେମାନେ କହିଛନ୍ତି। ଗୋଟିଏ ମିଲଓୱାର୍ମ ଲାର୍ଭା ଥରକୁ ପ୍ରାୟ ୪୦ ମିଲିଗ୍ରାମ ପ୍ଲାଷ୍ଟିକ ଖାଇ ୨୪ ଘଣ୍ଟାରେ ହଜମ କରିପାରେ। ତେଣୁ କୋଟି କୋଟି ମିଲଓୱାର୍ମ ଲାର୍ଭା କୃତ୍ରିମ ଉପାୟରେ ସୃଷ୍ଟି କରି ପ୍ଲାଷ୍ଟିକ ନଷ୍ଟ ଉଦ୍ୟମ ଚାଲିଛି। ତାହା ସମୟ ଓ ବ୍ୟୟ ସାପେକ୍ଷ।
ବର୍ତ୍ତମାନଠାରୁ ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ କରାଗଲେ ସ୍ଥଳ ଓ ଜଳଭାଗରେ ଥିବା ଅନେକ ମିଲିଅନ ଟନ୍‌ ବର୍ଜ୍ୟ ପ୍ଲାଷ୍ଟିକ ନଷ୍ଟ କରିବା ପାଇଁ ବର୍ଷ ବର୍ଷ ଲାଗିଯିବ। ଜଳବାୟୁର ପ୍ରଦୂଷଣର ମୁଖ୍ୟ କାରଣ ସାଜିଛି ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ। ଏସବୁ ସତ୍ତ୍ୱେ ମଣିଷ ଦ୍ୱାରା ସବୁ ସମ୍ଭବ। ପ୍ଲାଷ୍ଟିକର ଭୟାବହତା ଉପଲବ୍ଧି କରି ଏହାର ବ୍ୟବହାର ବନ୍ଦ କରିଦେଲେ, ସଂକଟ ମଧ୍ୟକୁ ଚାଲିଯାଉଥିବା ଆମ ଧରଣୀ ଓ ଆମ ଜୀବନ ବଞ୍ଚିଯାଇପାରନ୍ତା। ସଚେତନତା ଏହାର ଏକମାତ୍ର ନିରାକରଣ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri