ଅଶାନ୍ତ ବିଶ୍ୱ

ବ୍ରହ୍ମ ଚେଲାନି

 

ଗାଜାରେ ଇସ୍ରାଏଲ୍‌ର ବିନାଶକାରୀ ଯୁଦ୍ଧ, ୟୁକ୍ରେନ୍‌ ଉପରେ ରୁଷିଆର ରକ୍ତାକ୍ତ ଆକ୍ରମଣ, ଆମେରିକାର ସୀମାପାର ହତ୍ୟା ଏବଂ ଚାଇନାର ଆକ୍ରମଣାତ୍ମକ ବିସ୍ତାରବାଦ ସାମ୍ପ୍ରତିକ ସମୟର ଏକ ସିଦ୍ଧାନ୍ତକୁ ଦର୍ଶାଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୃଷ୍ଟି ହୋଇଥିବା ବୈଶ୍ୱିକ ବ୍ୟବସ୍ଥା ଏବେ ବିଶ୍ୱକୁ ଏକ ଅବ୍ୟବସ୍ଥିତ ସ୍ଥିତି ଆଡ଼କୁ ବାଟ କଢ଼ାଇନେଉଛି। ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ ପ୍ରବାହ, ଦ୍ରୁତ ବୈଷୟିକ ଜ୍ଞାନ କୌଶଳର ଅଗ୍ରଗତି ଏବଂ ଅତ୍ୟଧିକ ଜନସଂଖ୍ୟା ସ୍ଥିତିରୁ ଏଭଳି ଏକ ବଡ଼ ପରିବର୍ତ୍ତନ ସ୍ପଷ୍ଟ ହୋଇଛି। ଏହାର ଆଗାମୀ ପରିଣାମ ଏକ ଅସମାହିତ ପ୍ରଶ୍ନ ହୋଇଛି। ଚଳିତ ବର୍ଷର ପ୍ରମୁଖ ନିର୍ବାଚନଗୁଡ଼ିକର ପରିଣାମରୁ ଆଗାମୀ ପରିବର୍ତ୍ତନ ପ୍ରକାଶ ପାଇବ କିମ୍ବା ତ୍ୱରିତ ହୋଇପାରେ। ଏହିସବୁ ନିର୍ବାଚନରେ ୭୬ ଦେଶରେ ୪.୨ ବିଲିୟନ ଲୋକ ଭୋଟ ଦେଇ ୨୦୨୪କୁ ଇତିହାସରେ ସର୍ବବୃହତ୍‌ ନିର୍ବାଚନର ବର୍ଷ ଭାବେ ପ୍ରତିପାଦିତ କରିବେ। ବିଶ୍ୱର ୧୦ଟି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟରୁ ୮ଟ ି(ବାଂଲାଦେଶ, ବ୍ରାଜିଲ, ଭାରତ,ଇଣ୍ଡୋନେସିଆ, ମେକ୍ସିକୋ, ପାକିସ୍ତାନ, ରୁଷିଆ ଏବଂ ଆମେରିକା) ଏବଂ ୟୁରୋପୀୟ ସଂଘରେ ନିର୍ବାଚନ ହେବ। ଚଳିତ ବର୍ଷର ନିର୍ବାଚନ ସମଗ୍ର ବିଶ୍ୱରେ ଗଣତନ୍ତ୍ରର ଏକ ମାପକାଠି ଭାବରେ କାର୍ଯ୍ୟ କରିବ। ଏକଚ୍ଛତ୍ରବାଦ ବୃଦ୍ଧି ପାଇବା ଯୋଗୁ ତାହା ଅଧିକ ଚିନ୍ତାର କାରଣ ହୋଇଛି। ବାସ୍ତବରେ ନୂଆବର୍ଷ ଆରମ୍ଭରେ ବାଂଲାଦେଶ ଏବଂ ତାଇୱାନ ଭଳି ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚନରେ ବିବାଦ ସୃଷ୍ଟି ହୋଇଥିଲା। ବାଂଲାଦେଶରେ ବିରୋଧୀମାନେ ନିର୍ବାଚନକୁ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ ଆଣି ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ କ୍ଷମତା ହାସଲକଲେ।
ବାଂଲାଦେଶ ଏକମାତ୍ର ଦେଶ ନୁହେଁ ଯେଉଁଠାରେ ଚଳିତ ବର୍ଷ ନିର୍ବାଚନରେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହା ମଧ୍ୟ ନିଃସନ୍ଦେହ ଯେ, ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ନିଶ୍ଚିତ ଭାବରେ ପୁନଃ ନିର୍ବାଚିତ ହୋଇ କ୍ଷମତା ହାସଲ କରିବେ। ଏଥିପାଇଁ ପୁଟିନ୍‌ ସବୁକିଛି ଶେଷ କରିଦେଇଛନ୍ତି। କ୍ୟାଥରିନ ଦି ଗ୍ରେଟ୍‌ଠାରୁ ରୁଷିଆକୁ ସବୁଠୁ ଅଧିକ ସମୟ ଶାସନ କରିଥିବା ସୋଭିଏଟ୍‌ ନେତା ଜୋସେଫ ଷ୍ଟାଲିନଙ୍କୁ ସେ ଟପିଯିବେ। ପାକିସ୍ତାନରେ ଶାସନ ଶେଷରେ ସେନା ନିୟନ୍ତ୍ରଣରେ ରହୁଥିବାରୁ ସେଠାରେ ନିର୍ବାଚନ ଫଳାଫଳ ପ୍ରାୟତଃ ଏକ ବିତର୍କର ପ୍ରଶ୍ନ ହୋଇ ରହିବ। କିନ୍ତୁ ପ୍ରକୃତ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ମଧ୍ୟ ଆଗାମୀ ନିର୍ବାଚନରେ ଦକ୍ଷିଣପନ୍ଥୀ ବିଚାର ଆଡ଼କୁ ଢଳୁଥିବାର ବିପଦ ଦେଖାଯାଇଛି। ଏହି ଧାରା ଲାଗିିରହିଛି ଏବଂ ଫିନ୍‌ଲାଣ୍ଡରେ (ନୂତନ ଭାବେ ନାଟୋ ସଦସ୍ୟ ହୋଇଛି) ଓ ଅତି ନିକଟରେ ଆର୍ଜେଣ୍ଟିନା ନିର୍ବାଚନରେ ଏହା ଏବେ ଦେଖାଯାଇଛି। ପୋଲାଣ୍ଡ ଏହି ଧାରାର ମୁକାବିଲା କରିଥିବାବେଳେ ବ୍ରେକ୍‌ଜିଟ୍‌ ପରେ ପ୍ରଥମ ହେବାକୁ ଥିବା ୟୁରୋପୀୟ ସଂସଦ ନିର୍ବାଚନ ଏହାକୁ ବଜାୟ ରଖିବାର ସମ୍ଭାବନା ରହିଛି।
ଶାନ୍ତିଠାରୁ ଯୁଦ୍ଧ ପର୍ଯ୍ୟନ୍ତ ସମସ୍ତ ମାପକାଠିକୁ ଦକ୍ଷିଣପନ୍ଥୀ ରାଜନୀତି ଭିନ୍ନ ମୋଡ଼ ଦେଇପାରେ। ଇସ୍ରାଏଲ କଥା ବିଚାରକୁ ନିଆଯାଉ। ଅକ୍ଟୋବର ୭ ରେ ହମାସ୍‌ ଦ୍ୱାରା କରାଯାଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ କେନ୍ଦ୍ରକରି ଗାଜାରେ ଯୁଦ୍ଧ ଆରମ୍ଭ ହୋଇଥିଲା। ତେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଦକ୍ଷିଣପନ୍ଥୀ ସରକାର ଇସ୍ରାଏଲ୍‌ ଇତିହାସର ସବୁଠାରୁ ଜାତୀୟତାବାଦୀ ନୀତି ନିଶ୍ଚିତ ଭାବେ ଯୁଦ୍ଧ ପାଇଁ ବାଟ ସଫା କରିଛି। କିନ୍ତୁ ଏହା ସର୍ବଦା ସତ ହୋଇ ନ ଥାଏ। ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଜାତୀୟ ସୁରକ୍ଷା ଟିମ୍‌ ମୁଖ୍ୟତଃ ଉଦାରବାଦୀ ମଧ୍ୟସ୍ଥ ବିଶେଷକରି ବାମପନ୍ଥୀ ସପକ୍ଷବାଦୀଙ୍କୁ ନେଇ ଗଠିତ। ଅନ୍ୟପଟେ ଦକ୍ଷିଣପନ୍ଥୀମାନଙ୍କୁ ହସ୍ତକ୍ଷେପକାରୀ ଭାବରେ ବିବେଚନା କରାଯାଇପାରେ (କିମ୍ବା ସମାଲୋଚକମାନେ ସେମାନଙ୍କୁ ବିଚ୍ଛିନ୍ନତାବାଦୀ ଭାବରେ ବିବେଚନା କରନ୍ତି)।
ନିର୍ବାଚନ ସବୁ କିଛି ନୁହେଁ। ବିଶ୍ୱ ସ୍ତରରେ ନିର୍ବାଚନ ପ୍ରକ୍ରିୟାରେ ଅନ୍ତଃରାଷ୍ଟ୍ରୀୟ ସମ୍ପର୍କକୁ ନେଇ ବହୁ ବିପଜ୍ଜନକ ଧାରା ରହିଛି। ଦୀର୍ଘଦିନର ନିୟମ ଏବଂ ନୀତି, ଯଥା ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଏବଂ ଆଞ୍ଚଳିକ ବିଜୟର ନିଷେଧାଦେଶକୁ ଅନ୍ତର୍ଭୁକ୍ତକରି ନିକଟ ଅତୀତରେ ଅଧିକରୁ ଅଧିକ ଏହାକୁ ପାଳନ କରିବା ପାଇଁ ପ୍ରଚାର କରୁଥିବା ସେହି ଦେଶଗୁଡ଼ିକ ଦ୍ୱାରା ସେସବୁକୁ ଅଧିକ ଖଣ୍ଡନ କରାଯାଇଥିଲା। ଯୁକ୍ତରାଷ୍ଟ୍ରଠାରୁ ଆରମ୍ଭକରି ଯେଉଁ ଦେଶଗୁଡ଼ିକ ନିୟମ ତିଆରି କରିଥିଲେ ସେମାନଙ୍କର ସ୍ବାର୍ଥ ବିପଦରେ ଅଛି ବୋଲି ଯେତେବେଳେ ଧାରଣା ଆସିଛି ସେତେବେଳେ ସେମାନେ ଆଇନଗୁଡ଼ିକୁ ଅବମାନନା କରିବାକୁ ବହୁ ଇଚ୍ଛୁକ ହୋଇଥିବା ପ୍ରମାଣିତ ହୋଇଛି। ଏହି ସମୟରେ ମିଳିତ ଜାତିସଂଘ ଭଳି ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକର ପ୍ରଭାବ ହ୍ରାସ ପାଇବାରେ ଲାଗିଛ। ସେଗୁଡ଼ିକୁ ଗଠନ କରିଥିବା ପାଶ୍ଚାତ୍ୟ ଦେଶଗୁଡ଼ିକ ବର୍ତ୍ତମାନର ଭୌଗୋଳିକ ବାସ୍ତବତା ସହିତ ବିଶ୍ୱ ଶାସନକୁ ଉନ୍ନତ କରିବା ଲାଗି ଅଭିପ୍ରେତ ଗଠନମୂଳକ ସଂସ୍କାରକୁ ପ୍ରତିରୋଧ କରୁଛନ୍ତି। ତେବେ ଏଭଳି କାର୍ଯ୍ୟକଳାପ ପାଶ୍ଚାତ୍ୟକୁ ସୁରକ୍ଷିତ ରଖବା ପାଇଁ ଚେଷ୍ଟା କରୁଥିବା ନିୟମ ଆଧାରିତ ବ୍ୟବସ୍ଥାକୁ କ୍ଷୁଣ୍ଣ କରୁଛି।
ପାଶ୍ଚାତ୍ୟ ତା’ର ବିଶ୍ୱସ୍ତରୀୟ ପ୍ରଭୁତ୍ୱ ରକ୍ଷା ପାଇଁ ଗ୍ରହଣ କରୁଥିବା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ପ୍ରତିକୂଳ ପ୍ରମାଣିତ ହୋଇଛି। ଉଦାହରଣ ସ୍ବରୂପ, ବୈଦେଶିକ ନୀତିର ଏକ ସାଧନ ଭାବରେ କଟକଣାର ନିତ୍ୟ ବ୍ୟବହାର ଏବଂ ଅର୍ଥକୁ ଅସ୍ତ୍ରଶସ୍ତ୍ର ନିର୍ମାଣ କ୍ଷେତ୍ରରେ ଉପଯୋଗ ଅଣ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଆମେରିକୀୟ ଡଲାରରୁ ନିଜକୁ ଦୂରେଇନେବା ପଥ ଅନୁସରଣ କରିବା ଲାଗି ଉତ୍ସାହିତ କରୁଛି। ତୈଳ ବଜାରରେ ଗତିଶୀଳ ହେବାକୁ ଏବଂ ସମାନ୍ତରାଳ ଆର୍ଥିକ ବ୍ୟବସ୍ଥା ସୃଷ୍ଟି କରିବାକୁ ସେମାନେ ଏଭଳି ପ୍ରୟାସ କରୁଛନ୍ତି। ଜାନୁଆରୀ ୧ରେ ବ୍ରିକ୍ସ ଗୋଷ୍ଠୀ (ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ଏହାର ସଦସ୍ୟ ସଂଖ୍ୟା ବୃଦ୍ଧିକରି ସେଥିରେ ଇଜିପ୍ଟ, ଇଥିଓପିଆ, ଇରାନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ଅନ୍ତର୍ଭୁକ୍ତ କରିଥିଲା। ଏହାଯୋଗୁ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ, ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ ମତଭେଦ ବୃଦ୍ଧି ପାଉଛି।
ବିଶ୍ୱରେ ତିକ୍ତତା ବୃଦ୍ଧିପାଉଥିବାରୁ ଦେଶଗୁଡ଼ିକ ସଂରକ୍ଷଣବାଦୀ ତଥା ଜାତୀୟତାବାଦୀ ଅର୍ଥନୈତିକ ନୀତିକୁ ଅଧିକରୁ ଅଧିକ ଗ୍ରହଣ କରୁଛନ୍ତି। ବିଖଣ୍ଡିତ ଅର୍ଥନୀତି ଏବଂ ପ୍ରତିଦ୍ୱନ୍ଦ୍ୱୀ ବାଣିଜ୍ୟ ଗୋଷ୍ଠୀଗୁଡ଼ିକ ମୁଣ୍ଡ ଟେକୁଛନ୍ତି। ଏହି ଧାରା କେବଳ ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶରେ ବାଧା ଦେଉନାହିଁ ବରଂ ଏହା ଶାନ୍ତି ପ୍ରତି ବିପଦ ସୃଷ୍ଟି କରିପାରେ। ସ୍ମରଣଯୋଗ୍ୟ, ୧୯୩୦ ଦଶକରେ ଏଭଳି ସମାନ ସ୍ଥିତି ଉପୁଜିଥିଲା। ସେତେବେଳେ ବହୁରାଷ୍ଟ୍ରୀୟ ବାଣିଜି୍ୟକ ସ୍ଥିତି ଭୂରାଜନୈତିକ ଗୋଷ୍ଠୀ ଭିତ୍ତିକ ବାଣିଜ୍ୟ ଆଡ଼କୁ ପରିବର୍ତ୍ତନ ହେବା ଦ୍ୱାରା ତିକ୍ତତା ବୃଦ୍ଧି ପାଇଥିଲା, ଯାହା ଶେଷରେ ଦ୍ୱିତୀୟ ବିଶ୍ୱଯୁଦ୍ଧର କାରଣ ହୋଇଥିଲା।
ତାଇୱାନ ବିରୋଧରେ ଚାଇନାର ଆକ୍ରୋଶ ବିଶେଷ ଭାବେ ତୀବ୍ର ହେବା ଦେଖାଯାଉଛି। ନିକଟରେ ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ଏହି ନିର୍ବାଚନରେ ସାର୍ବଭୌମ ସମର୍ଥକ ଲାଇ ଚିଙ୍ଗ୍‌-ଟିଙ୍କ୍‌ ବିଜୟ, ବିଶ୍ୱରେ ବଢୁଥିବା ଅଶାନ୍ତି ଏବଂ ଚାଇନାର ମାନ୍ଦା ଅର୍ଥ ବ୍ୟବସ୍ଥା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ତାଇଓ୍ବାନ ଏକୀକରଣକୁ ଶୀଘ୍ର ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଲକ୍ଷ୍ୟକଲେ ଜାଣିପାରିବେ ଯେ, ଏକ ପ୍ରମୁଖ ତଥା ଭିନ୍ନ ଭୂରାଜନେତିକ ପୁନଃ ସଂରଚନା ଚାଲିଛି। କିନ୍ତୁ ପରିଣାମ ହିଁ ଆଗାମୀ ବର୍ଷରେ ବିକାଶ ଉପରେ ଅଧିକ ନିର୍ଭର କରିବ।
ପ୍ରାଧ୍ୟାପକ, ଷ୍ଟ୍ରାଟେଜିକ୍‌ ଷ୍ଟଡିଜ,
ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ( ନୂଆଦିଲ୍ଲୀ)


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri