ପିଲା ଛୋଟ ଥିବା ବେଳେ ଏକ ଦଶକ ପର୍ଯ୍ୟନ୍ତ ଓବାମାଙ୍କୁ ବରଦାସ୍ତ କରି ନ ଥିଲେ ମିଶେଲ

ୱାଶିଂଟନ,୩୦ ।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହଧର୍ମିଣୀ ମିଶେଲ ଓବାମା ବଡ କଥା କହିଛନ୍ତି । ଆମେରିକାର ଏହି ପୂର୍ବତନ ଫାଷ୍ଟ ଲେଡି କହିଛନ୍ତି ଯେତେବେଳେ ତାଙ୍କ ପିଲାମାନେ ଛୋଟ ଥିଲେ ସେତେବେଳେ ସେ ତାଙ୍କ ସ୍ୱାମୀ ଅର୍ଥାତ୍ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଏକ ଦଶକ ପର୍ଯ୍ୟନ୍ତ ବରଦାସ୍ତ କରପାରି ନ ଥିଲେ । ସେ ଏହି ଟିପ୍ପଣି ବ୍ଲାକ ନ୍ୟୁଜ ଷ୍ଟେଶନ ରଭୋଲ୍ଟ ଟେଲିଭିଜନରେ ଏକ ସାକ୍ଷାତକାରରେ କହିଛନ୍ତି ।

ମିଶେଲ ଓବାମା କେଲି ରୋଲ୍ୟାଣ୍ଡ, ଏଚ.ଇ.ଆର, ବିନି ହାର୍ଲି ଓ ବେୟୋଂସେଙ୍କ ମା’ ଟିନା ନୋଲ୍ସଙ୍କ ସହ ନିଜ ବିବାହର ଅସନ୍ତୁଳନକୁ ନେଇ କଥା ହେଉଥିଲେ । ଓବାମା ଦମ୍ପତିଙ୍କର ଦୁଇ ଝିଅ ସାଶା ଓ ମାଲିୟା ଅଛନ୍ତି । ଏମାନେ ଏବେ ୨୦ ବର୍ଷର ହୋଇଗଲେଣି ।
ମିଶେଲ କହିଛନ୍ତି ଲୋକେ ଭାବୁଥିବେ ମୁଁ ଟିକେ କଡା କଥା କହିଦେଲି । ହେଲେ ୧୦ ବର୍ଷ ମୋ ପାଇଁ ଏମିତି ଥିଲା ଯେତେବେଳେ ମୁଁ ମୋ ସ୍ୱାମୀଙ୍କୁ ବରଦାସ୍ତ କରିପାରି ନ ଥିଲି ଆଉ ସେତେବେଳେ ଆମ ପିଲା ଛୋଟ ଥିଲେ । ଗୋଟିଏ ପଟେ ଆମେ ଆମ କ୍ୟାରିୟର ଗଢୁଥିବା ବେଳେ ଅନ୍ୟପଟେ ପିଲାମାନଙ୍କ ସ୍କୁଲ କଥା ଚିନ୍ତା କରିବାକୁ ପଡୁଥିଲା ।
ମିଶେଲ କହିଛନ୍ତି, ଏବେ ଆମ ବିବାହକୁ ୩୦ ବର୍ଷ ହେଲାଣି । ମାଲିୟା ୨୪ ବର୍ଷର ହୋଇଥିବା ବେଳେ ସାଶା ୨୧ ବର୍ଷର ହେଲେଣି । ସେତେବେଳେ ସେମାନେ ୧୦ ଓ ୭ ବର୍ଷର ଥିଲେ । ସେ କହିଛନ୍ତି ଓବାମାଙ୍କ ସହ ତାଙ୍କର ମତଭେଦ ପରେ ବି ସେ ତାଙ୍କୁ ସମ୍ମାନ କରୁଥିଲେ । ସମୟ ସହ ଭାବନାରେ ବି ପରିବର୍ତ୍ତନ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri