ଶବ ସଂରକ୍ଷଣ ଗୃହରେ ଥିଲା ମୃତଦେହ: ଓଠ, କାନ ଖାଇଗଲେ ମୂଷା, ପରେ ଘଟିଲା ଏମିତି…

ଅମୃତସର,୨ା୮: ପଞ୍ଜାବର ମୋହାଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଡେରାବସିସ୍ଥିତ ଇଣ୍ଡସ୍‌ ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ଜଣେ ମହିଳାଙ୍କ ମୃତଦେହରୁ ଓଠ ଏବଂ କାନକୁ ମୂଷା ଖାଇଯାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଜସ୍‌ଜୋତ୍‌ କୌର ନାମକ ଜଣେ ମହିଳା ଦୁଇଦିନ ତଳେ ହୃଦରୋଗ ପାଇଁ ଇଣ୍ଡସ୍‌ ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଜସ୍‌ଜୋତଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ସଂରକ୍ଷଣ ଗୃହରେ ରଖାଯାଇଥିଲା। ମୃତଦେହ ନେବା ପାଇଁ ସମ୍ପର୍କୀୟମାନେ ପହଞ୍ଚିବା ପରେ ମୃତଦେହ ଘୋଡ଼ା ଯାଇଥିବା ଚାଦରରେ ରକ୍ତ ଲାଗିଥିଲା। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ମୃତଦେହରୁ ନାକ ଏବଂ ଓଠକୁ ମୂଷାମାନେ କାମୁଡ଼ି ଖାଇଯାଇଥିଲେ। ତେବେ ମହିଳାଙ୍କ ସ୍ବାମୀ ଅବସରପ୍ରାପ୍ତ କର୍ଣ୍ଣେଲ ଅମରଜିତ୍‌ ସିଂ ଚାନ୍ଦୋକ କହିଛନ୍ତି, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ ହେଁ କୌଣସି ଉତ୍ତର ମିଳିପାରିନାହିଁ। ଚିକିତ୍ସାରେ ଅବହେଳା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରି ହୋ ହଲ୍ଲା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଉତ୍ତେଜନା ଥମିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ: ଭାରତରେ ଅନୁପ୍ରବେଶ ଲାଗି ବସିଛନ୍ତି ସୁଯୋଗ ଉଣ୍ଡି

ଶ୍ରୀନଗର, ୧୦।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ସୃଷ୍ଟି ହେବାରେ ଲାଗିଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଜାଣିଶୁଣି...

ଏଠି ମହିଳା ନିଜ ଇଚ୍ଛାରେ ବାହାର କରି ଦେଉଛନ୍ତି ଗର୍ଭାଶୟ

ଜଣେ ମହିଳା ପାଇଁ ଗର୍ଭାଶୟ କେତେ ଜରୁରୀ ତାହା ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ହେଲେ ମହାରାଷ୍ଟ୍ରର ବିଡ ଜିଲାରେ ଆଖୁ ଫସଲ କାଟୁଥିବା ମହିଳାମାନେ...

ଭାଜପା ଟିକାକୁ ବିଶ୍ୱାସ ନାହିଁ: ଅଖିଳେଶ

ଲକ୍ଷ୍ନୌ, ୩।୧: କରୋନା ମହାମାରୀ ବିରୋଧରେ ଟିକାକରଣ ଲାଗି ଭାରତ ପ୍ରସ୍ତୁତ ହେଉଥିବାବେଳେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ...

‘ରାନୀପୁର ଟେରିକଟ୍‌’ ଏବେ ଇତିହାସ

ଝାନ୍ସୀ: ‘କେବେ ଆମେ ବି ମାଲିକ ଥିଲୁ। ଆମ ପାଖରେ ଅନେକ ଲୋକ କାମ କରୁଥିଲେ। ହେଲେ ଭାଗ୍ୟ ଆମକୁ ମାଲିକରୁ ଶ୍ରମିକ କରିଦେଲା। ପେଟପାଟଣା...

ହସ୍ପିଟାଲ ବାହାରେ ମୃତଦେହ ଲମ୍ବା ଲାଇନ୍‌: ଭାଜପା ନେତା ଛାଡିଲେ ଭିଡିଓ

ରାୟପୁର,୧୩।୪: ଛତିଶଗଡରେ କରୋନା ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଏଠାରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାଜନକ ରହିଛି। ରାଜ୍ୟରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ପରିସ୍ଥିତି ଏପରି...

ମାଙ୍କଡ଼ ଏମିତି ବଜାଉଛି ଧୁଡ଼ୁକି, ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଛୁଆକୁ ହରାଇ କାନ୍ଦିଲା ପେଙ୍ଗୁଇନ୍‌

ଛୁଆର ମୃତ୍ୟୁ ପରେ ପେଙ୍ଗୁଇନ୍‌ କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କୁ ଭାବୁକ କରିଛି। ଭାରତୀୟ ବନ୍ୟ ସେବା ପକ୍ଷରୁ ସୁଶାନ୍ତ ନନ୍ଦ ସୋମବାର...

ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ପ୍ରତିଶତ କମିଲା

ନୂଆଦିଲ୍ଲୀ, ୬।୧୦: ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୧ ହଜାର ୨୬୭ ଜଣ ନୂଆ ଆକ୍ରାନ୍ତ...

Advertisement


Archives

Model This Week

Why Dharitri