Posted inଜାତୀୟ

ବିବାହ ନ କଲେ ଆଣିବି ମିଥ୍ୟା ବଳାତ୍କାର ଅଭିଯୋଗ, ଧମକ ଦେଲେ ଯୁବତୀ

ଲକ୍ଷ୍ନୌ,୨।୮: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ତାଙ୍କଠାରୁ ୧୦ ବର୍ଷ ସାନ ଯୁବକଙ୍କୁ ବିବାହ ପାଇଁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଲ୍ଲୀଗଡ଼ ବିଶ୍ୱ ବିଦ୍ୟାଳୟରେ ବିଏସ୍‌ସି ପଢୁଥିବା ୧୯ ବର୍ଷ ବୟସ୍କ ଅଦିଲ୍‌ ଉଲାହଙ୍କୁ ଜଣେ ୨୯ ବର୍ଷ ବୟସ୍କା ଯୁବତୀ ବାହା ହେବା ଲାଗି ଅଡ଼ି ବସିଛନ୍ତି। ଅଦିଲ୍‌ ତାଙ୍କୁ ବିବାହ ନ କଲେ ସେ ବଳାତ୍କାର ଅଭିଯୋଗ ଆଣିବେ ବୋଲି ଧମକ ମଧ୍ୟ ଦେଉଛନ୍ତି। ଏନେଇ ଆଦିଲ୍‌ ସିଭିଲ୍‌ ଲାଇନ୍‌ ଥାନାରେ ଅଭିଯୋଗ କରିବା ସହିତ ଅଲ୍ଲୀଗଡ଼ ସିଜେଏମ୍‌ କୋର୍ଟରେ ନ୍ୟାୟ ପାଇଁ ଆବେଦନ କରିଛନ୍ତି। ଯୁବତୀଙ୍କ ପରିବାରର କିଛି ସଦସ୍ୟ ମଧ୍ୟ ଏଥିରେ ସାମିଲ୍‌ ଥିବା ଅଭିଯୋଗ ହୋଇଛି। ଆଦିଲ ଯୁବତୀଙ୍କ ଭଉଣୀଙ୍କ ପିଲାଙ୍କ ଟ୍ୟୁସନ କରିବାକୁ ଯାଉଥିଲେ। ଗତ କିଛି ମାସ ଧରି ଯୁବତୀ ଜଣକ ଆଦିଲ୍‌ଙ୍କୁ ବିବାହ କରିବାକୁ ଅଡ଼ି ବସିଥିବା କୁହାଯାଉଛି। ଘଟଣାର ତଦନ୍ତ ପାଇଁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଆସ୍ଥା-ବିଶ୍ୱାସ ଉପରେ ଭରସା: କରୋନାରୁ ମୁକ୍ତିଲାଗି ଝୁଣା ଧୂଆଁ…

ସାହାରାନପୁର,୧୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ କାରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହସ୍ପିଟାଲରେ ଭର୍ତ୍ତି ବି...

ଭଗବାନ ଶଙ୍କରଙ୍କ ବେଶ ଛାଡି ଏବେ କଳାଚଷମାରେ ନଜର ଆସିଲେ ତେଜ ପ୍ରତାପ

ପାଟନା, ୫।୮: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ପୁଣି ଥରେ ଭିନ୍ନ ଅବତାରରେ ନଜର ଆସିଛନ୍ତି। କେତେବେଳେ ସେ...

ବହୁତ ହେଲା ଘୃଣ୍ୟ ରାଜନୀତି, ଗୋଆ ଏବେ ପରିବର୍ତ୍ତନ ଚାହେଁ: କେଜରିୱାଲ

ନୂଆଦିଲ୍ଲୀ,୧୨ ।୭: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଗୋଆରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେଠାରୁ ସବୁ ରାଜନୈତିକ ଦଳ...

ଏଏପିକୁ ଶୁଭେଚ୍ଛା ଜଣାଇଲେ ସିଦ୍ଧୁ

ନୂଆଦିଲ୍ଲୀ,୧୦।୩: ପଞ୍ଜାବରେ ବଡ଼ ବିଜୟ ପାଇଁ ଆମ ଆଦମି ପାର୍ଟି (ଏଏପି)କୁ ଗୁରୁବାର ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ। ୧୧୭ ଆସନ...

ବିଶ୍ୱ ଖାଦ୍ୟ ଦିବସ:ପୃଥିବୀରେ ୮୦ କୋଟି ଭୋକିଲା

ଜେନେଭା: ପ୍ରତିବର୍ଷ ଅକ୍ଟୋବର ୧୬ରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥାଏ। ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଇତିମଧ୍ୟରେ ୟୁନିସେଫ୍‌ର...

ବନ୍ୟାରେ ଫଶିଲା ଜାଗୁଆର କାର: କମ୍ପାନୀକୁ ଟ୍ରଲ କଲେ ଲୋକେ

ମୁମ୍ବାଇ,୬।୯: ବନ୍ୟା ଯୋଗୁ ବେହାଲ ହୋଇପଡ଼ିଛି ମାୟାନଗରୀ। ମୁମ୍ବାଇ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଛି। ବର୍ଷା ଯୋଗୁ ସହର ଏବେ ପାଣି ଘେରରେ...

ଭାରତର ଆଠଟି ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳ ଭୂକମ୍ପ ପ୍ରବଣ…

ନୂଆଦିଲ୍ଲୀ,୭।୨ : ବର୍ତ୍ତମାନ ପର୍ଯ୍ୟନ୍ତ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ପାଞ୍ଚ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ହଜାରରୁ ଅଧିକ...

ଇଡ଼ି ପଚରାଉଚରା ଏକ ଛୋଟ ପ୍ରସଙ୍ଗ, ଅଗ୍ନିପଥ-ବେରୋଜଗାରୀ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ରାହୁଲ…

ନୂଆଦିଲ୍ଲୀ, ୨୨।୬ : ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ଯାଞ୍ଚର ସମ୍ମୁଖୀନ ହେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି ଯେ ଇଡି ଏବଂ...

Advertisement
Archives

Model This Week