ଆକ୍ରାନ୍ତ ପିଲାଙ୍କଠାରେ ଏମ୍‌ଆଇ ସିଣ୍ଡ୍ରୋମ୍‌

ଭୁବନେଶ୍ୱର,୧୦।୯ (ବ୍ୟୁରୋ):ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁ ଓ କିଶୋରଙ୍କୁ ରେଡ୍‌ ଜୋନ୍‌ରେ ରଖାଯାଇଛି। ପିଲାମାନେ ଅଧିକ ସଂକ୍ରମିତ ହେବେ ବୋଲି ଆକଳନ କରାଯାଉଛି। ତେବେ ଏବେଠୁ ଏମାନଙ୍କଠାରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏମ୍‌ଆଇ (ମଲ୍ଟିସିଷ୍ଟମ୍‌ ଇନ୍‌ଫ୍ଲାମେଟୋରି) ସିଣ୍ଡ୍ରୋମ୍‌ ଚିନ୍ତା ବଢ଼ାଇଛି। କରୋନାରୁ ସୁସ୍ଥ ହେବାର ୨ରୁ ୬ ସପ୍ତାହ ମଧ୍ୟରେ ଅଧିକାଂଶ ଶିଶୁଙ୍କଠାରେ ଏହି ଲକ୍ଷଣ ଦେଖାଯାଉଛି। ବିଶେଷକରି ୬ରୁ ୧୦ ବର୍ଷର ପିଲାଙ୍କ କ୍ଷେତ୍ରରେ ଏହାର ସମ୍ଭାବନା ଅଧିକ ରହୁଛି। ଶିଶୁଙ୍କ ପାଟି, ଆଖି ଓ ପାଦ ଲାଲ୍‌ ପଡିବା, ପତଳା ଝାଡ଼ା, ଜ୍ୱର ସହ ପେଟ ଯନ୍ତ୍ରଣା ଓ ବାନ୍ତି ହେବା, ଧଇଁସଇଁ ହେବା, ମୁଣ୍ଡ ବିନ୍ଧା ଆଦି ଲକ୍ଷଣ ଦେଖାଦେଲେ ତାହାକୁ ହାଲୁକାରେ ନ ନେଇ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି। ବିଳମ୍ବ କଲେ ଶିଶୁର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଯାଇପାରେ ବୋଲି ସେ ସତର୍କ କରାଇଛନ୍ତି। ସେ କହିଛନ୍ତି, ଚିକିତ୍ସା ପାଇଁ ରାଜ୍ୟରେ ଅକ୍ସିଜେନ, ଆଇଭି ଫ୍ଲୁଇଡ୍‌ ଓ ହାଇଡୋଜ୍‌ ଷ୍ଟିର୍‌ଏଡ୍‌ ମହଜୁଦ ଅଛି। ଏ ନେଇ ଶିଶୁ ବିଭାଗ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦିଆଯାଇଛି। ଏବେ ସମସ୍ତ ମେଡିକାଲ କଲେଜରେ ଆକ୍ରାନ୍ତ ଶିଶୁଙ୍କ ପାଇଁ ଆବଶ୍ୟକ ଚିକିତ୍ସା ଉପଲବ୍ଧ ଅଛି। ଖୁବ୍‌ଶୀଘ୍ର ସମସ୍ତ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ମିଳିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ମିଶ୍ର ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଭୁବନେଶ୍ୱରରେ କିଛି ପିଲାଙ୍କଠାରେ ଏହି ସିଣ୍ଡ୍ରୋମ୍‌ ଦେଖାଯାଇଛି। ତେବେ ଏ କ୍ଷେତ୍ରରେ ରାଜ୍ୟରେ ସେପରି ଉତ୍କଟ ସ୍ଥିତି ଉପୁଜି ନ ଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଲକ୍ଷଣ ଦେଖିବା ପରେ ଶୀଘ୍ର ନିଦାନ କରିବା ଦ୍ୱାରା ଶିଶୁ ଆରୋଗ୍ୟ ଲାଭ କରିପାରିବ ବୋଲି ସେ କହିଛନ୍ତି।
ପ୍ରଥମ ଲହରରୁ ଆରମ୍ଭ ହୋଇଥିବା ଏହି ସିଣ୍ଡ୍ରୋମ୍‌ ଏବେ ଧୀରେ ଧୀରେ ତାର କାୟା ବିସ୍ତାର କରୁଛି। ରାଜ୍ୟରେ ଏବେ ଶିଶୁଙ୍କ ସଂକ୍ରମଣ ହାର ପ୍ରାୟ ୨୦ ପ୍ରତିଶତ ରହିଛି। ସେଥିରୁ ୧୫ ପ୍ରତିଶତଙ୍କ ସାମାନ୍ୟ ଲକ୍ଷଣ ଓ ୫ ପ୍ରତିଶତଙ୍କ ଅଧିକ ଲକ୍ଷଣ ଦେଖାଯାଉଛି। ୫ ପ୍ରତିଶତ ଅଧିକ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୩ ପ୍ରତିଶତ ଅକ୍ସିଜେନ୍‌ ସାହାଯ୍ୟରେ ଠିକ୍‌ ହେଉଛନ୍ତି। ୨ ପ୍ରତିଶତଙ୍କୁ ଆଇସିୟୁ ଦରକାର ପଡୁଛି। ଏମାନଙ୍କ ମଧ୍ୟରୁ ବହୁ କମ୍‌ ପିଲାଙ୍କ କ୍ଷେତ୍ରରେ ଏମ୍‌ଆଇ ସିଣ୍ଡ୍ରୋମ୍‌ ଦେଖିବାକୁ ମିଳୁଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri