ତହସିଲ ପ୍ରଶାସନ, ଥାନା ମଧ୍ୟରେ ଛକାପଞ୍ଝା

ନାଉଗଁା,୧୦ା୯(ସ୍ବ.ପ୍ର.):ନାଉଗଁା ତହସିଲ ଓ ଥାନା ମଧ୍ୟରେ ଛକାପଞ୍ଝା ଚାଲିଛି। ଏହାର ଫାଇଦା ବାଲି ମାଫିଆ ଉଠାଉଛନ୍ତି। ଫଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ନାଉଗାଁ ତହସିଲ ଅଧୀନ ଦେବୀ ନଦୀରେ ତହସିଲ ପକ୍ଷରୁ ୬ ବାଲି ସୈରାତକୁ ନିଲାମ ପ୍ରଦାନ କରାଯାଇଛି। ଉକ୍ତ ସୈରାତ ମଧ୍ୟରେ ଶିଖର, ବଛାଳୋ, ପାଳନ୍ଦି, ଅରଖକୁଦ, ଗଳଦାରୀ ଓ ଏରେଡା ଆଦି ଅନ୍ତର୍ଭୁକ୍ତ। ସୈରାତଗୁଡିକ ନିଲାମ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବାଲି ସୈରାତରୁ ବାଲି ଉତ୍ତୋଳନ ପାଇଁ ତହସିଲ ପକ୍ଷରୁ ମଞ୍ଜୁରି ଦିଆଯାଇନାହିଁ। ନିଲାମଧାରୀମାନେ କେବଳ ନିଲାମ ପାଇଥିବା ବେଳେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିନାହାନ୍ତି। ସେହିପରି ତହସିଲ ପକ୍ଷରୁ ମଧ୍ୟ କୌଣସି ବାଲି ସୈରାତର ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। କିନ୍ତୁ ବାଲି ମାଫିଆ ମାନେ ଦିନ ରାତି ଟ୍ରାକ୍ଟର,ହାଇଓ୍ବା ମମରେ ଶହ ଶହ ଟ୍ରିପ ବାଲି ଲୁଟି ଚାଲିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଚଢ଼ାଉ ବେଳେ ତହସିଲ ଓ ଥାନା ମଧ୍ୟରେ ସମନ୍ବୟ ରହୁନାହିଁ।
ତହସିଲ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ତହସିଲ ପ୍ରଶାସନ ପକ୍ଷରୁ ଚୋରା ବାଲି ଗାଡି ଧରିବାକୁ ଯିବା ସମୟରେ ବାଲି ମାଫିଆମାନେ ନାନା ପ୍ରକାର ଭୟଭୀତ କରାଉଛନ୍ତି। ଏପରିକି ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ ବେଳେ ବାଲି ଚୋରା ଚାଲାଣକାରୀମାନେ ଦ୍ରୁତ ଗତିରେ ଆଗରେ ଗାଡି ନେଇ ଚାଲିଯାଉଛନ୍ତି। ବହୁ ସମୟରେ ସେମାନେ ତହସିଲ ଗାଡିକୁ ଆଗକୁ ଯିବାକୁ ଦେଉନାହାନ୍ତି। ମାତ୍ର ଏହି ସମୟରେ ଥାନା ପକ୍ଷରୁ କୌଣସି ସହଯୋଗ ମିଳୁନାହିଁ। ଫଳରେ ବାଲି ମାଫିଆଙ୍କୁ ଧରି ହେଉନାହିଁ ବୋଲି ତହସିଲଦାର ଜେ.କଳ୍ପନା କହିଛନ୍ତି। ଥାନା ପକ୍ଷରୁ ସହଯୋଗ କରିବା ପାଇଁ ସେ (ଚିଠି ନଂ.୧୦୧, ୧୧୩୧, ୧୧୩୪)ରେ ନାଉଗଁା ଥାନାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହାର ନକଲ ଜିଲା ଆରକ୍ଷୀ ଅଧୀକ୍ଷକ ଓ ଜିଲାପାଳଙ୍କୁ ଦେଇଥିବା କହିଛନ୍ତି। କିନ୍ତୁ ନାଉଗାଁ ଥାନା ଅଧିକାରୀ ଅଭୟ କୁମାର ବେହେରା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତହସିଲ ପକ୍ଷରୁ ସେପରି କୌଣସି ଚିଠି ଆସି ନ ଥିବା ସେ କହିଛନ୍ତି। ବାଲି ଗାଡି ଧରିବା ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଦାୟିତ୍ୱ। ଉଭୟ ଗାଡି ଧରିବାକୁ ଯାଉ ନ ଥିବା ବେଳେ ଜଣେ କିରାଣୀଙ୍କୁ ଗାଡି ଧରା କାର୍ଯ୍ୟରେ ନିୟୋଜିତ କରାଯାଇଛି। ତହସିଲ କାର୍ଯ୍ୟାଳୟ ପକ୍ଷରୁ ଯେଉଁ ସମୟରେ ଡକାଯାଉଛି, ସେ ସମୟରେ ଆମର କୋଣସି କାର୍ଯ୍ୟ ଥିଲେ ଆସୁପାରୁନି। ତେବେ ତହସିଲ ପ୍ରଶାସନ ଗାଡି ଆଣି ଆମ ନିକଟରେ ପହଞ୍ଚାଇଲେ ଥାନା ପକ୍ଷରୁ ହେପାଜତରେ ରଖାଯାଇଥାଏ। ଥାନା ଓ ତହସିଲ ପ୍ରଶାସନ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ବାଲିି ମାଫିଆମାନଙ୍କୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri