ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥ ହଡ଼ପ ଘଟଣା: ୧୦ ଅଧିକାରୀ, ୩ ସରପଞ୍ଚଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ବାରିପଦା ଅଫିସ, ୨୫ା୬: ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଅଧୀନ ବରେହିପାଣି, ଗୁଡ଼ୁଗୁଡ଼ିଆ ଓ ଧଳବଣୀ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅର୍ଥ ହଡ଼ପ ଘଟଣାରେ ୧୦ ସରକାରୀ ଅଧିକାରୀ ଓ ୩ ସରପଞ୍ଚଙ୍କ ନାମରେ ମାମଲା ରୁଜୁ ପାଇଁ ଜିଲାପାଳ ବିନୀତ ଭରଦ୍ୱାଜ ନିର୍ଦ୍ଦେଶ ଦେଇଛନ୍ତି। ଚିଠି ନଂ. ୬୦୦୯/୧୭ା୬ା୨୦୨୦ରେ ସ୍ଥାନୀୟ ବିଡିଓଙ୍କୁ ଏତଲା ଦେବା ପାଇଁ ଜିଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ବରେହିପାଣି, ଗୁଡ଼ୁଗୁଡ଼ିଆ ଓ ଧଳବଣୀ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ରାସ୍ତା କାମ ନ କରି ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ପିଡି ଡିଆର୍‌ଡିଏଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ ମିଳିବା ପରେ ଜିଲାପାଳ ଭରଦ୍ୱାଜ ବରେହିପାଣି ପଞ୍ଚାୟତ ସରପଞ୍ଚ ଜୁଝେର ବାଙ୍ଗସିଂ, ଗୁଡ଼ୁଗୁଡ଼ିଆ ସରପଞ୍ଚ ମାଲାରାମ ହୋ ଏବଂ ଧଳବଣୀ ସରପଞ୍ଚ ସବିତା ନାଏକଙ୍କ ସମେତ ଯଶିପୁର ବ୍ଲକ ଏସିପି(ଆସିଷ୍ଟାଣ୍ଟ କମ୍ପ୍ୟୁଟର ପ୍ରୋଗ୍ରାମର) ଜିତେନ୍ଦ୍ର ମହାନ୍ତ, କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାଏକ, ବରେହିପାଣି ପଞ୍ଚାୟତର ପୂର୍ବତନ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ) ବେଣୁଧର ନାୟକ, ଗୁଡ଼ୁଗୁଡ଼ିଆ ପଞ୍ଚାୟତ ପିଇଓ ସନ୍ତୋଷ କୁମାର ଦାଶ, ଧଳବଣି ପଞ୍ଚାୟତ ପିଇଓ ମଙ୍ଗିଲାଲ ହୋ, ବରେହିପାଣି ଜିଆର୍‌ଏସ୍‌ ରବୀନ୍ଦ୍ର ନାଥ ଚାକି, ଧଳବଣି ଜିଆର୍‌ଏସ୍‌ ଦେବାଶିଷ ମାରାଣ୍ଡି, ଗୁଡ଼ୁଗୁଡିଆ ଜିଆର୍‌ଏସ୍‌ ସଞ୍ଜୀବ କୁମାର ଡରାଇ, ବ୍ଲକ ଏମ୍‌ଜିଏନ୍‌ଆର୍‌ଇଜିଏସ ଆସିଷ୍ଟାଣ୍ଟ ଗୁରୁଚରଣ ଦାସ ଏବଂ ଶଶୀଭୂଷଣ ନାୟକଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଯାତ୍ରୀବାହୀ ବସ୍‌

କେନ୍ଦୁଝର,୫ା୧୨(ସ୍ବ.ପ୍ର.): ଢେଙ୍କାନାଳ ଜିଲା କାମାକ୍ଷାନଗରରୁ କେନ୍ଦୁଝର ଆସୁଥିବା ଘରୋଇ ବସ୍‌ ‘ଅମ୍ବା’ ସୋମବାର କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟ ଏନ୍‌ଏଚ୍‌ ୪୯ରେ ଭାରସାମ୍ୟ ହରାଇ...

ଧର୍ମଗଡ଼ ବିଧାନସଭା: ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ଧର୍ମଗଡ଼ ବିଧାନସଭା ଆସନରୁ ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ମୌଷଦୀ ବାଗ ଆଗୁଆ ରହିଛନ୍ତି। ମୌଷଦୀ ୧୫୩୮ ଭୋଟ ପାଇଥିବାବେଳେ ନିକଟତମ...

ଟ୍ରେନ୍‌ ଧକ୍କାରେ ମା’, ଝିଅ ମୃତ

ଯାଜପୁର ରୋଡ୍‌,୨୩।୧୧(ଡି.ଏନ୍‌.ଏ.): ଯାଜପୁର କେନ୍ଦୁଝର ରୋଡ୍‌ ରେଳ ଷ୍ଟେଶନ ନିକଟ ଅହମ୍ମଦନଗର ନିକଟରେ ଶନିବାର ହାଓ୍ବଡା-ପୁରୀ ପାସେଞ୍ଜର ଟ୍ରେନ୍‌ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ...

ବିଶୋଧିତ ହେଲା ଏରେଇଁ ଅଞ୍ଚଳ

ଭଦ୍ରକ ଅଫିସ, ୭ା୪- ସୋମବାର ସକାଳୁ ତୃତୀୟ ଦିନରେ ଭଦ୍ରକ ଉପକଣ୍ଠ ଏରେଇଁ ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧିତ କରାଯାଇଛି। ଜିଲା ଅଗ୍ନିଶମ ଅଧିକାରୀ...

ରାସ୍ତା ଖୋଳି ସୀମା ଅବରୋଧ

ଗୁଣପୁର,୨୭ା୪(ଡି.ଏନ୍‌.ଏ.): ଗଜପତି ଜିଲା ସୀମାନ୍ତ ଆନ୍ଧ୍ରରେ କରୋନା ରୋଗୀ ଚିହ୍ନଟ ହେବା ପରେ ରାୟଗଡ଼ା ଜିଲା ପୋଲିସ ଓ ପ୍ରଶାସନ ପାଇଁ ଏହା ଏବେ ମୁଣ୍ଡ...

ପିଆର୍‌ଏମ୍‌ ମେଡିକାଲ ସମ୍ମୁଖରେ ବିକ୍ଷୋଭ

ବାରିପଦା ଅଫିସ,୩।୮: ମୟୂରଭଞ୍ଜ ଜିଲା ବାରିପଦା ପିଆର୍‌ଏମ୍‌ ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭଞ୍ଜସେନା ପକ୍ଷରୁ ଆନ୍ଦୋଳନ କରାଯାଇଛି। ସେଠାକାର...

ଘର କରୁନାହାନ୍ତି ହିତାଧିକାରୀ, ପ୍ରତିବାଦରେ ପ୍ରଶାସନର ଧାରଣା

ପାଲଲହଡ଼ା, ୬ା୨(ଡି.ଏନ.ଏ.)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ସହ ଟଙ୍କା ପାଇଥିବା ହିତାଧିକାରୀମାନେ ଗୃହ ନିର୍ମାଣ କରୁ ନ ଥିବାରୁ ସେମାନଙ୍କ ଘର ଆଗରେ ପାଲଲହଡ଼ା...

ମୋବାଇଲ ବ୍ୟାଟେରୀ ଫାଟି ଦୁଇ ଭାଇ ଗୁରୁତର

ଖଲିକୋଟ,୨୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗ୍ରାମରେ ମୋବାଇଲ ବ୍ୟାଟେରୀ ଫାଟି ଦୁଇ ଭାଇ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର...

Advertisement
Archives

Model This Week