Posted inଜାତୀୟ

ଭାରତରେ କେତେକ ଫିଚର୍ସ ପ୍ରତ୍ୟାହାର କରିପାରେ ମେଟା

ନୂଆଦିଲ୍ଲୀ,୧୬ା୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟାକୁ ଭାରତରେ ଏହାର କେତେକ ଫିଚର୍ସ ପ୍ରତ୍ୟାହାର କରିବାକୁ ପଡ଼ିପାରେ। ଭାରତ ସରକାରଙ୍କ ଏକ ଆଣ୍ଟିଟ୍ରଷ୍ଟ୍‌ ଡିରେକ୍ଟିଭ୍‌ ଅନୁଯାୟୀ ହ୍ବାଟ୍ସଆପ୍‌ ମେସେଜିଂ ସର୍ଭିସ୍‌କୁ ପ୍ୟାରେଣ୍ଟ କମ୍ପାନୀ ମେଟା ସହ ବିଜ୍ଞାପନ ଉଦ୍ଦେଶ୍ୟରେ ୟୁଜରଙ୍କ ଡେଟା ଶେୟାର କରିବା
ଉପରେ ନିଷିଦ୍ଧ ଘୋଷଣା କରାଯାଇଛି। ଏହାକୁ ନେଇ କ୍ଷୁବ୍ଧ ମେଟା ଉପରୋକ୍ତ ନିଷ୍ପତ୍ତି ନେଇଥିବା ଏକ କୋର୍ଟ ଫାଇଲିଂରେ ଜଣାଇଛି।
୨୦୨୪ ନଭେମ୍ବରରେ କମ୍ପିଟିଶନ୍‌ କମିଶନ୍‌ ଅଫ୍‌ ଇଣ୍ଡିଆ(ସିସିଆଇ) ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ମେଟା ନିଜ ଆଧିପତ୍ୟର ଦୁରୁପଯୋଗ କରି ହ୍ବାଟ୍ସଆପ୍‌ ୟୁଜର୍ସଙ୍କୁ ୨୦୨୧ର ଏକ ପ୍ରିଭେସି ପଲିସି ଆପଣାଇବାକୁ ବାଧ୍ୟ କରିଥିଲା, ଯହିଁରେ ବ୍ୟବହାରକାରୀମାନଙ୍କ ଡେଟା ସଂଗ୍ରହ, ଶେୟାରିଂକୁ ବ୍ୟାପକ କରାଯାଇଥିଲା।

ଏଥିଯୋଗୁ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ତୁଳନାରେ ମେଟା ଅଧିକ ଲାଭବାନ ହୋଇଥିଲା। ସିସିଆଇ ଏଥିପାଇଁ ମେଟା ଉପରେ ୨୪.୫ ନିୟୁତ ଡଲାର ଜରିମାନା ଆଦେଶ ଦେବା ସହ ଭାରତରେ ଏହାର ଡେଟା ଶେୟାରିଂ ଉପରେ ୫ ବର୍ଷ କଟକଣା ଜାରି କରିଥିଲା। ଭାରତ ହେଉଛି ବିଶ୍ୱରେ ମେଟାର ସବୁଠୁ ବଡ଼ ବଜାର, ଯେଉଁଠି ଏହାର ୩୫୦ ନିୟୁତରୁ ଊର୍ଦ୍ଧ୍ୱ ଫେସ୍‌ବୁକ୍‌ ୟୁଜର ରହିଛନ୍ତି। ସେହିପରି ୫୦୦ ନିୟୁତରୁ ଅଧିକ ଭାରତୀୟ ହ୍ବାଟ୍ସଆପ୍‌ ବ୍ୟବହାର କରିଥାନ୍ତି। ମେଟା ପଲିସିରେ ଏଭଳି ପରିବର୍ତ୍ତନକୁ ବିରୋଧ କରି ସିସିଆଇ ନିର୍ଦ୍ଦେଶନାମା ସହ ଅସହମତି ପ୍ରକାଶ କରିଥିଲା। ଏପରି କି ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କମ୍ପାନୀର କହିବା ହେଲା, ହ୍ବାଟ୍ସଆପ୍‌ ଉପରେ ହ୍ବାଟ୍ସଆପ୍‌-ରୁ-ମେଟା ୟୁଜର ଡେଟା ଶେୟାରିଂ ଉପରେ ଜାରି କଟକଣା ୟୁଜରମାନଙ୍କୁ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ପର୍ସନାଲାଇଜ୍‌ଡ ଆଡ୍ସ ଅଫର କରିବା ନେଇ ସାମର୍ଥ୍ୟକୁ ହ୍ରାସ କରିବ। ଗତ ୩ ତାରିଖରେ ପ୍ରାୟ ୨,୦୦୦ ପୃଷ୍ଠା ସମ୍ବଳିତ ଏକ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଥିବା ଆବେଦନରେ ମେଟା ପକ୍ଷରୁ ଏଭଳି ଯୁକ୍ତି ଦର୍ଶାଯାଇଥିବା ରଏଟର୍ସ ରିପୋର୍ଟ କରିଛି।

ହ୍ବାଟ୍ସଆପ୍‌ କହିଛି, ଏହି ମେସେଜିଂ ଆପ୍‌ ମେଟା ସହ ୟୁଜର୍ସଙ୍କ ଫୋନ୍‌ ନମ୍ବର, କାରବାର ସମ୍ପର୍କିତ ତଥ୍ୟ, ବ୍ୟବସାୟିକ ସଂସ୍ଥାଗୁଡ଼ିକ ସହ ଭାବର ଆଦାନପ୍ରଦାନ ଏବଂ ମୋବାଇଲ୍‌ ଡିଭାଇସ୍‌ ଇନ୍‌ଫର୍ମେଶନ୍‌ ଶେୟାର କରିଥାଏ। ସେହିପରି ସିସିଆଇର ରୁଲିଂ ଯୋଗୁ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ମେଟା ପ୍ରଥମ ଥର ପାଇଁ ବିସ୍ତୃତ ଭାବେ ଉକ୍ତ ଫାଇଲିଂରେ ଉଲ୍ଲେଖ କରିଛି। ଏଥିରେ ମେଟା କହିଛି ଯେ, ପୂର୍ବରୁ ଜଣେ ହ୍ବାଟ୍ସଆପ୍‌ ୟୁଜରଙ୍କ ଯୋଗାଯୋଗକୁ ଭିତ୍ତିକରି ଏକ ନିର୍ଦ୍ଦିଷ୍ଟ ପୋଷାକ ସମ୍ପର୍କିତ ଆଡ୍‌କୁ ପର୍ସନାଲାଇଜ୍‌ଡ କରାଯାଇପାରୁଥିଲା। ଡେଟା ଶେୟାରିଂ ବ୍ୟାନ୍‌ ଯୋଗୁ ଭାରତୀୟ ଫ୍ୟାଶନ୍‌ ବ୍ୟବସାୟ ଫେସ୍‌ବୁକ୍‌ କିମ୍ବା ଇନ୍‌ଷ୍ଟାଗ୍ରାମ୍‌ରେ ବିଜ୍ଞାପନଗୁଡ଼ିକୁ ନିଜ ସୁବିଧା ଅନୁସାରେ ପର୍ସନାଲାଇଜ୍‌ଡ କରିପାରିବ ନାହିଁ। ତେଣୁ ମେଟାକୁ ଭାରତରେ ଏହାର ଅନେକ ଫିଚର୍ସ ଓ ପ୍ରଡକ୍ଟକୁ ପ୍ରତ୍ୟାହାର କରିବାକୁ ପଡ଼ିପାରେ ବୋଲି କମ୍ପାନୀ କହିଛି। ଏହାର ପ୍ରଭାବରେ ଉଭୟ ୟୁଜର୍ସ ଓ କମ୍ପାନୀର କ୍ଷତି ହୋଇପାରେ ବୋଲି ମନେକରାଯାଉଛି। ସେହିପରି ସିସିଆଇ ଏଭଳି ନିର୍ଦ୍ଦେଶ ଦେବା ପୂର୍ବରୁ ମେଟା ଓ ହ୍ବାଟ୍ସଆପ୍‌ ସହ ପରାମର୍ଶ କରିବା ଉଚିତ ଥିଲା, ଯାହାକି କରାଯାଇ ନାହିଁ ବୋଲି ଦର୍ଶାଇବା ସହିତ କମ୍ପାନୀ ସିସିଆଇର କାର୍ଯ୍ୟପ୍ରଣାଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଫେସ୍‌ବୁକ୍‌ ଇଣ୍ଡିଆ ଅନ୍‌ଲାଇନ୍‌ ସର୍ଭିସେସ୍‌ ୨୦୨୩-୨୪ରେ ଭାରତରୁ ୩୫୧ ନିୟୁତ ଡଲାର ରାଜସ୍ବ ଲାଭ କରିଥିଲା, ଯାହାକି ଗତ ୫ ବର୍ଷରେ ସର୍ବାଧିକ। ମେଟାର ଅପିଲ୍‌ ଉପରେ ଟ୍ରିବ୍ୟୁନାଲ ଗୁରୁବାର ଶୁଣାଣି କରିବେ। ଏହି ମାମଲାର ଫଇସଲା ଅନେକ ସପ୍ତାହ କିମ୍ବା ମାସ ଲାଗିପାରେ। କିନ୍ତୁ ସେତେବେଳ ଯାଏ ଟ୍ରିବ୍ୟୁନାଲ ସିସିଆଇ ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ଜାରି କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gen-Zଙ୍କ ପାଇଁ ବଡ଼ ପଦକ୍ଷେପ ନେଲା RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri