ବନ୍ଦ ହୋଇଯିବ କି ଆପଣଙ୍କ Instagram, Facebook? ଏ ହେଉଛି ବଡ଼ କାରଣ…

ନୂଆଦିଲ୍ଲୀ,୧୬।୪: ମେଟା ଏକ ଆଣ୍ଟିଟ୍ରଷ୍ଟ ମାମଲା ସାମ୍ନା କରୁଛି। ଏହି ପରୀକ୍ଷଣ ଯୋଗୁ କମ୍ପାନୀ Instagram ଏବଂ WhatsApp ହରାଇପାରେ। ମେଟା ବିରୋଧରେ ଅନେକ ଅଭିଯୋଗ ଆସିଛି। ଏହି ମାମଲା ୨୦୨୦ ମସିହାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ଆରମ୍ଭ ହୋଇଥିଲା। ସେହି ସମୟରେ, ଫେଡେରାଲ ଟ୍ରେଡ କମିଶନ (FTC) ମେଟା ଉପରେ ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ ମଧ୍ୟରେ ପ୍ରତିଯୋଗିତାକୁ ଦୂର କରିବା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଜ ଏକାଧିକାର ଅଧୀନରେ ରଖିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଥିବା ଅଭିଯୋଗ କରିଥିଲା।
ଏପରି ପରିସ୍ଥିତିରେ ଫେସବୁକ ଏବଂ ଇନଷ୍ଟାଗ୍ରାମ ବନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଯଦି Instagram ଏବଂ WhatsApp ଅଲଗା ହୁଅନ୍ତି, ତେବେ ଏହାର ସେବା ମଧ୍ୟ ପ୍ରଭାବିତ ହୋଇପାରେ। ମେଟା ୧୦ ବର୍ଷ ପୂର୍ବେ ଇନଷ୍ଟାଗ୍ରାମ ଏବଂ ଫେସବୁକ ଷ୍ଟାର୍ଟଅପ କିଣିଥିଲା। ଯାହା ପରେ ମାର୍କଙ୍କ ଏହି ପ୍ଲାଟଫର୍ମଗୁଡ଼ିକ ଏକ ବଡ଼ ବ୍ୟବସାୟ ସ୍ତମ୍ଭ ଭାବରେ ଉଭା ହୋଇଛନ୍ତି।
ଯଦି କୋର୍ଟ ମେଟା ବିରୋଧରେ ରାୟ ଦିଅନ୍ତି, ତେବେ କମ୍ପାନୀକୁ Instagram ଏବଂ WhatsAppକୁ ପୃଥକ କରିବାକୁ ପଡ଼ିପାରେ। ଯେଉଁଥିଲାଗି ମେଟାର ରୋଜଗାର ପ୍ରଭାବିତ ହେବ। ରିପୋର୍ଟ ଅନୁଯାୟୀ ୨୦୨୫ ସୁଦ୍ଧା  ଆମେରିକାରେ କେବଳ ଇନଷ୍ଟାଗ୍ରାମ ମେଟାର ବିଜ୍ଞାପନ ରାଜସ୍ବର ୫୦.୫ ପ୍ରତିଶତର ଉତ୍ସ ହେବ।
ଆଜିର ସମୟରେ ସୋସିଆଲ ମିଡିଆ ମାର୍କେଟରେ TikTok, Snapchat, YouTube ଭଳି ଅନେକ ବଡ଼ ପ୍ଲାଟଫର୍ମ ଉପଲବ୍ଧ। ଯାହା ଫଳରେ ମେଟାର ଏକାଧିକାର ପ୍ରମାଣ କରିବା FTC ପାଇଁ ଚ୍ୟାଲେଞ୍ଜିଂ ହେବ। ଏହି ମାମଲା କେବଳ ମେଟା ପାଇଁ ନୁହେଁ ବରଂ ସମଗ୍ର ଟେକ ଶିଳ୍ପ ପାଇଁ ଏକ ବଡ଼ ପଦକ୍ଷେପ ପ୍ରମାଣିତ ହୋଇପାରେ। ମେଟା ବ୍ୟତୀତ, ଗୁଗୁଲ ଏବଂ ଆମାଜନ ମଧ୍ୟ ଆଣ୍ଟିଟ୍ରଷ୍ଟ ମାମଲା ସାମ୍ନା କରୁଛନ୍ତି।
FTC ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ ଯୋଜନା ହେଉଛି ଯେ ସେ ପ୍ରତିଯୋଗିତାକୁ ଦୂର କରିବା ପାଇଁ କିଣିବାକୁ ପସନ୍ଦ କରନ୍ତି। ଏହି ମାନସିକତା ସହିତ ମାର୍କ ସେହି କମ୍ପାନୀଗୁଡ଼ିକୁ କିଣିଲେ ଯାହା ତାଙ୍କ ପାଇଁ ବିପଦ ସୃଷ୍ଟି କରିପାରିଥାନ୍ତା। ଏହି ଯୋଜନା ସହିତ ପ୍ରଥମେ Instagram ଏବଂ ତା’ପରେ WhatsApp କିଣାଯାଇଥିଲା।
FTC ଅନୁଯାୟୀ, ଫେସବୁକ ନୂଆ କମ୍ପାନୀଗୁଡ଼ିକୁ କିଣିଛି ଯାହା ଭବିଷ୍ୟତରେ ଏହାର ପ୍ରତିଯୋଗୀ ହୋଇଥାନ୍ତା। ତେବେ ଦେଖିବାକୁ ଗଲେ Instagram, WhatsApp, Facebook ମିଳିତ ଭାବରେ TikTok, YouTube, iMessage ଏବଂ X ଭଳି ପ୍ଲାଟଫର୍ମଗୁଡ଼ିକୁ କଠିନ ପ୍ରତିଯୋଗିତା ଦେଉଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?