ଦୁର୍ଦ୍ଦଶାରେ ବୁଡ଼ିଛନ୍ତି ମେସ୍କୋ ଷ୍ଟିଲ୍‌ ବିସ୍ଥାପିତ

ଯାଜପୁର ଅଫିସ/କଳିଙ୍ଗନଗର(ଡି.ଏନ୍‌.ଏ.),୪।୪: ଶିଳ୍ପପ୍ରୀତି ରାଜନୀତି ଯୋଗୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ କର୍ମଚାରୀ ଓ ଶ୍ରମିକ ଛଟେଇ ବଢ଼ିିବାରେ ଲାଗିଛି। ଭିଟାମାଟି ହରାଇଥିବା ବିସ୍ଥାପିତମାନେ ଜୀବିକା ହରାଇ ଭୋକ ଉପାସରେ କାଳାତିପାତ କରୁଛନ୍ତି। ବିସ୍ଥାପିତଙ୍କ ଏଭଳି ଦୁର୍ଦ୍ଦଶା କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରଥମ କାରଖାନା ମେସ୍କୋ ଷ୍ଟିଲ୍‌ ଦ୍ୱାରା ହୋଇଛି। ୫୩୦.୬୮ ଏକର ଜମି ହାତେଇ ଗଢ଼ିଉଠିଥିବା ମେସ୍କୋ ଷ୍ଟିଲ କାରଖାନା ଗତ ୩ ବର୍ଷ ହେଲା ବନ୍ଦ ରହିଥିବାରୁ ଏଭଳି ସ୍ଥିତି ଦେଖାଦେଇଛି। ଏହାକୁ ପୁନଃ କାର୍ଯ୍ୟକ୍ଷମ କିମ୍ବା ସରକାରଙ୍କ ପକ୍ଷରୁ ଅଧିଗ୍ରହଣ ପାଇଁ କୌଣସି ଆନ୍ତରିକତା ନ ଥିବା ମନେହେଉଛି।
କଳିଙ୍ଗନଗର ଶିଳ୍ପାଞ୍ଚଳର ପରିକଳ୍ପନା ନବେ ଦଶକରେ ଆରମ୍ଭ ହୋଇଥିଲା। ଓଡ଼ିଶାରେ ୨ୟ ଇସ୍ପାତ କାରଖାନାର ସ୍ଲୋଗାନ କଳିଙ୍ଗନଗରରେ ଶୁଣିବାକୁ ମିଳିଥିଲା। ଏହା ପ୍ରଭାବରେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପ୍ରଥମ ଘରୋଇ ଶିଳ୍ପସଂସ୍ଥା ଭାବେ ମେସ୍କୋ ଷ୍ଟିଲ୍‌ କଳିଙ୍ଗନଗରରେ ପାଦ ଥାପିଥିଲା। ଖଣି ପାଇବା ପାଇଁ ତକତ୍ାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ବାଢ଼ିଥିଲେ। ରାଜ୍ୟରେ ମୂଲ୍ୟଯୁକ୍ତ ଶିଳ୍ପ ନୀତି ଘୋଷଣା କରି ବିଜୁବାବୁ ନିଜସ୍ବ କାରଖାନା ନ ଥିଲେ ଖଣି ମିଳିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶନାମା ଘୋଷଣା କରିଥିଲେ। ଖଣି ପାଇବା ଲୋଭରେ ସେ ସମୟରେ ବହୁ ଶିଳ୍ପପତି ଓଡ଼ିଶାକୁ ମୁହଁାଇଥିଲେ। ୨୦ବର୍ଷ ମଧ୍ୟରେ କଳିଙ୍ଗନଗର ଷ୍ଟିଲ ହବ୍‌ ଅତିକମ୍‌ରେ ୨୦ ନିୟୁତ ଟନ୍‌ ଇସ୍ପାତ ଉପତ୍ାଦନ କରିବ ବୋଲି ସରକାର ସେତେବେଳେ ଦୃଢୋକ୍ତି ପ୍ରକାଶ କରିଥିଲେ। ହେଲେ ଗତ ପ୍ରାୟ ୩୦ ବର୍ଷ ମଧ୍ୟରେ ୧୦ ନିୟୁତ ଟନ୍‌ ଇସ୍ପାତ ଉପତ୍ାଦନ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଶିଳ୍ପାୟନ ଦ୍ୱାରା ଜିଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସ୍ଥାୟୀ ନିଯୁକ୍ତି ପାଇ ସ୍ଥାନୀୟ ଲୋକଙ୍କ ଅବସ୍ଥାରେ ଉନ୍ନତି ହେବ। ଏହିଭଳି ମନଲୋଭା ପ୍ରତିଶ୍ରୁତି ପାଇ ଜିଲାବାସୀ ଶିଳ୍ପ କାରଖାନାକୁ ସ୍ବାଗତ କରିଥିଲେ। ହେଲେ ମେସ୍କୋ ଷ୍ଟିଲ୍‌ କାରଖାନା ମାଲିକ ଲୋକଙ୍କୁ ଏପରି ଭଣ୍ଡିଲେ ଯେ, ବିସ୍ଥାପିତ ହୋଇ ସେମାନେ ଏବେ ଭୋକ ଉପାସରେ କାଳାତିପାତ କରୁଛନ୍ତି। ୪୨୮.୧୫ ଏକର ବେସରକାରୀ ଓ ୧୦୨.୫୩ ଏକର ସରକାରୀ ଜମିରେ ଏହି କାରଖାନା ଗଢି ଉଠିଛି। ପ୍ରାଥମିକ ପର୍ଯ୍ୟାୟରେ ୫୩୦ କୋଟି ଟଙ୍କା ବିନିଯୋଗ ହୋଇଥିଲା। ତେବେ କଳିଙ୍ଗନଗରରେ କାରଖାନା ହୋଇଥିବା ଦର୍ଶାଇ ଯୋଡ଼ା ଅଞ୍ଚଳରେ ୨ଟି ଖଣି ହାତେଇ ନେଇଥିଲା। ହେଲେ ଶାହା କମିଶନଙ୍କ ରିପୋର୍ଟ ଆଧାରରେ ଖଣି ଦୁର୍ନୀତିରେ ମେସ୍କୋ ଗ୍ରୁପ୍‌ ଫସିବା ପରେ ରାଜ୍ୟ ସରକାର ପ୍ରାୟ ୯୦୦ କୋଟି ଟଙ୍କାର ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜରିମାନା ଦାଖଲ ନ କରି କାରଖାନାକୁ ବନ୍ଦ କରି ଦିଆଯାଇଛି। ସରକାର ମଧ୍ୟ ନୀରବି ଯାଇଛନ୍ତି। ଏହି କାରଖାନାକୁ ସରକାର ଅଧିଗ୍ରହଣ କଲେ ଜୀବିକା ହରାଇଥିବା କର୍ମଚାରୀ ଓ ଶ୍ରମିକମାନେ ଉପକୃତ ହୋଇପାରିବେ ବୋଲି ଦାବି କରାଯାଉଛି। ଗତ ୩ ବର୍ଷ ହେଲା ବିଧାନସଭାରେ କୌଣସି ଜନପ୍ରତିନିଧି ଏନେଇ ମୁହଁ ଖୋଲିଥିବାର ନଜିର ନାହିଁ। ଫଳରେ ନିଯୁକ୍ତି ହରାଇଥିବା କର୍ମଚାରୀ ଓ ଶ୍ରମିକମାନେ ଅସହାୟ ହୋଇ ପଡ଼ିଛନ୍ତି। ମେସ୍କୋ କାରଖାନାର କର୍ମଚାରୀମାନେ ନିଜର ହକ୍‌ ପାଇଁ ଦୀର୍ଘଦିନ ଧରି କାରଖାନା ଫାଟକ ଓ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିବା ପରେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହେଲେ ବିଡ଼ମ୍ବନା ଯେ, ଶାସକ ଦଳ ସମେତ କୌଣସି ରାଜନୈତିକ ଦଳର ନେତୃବର୍ଗ ଏହି ଅସହାୟ କର୍ମଚାରୀମାନଙ୍କୁ ସହଯୋଗର ହାତ ବଢ଼ାଉ ନାହାନ୍ତି। ଫଳରେ ଆଗାମୀ ନିର୍ବାଚନରେ ଏହାର ଗଭୀର ପ୍ରଭାବ ପଡ଼ିପାରେ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ମେସ୍କୋ କର୍ମଚାରୀମାନଙ୍କ ଦାବି ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?