ଉଚ୍ଚଶିକ୍ଷା ପାଇଁ ଖଲାସି କାମ କରୁଛନ୍ତି ମେଧାବୀ ଛାତ୍ର

ଲୋଇସିଂହା,୪।୩: ବଲାଙ୍ଗୀର ଜିଲା ଲୋଇସିଂହା ବସ୍ତି କୁମ୍ଭାରପଡ଼ାର ମେଧାବୀ ଛାତ୍ର ମୁନୁ ରଣା। ମୁମ୍ବାଇ ଦେଉନର ସ୍ଥିତ ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନର ଶିକ୍ଷା ବିଭାଗରେ ଏମ୍‌ଏ କରୁଛନ୍ତି। ଲକ୍‌ଡଉନ ଯୋଗୁ ଘରକୁ ଫେରିଛନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ ନାହିଁ। ଏପରିସ୍ଥଳେ ଶିକ୍ଷା ସମ୍ପୂର୍ଣ୍ଣ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଗୁରୁବାର ବ୍ଲକ ପରିସରରେ ବିଜୁ ପକ୍କା ଘର ସୂଚନା ଫଳକ ପରିବହନ କାର୍ଯ୍ୟରେ ନିୟୋଜିତ ବେଳେ ସେ ଲୋକଙ୍କ ଦୃଷ୍ଟିକୁ ଆସିଥିଲେ। ଏହି ଅବସରରେ ମୁନୁ ବଖାଣିଥିଲେ ତାଙ୍କ ଦୁଃଖ ଓ ସଂଘର୍ଷ କାହାଣୀ।
ଲୋଇସିଂହା କୁମ୍ଭାରପଡ଼ାର ବନୀତା ଓ ସ୍ବର୍ଗତ ଚକ୍ରଧର ରଣାଙ୍କ ପୁଅ ମୁନୁ। ୨୦୦୯ରେ ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। ବ୍ଲକ ପରିସରରେ ଥିବା ଛତୁଆ କାରଖାନାରେ ମୂଲ ଲାଗୁଥିବା ବିଧବା ମା’ ୨ ପୁଅଙ୍କୁ ପାଠ ପଢାଇବା ସହ ଘର ଚଳାଇବାକୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ମୁନୁ ଲୋଇସିଂହା ସ୍ଥିତ ଏକ କମ୍ପ୍ୟୁଟର ସଂସ୍ଥାରେ ଝାଡୁ ମାରିବା ସହ ପାଣିଛତ୍ରରେ ପାଣି ଦେଉଥିଲେ। ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳାଇବା ସହ ପାଠପଢା ଖର୍ଚ୍ଚ ତୁଲାଉ ଥିଲେ। ବହୁକଷ୍ଟରେ ସେ ଯୁକ୍ତ ୩ ଶେଷ କରିଥିଲେ। ପରେ ସେ ମହାରାଷ୍ଟ୍ରର ମହତ୍ମା ଗାନ୍ଧୀ ଆନ୍ତରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟରେ ବିଏଡ କରିଛନ୍ତି। ୨୦୧୯ ଶିକ୍ଷା ବର୍ଷରେ ମୁମ୍ବାଇ ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନରେ ଏମ୍‌ଏ ପାଇଁ ନାମ ଲେଖାଇଛନ୍ତି। କରୋନା ଯୋଗୁ ଗତ ଏପ୍ରିଲରେ ସେ ଲୋଇସିଂହା ଫେରି ଆସିଥିଲେ। ପରବର୍ତ୍ତି ସମୟରେ ସେ ଏକ ମୋବାଇଲ ଫୋନରେ ଅନ୍‌ଲାଇନରେ ପାଠ ପଢୁଛନ୍ତି। ଏହା ପଢାରେ ବ୍ୟାଘତ ହେଉଛି। ଏନେଇ ସେ ଏକ ଲାପ୍‌ଟପ୍‌ ଯୋଗାଇଦେବାକୁ ସ୍ଥାନୀୟ ବିଧାୟକ ଏବଂ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ । ହେଲେ ଅଦ୍ୟାବଧି କୌଣସି ବ୍ୟବସ୍ଥା ହୋଇପାରି ନାହିଁ। ଶେଷରେ ଖଲାସି କାମ କରି ଅର୍ଥ ଯୋଗାଡ଼ କରିବାକୁ ନିଷ୍ପତ୍ତି ନେଇଥିଲେ। ଗୁରୁବାର ବ୍ଲକ ପରିସରରୁ ଟ୍ରକ ଯୋଗେ ପଞ୍ଚାୟତକୁ ସୂଚନା ଫଳକ ସ୍ଥାନାନ୍ତରଣ ବେଳେ ଏନ୍‌ଏସି ମାନ୍ୟତା ଦାବିରେ ଧାରଣାରତ କେତେକ ବ୍ୟକ୍ତିଙ୍କ ଦୃଷ୍ଟିକୁ ସେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?