Posted inଫୁରସତ

ଆର୍ଥିକ ବିକାଶରେ ନୌବାଣିଜ୍ୟ

ଦେଶର ଆର୍ଥିକ ବିକାଶରେ ନୌବାଣିଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୫ରେ ଜାତୀୟ ନୌବାଣିଜ୍ୟ ଦିବସ ପାଳନ କରାଯାଇଥାଏ। ଚଳିତ ୨୦୨୩ ବର୍ଷ ଭାରତରେ ୬୦ତମ ଜାତୀୟ ନୌବାଣିଜ୍ୟ ଦିବସ(ଏନଏମଡି) ପାଳନ କରାଯାଉଛି। ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଅର୍ଥନୀତି ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦବିସର ଲକ୍ଷ୍ୟ। ଏହି ଦିନ ଉତ୍ସବ ପାଳନ ସମୟରେ, ଏନଏମଡି ପୁରସ୍କାର ଅଫ ଏକ୍ସଲେନ୍ସ ସାଧାରଣତଃ ବରିଷ୍ଠ ସ୍ତରରେ ଭାରତୀୟ ସାମୁଦ୍ରିକ କ୍ଷେତ୍ରରେ ଉଲ୍ଲେଖନୀୟ ତଥା ଅତୁଳନୀୟ ସଫଳତା ପାଇଁ ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇଥାଏ।

୧୯୧୯ ମସିହାରେ, ଏହି ଦିନ ପ୍ରଥମ ଭାରତୀୟ ବାଣିଜି୍ୟକ ଜାହାଜ ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲା। ସ୍କିଣ୍ଡିଆ ଷ୍ଟିମ ନାଭିଗେଶନ କମ୍ପାନୀ ଲିମିଟେଡର ଏସଏସ ଲୟାଲିଟି ଜାହାଜ ଏହି ଯାତ୍ରା ଆରମ୍ଭ କରିଥିଲା। ଏହା ମଧ୍ୟ ସର୍ବପ୍ରଥମ ବୃହତ୍ତମ ଶିପିଂ କମ୍ପାନୀ ଥିଲା ଯାହା ସମ୍ପୂର୍ଣ୍ଣ ଭାବେ ଭାରତୀୟଙ୍କ ନିୟନ୍ତ୍ରଣରେ ଥିଲା । ଏହି ସ୍ମୃତି ଉଦ୍ଦେଶ୍ୟରେ ଜାତୀୟ ନୌବାଣିଜ୍ୟ ଦିବସ ପାଳନ କରାଯାଇଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ଥିମ ହେଉଛି, ମାରପୋଲ ଆଟ ୫୦ -ଆଓ୍ବାର କମିଟମେଣ୍ଟ ଗୋଜ ଅନ୍‌ । ଏହି ଥିମ ଅନ୍ତର୍ଗତ ଜାହାଜରୁ ପ୍ରଦୂଷଣ ରୋକିବା ପାଇଁ ଅନ୍ତର୍ଜାତୀୟ ସମ୍ମିଳନୀ (ମାରପୋଲ)କୁ ପ୍ରତିଫଳିତ କରୁଛି। ଯାହାକି କାର୍ଯ୍ୟକ୍ଷମ କିମ୍ବା ଦୁର୍ଘଟଣାଜନକ କାରଣରୁ ଜାହାଜ ଦ୍ୱାରା ସାମୁଦ୍ରିକ ପରିବେଶର ପ୍ରଦୂଷଣକୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଛୁଆ ରହିଥିବା ବେଳେ ଶିଶୁ ୱାର୍ଡରେ ହଠାତ୍ ଲାଗିଗଲା ନିଆଁ, ତାପରେ ଯାହା ଘଟିଲା….

ଛତ୍ରପୁର,୭ା୬(ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ହୋଇଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ସୂଚନା…

ଅଶୁଭ! କଟକ ଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ, ଚୂଡ଼ାରୁ ଖସିଲା…..

କଟକ,୭ା୬(ପ୍ରଭୁକଲ୍ୟାଣ ପାଲ୍): କଟକରେ ତାଣ୍ଡବ ରଚିଲା କାଳ ବୈଶାଖୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି…

ମୁକୁଳା ୧୧ କେଭି ଟ୍ରାନ୍ସଫର୍ମର ସାଙ୍ଗକୁ ଗଭୀର ଗର୍ତ୍ତ: ବଡ଼ ଅଘଟଣ ଆଶଙ୍କାରେ ଧୁଲିଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର,୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଲିଗୁଡ଼ା (ମାନିଆଁଗୁଡ଼ା) ଠାରେ ବିଦ୍ୟୁତ ବିଭାଗର ଅବହେଳା ଦେଖିବାକୁ ମିଳିଛି । ଥୁଆମୂଳ…

ଲେବଲକ୍ରସିଂ ପାର୍‌ ବେଳେ ଧକ୍କା ଦେଲା ଟ୍ରେନ୍‌, ଆଉ ତା’ପରେ ଯାହା ଘଟିଲା…

ଭଦ୍ରକ,୭।୬(ସନାତନ ରାଉତ): ଭଦ୍ରକ-ଧାମରା ରେଳପଥର ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ରାସ୍ତା ଲେବଲକ୍ରସିଂ ନିକଟରେ ରବିବାର ଏକ ଟ୍ରେନ ଧକ୍କାରେ ଜଣେ ବାଇକ୍‌ ଆରୋହୀ…

ଋଣ ଆଦାୟ ଟଙ୍କା ଆତ୍ମସାତ ଅଭିଯୋଗ, ଫାଇନାନ୍ସ କର୍ମଚାରୀ ଗିରଫ

ବଞ୍ଚୋ/ଆନନ୍ଦପୁର/ହାଟଡିହୀ,୭ା୬(ପ୍ରଦୋଷ କୁମାର/ବିଶ୍ୱାଳସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ ): ଋଣଗ୍ରାହକଙ୍କ ଠାରୁ ଆଦାୟ ହୋଇଥିବା ଇଏମଆଇ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଘସିପୁରା ପୋଲିସ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ…

ଘରେ କେହି ନଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କଲେ ନବମ ଶ୍ରେଣୀ ଛାତ୍ର, ସହଯୋଗ କରିଥିଲେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରେ ଅଭାବନୀୟ ଘଟଣା ଦେଖାଯାଇଛି । ଚଳିତ ବର୍ଷ ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୧୫…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri