ପାରଦ ବଢ଼ାଉଛି ପାଣି ଚିନ୍ତା

ବଇଣ୍ଡା,୧୧ା୪:  ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ମାସାଧିକ ହେଲା ଜଙ୍ଗଲ ଜଳୁଛି। ଫଳରେ ତାପମାତ୍ରାରେ ନିୟମିତ ବୃଦ୍ଧି ପରିଲକ୍ଷିତ ହେଉଛି। ଦିନକୁ ଦିନ ପାରଦ ଉପରମୁହାଁ ହେଉଥିବାରୁ ବହୁ ଗାଁରେ ପିଇବା ପାଣି ଚିନ୍ତା ବଢ଼ିଯାଇଛି। କିନ୍ତୁ ଗ୍ରୀଷ୍ମ ମୁକାବିଲା ଦିଗରେ ଏ ଯାଏ ଅନୁଗୋଳ ଜିଲା କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ନାହିଁ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅନୁଗୋଳ ଜିଲାର ତାପମାତ୍ରା କିଛି ଦିନ ହେଲା ୪୦ ଡିଗ୍ରୀ ଉପରେ ରହୁଛି। ଶିଳ୍ପ ବହୁଳ ଜିଲା ହୋଇଥିବାରୁ ପ୍ରତ୍ୟେକ ବର୍ଷ ତାତି ଏଠାରେ ରେକର୍ଡ କରୁଛି। ଶନିବାର କିଶୋରନଗର ବ୍ଲକରେ ପାରଦ ୪୦ ଡିଗ୍ରୀ ଉପରେ ଥିବା ଏକ ଘରୋଇ ତାପମାପକ ଯନ୍ତ୍ରରୁ ଜଣାପଡ଼ିଛି। ଏଠାକାର ବିଭିନ୍ନ ଜଙ୍ଗଲ ଏବେ ବି ଜଳୁଥିବାରୁ ଗ୍ରୀଷ୍ମ ପ୍ରବାହ ଅପେକ୍ଷାକୃତ ଅଧିକ ରହୁଛି। ଏଥିଯୋଗୁ ପୂର୍ବାହ୍ନ ୧୦ଟା ପରେ ଜରୁରୀ କାର୍ଯ୍ୟ ନ ଥିଲେ ଲୋକେ ଘରୁ ବାହାରୁନାହାନ୍ତି। ଅପରାହ୍ନ ୩ଟା ଯାଏ ତାତି ରହୁଥିବାରୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି। ଏହାର ମୁକାବିଲା ସହ ଅଂଶୁଘାତରୁ ଲୋକଙ୍କୁ ରକ୍ଷା କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବଜାର, ବସ୍‌ଷ୍ଟପ୍‌, ବିଭିନ୍ନ ରାସ୍ତା ପାର୍ଶ୍ୱରେ ଜଳଛତ୍ର ଖୋଲାଯାଇ ନାହିଁ। ଯାତ୍ରୀମାନଙ୍କ ନିମନ୍ତେ ବିଶ୍ରାମାଗାର ବ୍ୟବସ୍ଥା କରାଯାଇ ନାହିଁ। ବିଭିନ୍ନ କଲେଜରୁ ଖରାରେ ବସ୍‌ ଧରିବାକୁ ଆସୁଥିବା ଛାତ୍ରୀଛାତ୍ରମାନେ ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି। ସେହିପରି ୨୩ଟି ପଞ୍ଚାୟତରେ ବହୁ ସଂଖ୍ୟାରେ ନଳକୂଅ ଅଚଳ ଥିବାବେଳେ ସେଗୁଡ଼ିକ ସଚଳ କରିବାକୁ ଜଳଯୋଗାଣ ବିଭାଗ ପଦକ୍ଷେପ ନେଉନାହିଁ। ବ୍ଲକର ଟକବା, ବାମୁର, ସଞ୍ଜାମୁରା, ହଣ୍ଡାପା, ଆନନ୍ଦମୁଣ୍ଡା, ଶରଧାମୁଣ୍ଡା, କଣ୍ଟେଇକୁଳିଆ ଜଙ୍ଗଲଗୁଡ଼ିକରେ ବାରମ୍ବାର ନିଆଁ ଲାଗୁଥିବା ଯୋଗୁ ଉତ୍ତାପ ବଢୁଥିବା ବଇଣ୍ଡା ଗ୍ରାମବାସୀ କହିଛନ୍ତି। ଅନେକ କୂଅ, ପୋଖରୀ, ନାଳ ଶୁଖି ଯାଇଥିବାବେଳେ ଜଳସ୍ତର ଖସିଯିବା ଯୋଗୁ ଗ୍ରାମାଞ୍ଚଳ ଲୋକେ ଜଳକଷ୍ଟ ଭୋଗୁନ୍ତି। ସେହିପରି ଜଙ୍ଗଲଗୁଡ଼ିକରେ ଥିବା ଜଳାଶୟ ଶୁଖିଯାଇଥିବାରୁ ବନ୍ୟଜନ୍ତୁମାନେ ପିଇବା ପାଣି ନ ପାଇ ଗାଁ ଭିତରକୁ ପଶି ଆସୁଛନ୍ତି। ତେଣୁ ଏ ନେଇ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଯାଉ
ଗ୍ରୀଷ୍ମ ପ୍ରବାହରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଜଙ୍ଗଲ ଜଳିବା ଓ ଅଧିକ କଳକାରଖାନା ଯୋଗୁ ଜିଲାର ତାପମାତ୍ରା ବଢ଼ିଚାଲିଛି। ଗାଁ ଗାଁରେ ପାନୀୟ ଜଳ ସମସ୍ୟା ଦେଖାଯାଇଛି। ତୁରନ୍ତ ପ୍ରତ୍ୟେକ ଗ୍ରାମକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ହେଉ।
-ସନ୍ତୋଷ କୁମାର ପ୍ରଧାନ, ଧୁଣ୍ଡି

ଅସ୍ଥାୟୀ କୁଣ୍ଡ ନିର୍ମାଣ ହେଉ
ତାପମାତ୍ରା ବୃଦ୍ଧି ଯୋଗୁ ସମସ୍ତେ ପ୍ରଭାବିତ ହେଉଛନ୍ତି। ବିଶେଷକରି ଜୀବଜନ୍ତୁଙ୍କ ପାଇଁ ପାଣି ସମସ୍ୟା ଦେଖାଦେଇଛି। ଜଙ୍ଗଲରେ ନିଆଁ ଯୋଗୁ ଅନେକ ଜୀବଜନ୍ତୁ ପାଣି ପିଇବାକୁ ଗ୍ରାମାଭିମୁଖୀ ହେଉଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ଅସ୍ଥାୟୀ କୁଣ୍ଡ ନିର୍ମାଣ କରାଯାଉ।
-ରଞ୍ଜନ ପ୍ରଧାନ, କଦଳୀମୁଣ୍ଡା

ବିଶ୍ରାମାଗାର, ଜଳଛତ୍ର ଲୋଡ଼ା
ପ୍ରବଳ ଖରା ସାଙ୍ଗକୁ ପାନୀୟ ଜଳ ଅଭାବ ଦେଖାଯାଇଛି। କୌଣସି ବସ୍‌ଷ୍ଟପ୍‌ରେ ଜଳଛତ୍ର ଖୋଲାଯାଇନାହିଁ। ବାଟୋଇ ଓ ବସ୍‌ଯାତ୍ରୀମାନେ ପିଇବାକୁ ପାଣି ପାଉନାହାନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ବିଶ୍ରାମାଗାର ସହ ଜଳଛତ୍ର ବ୍ୟବସ୍ଥା କରାଯାଉ।
-ଲମ୍ବୋଦର ସାହୁ, ନାକିଚି

ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି
ଅଂଶୁଘାତ ମୁକାବିଲା ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ବୈଠକ କରାଯାଇଛି। ପ୍ରତ୍ୟେକ ପଞ୍ଚାୟତରେ ଜଳଛତ୍ର ଖୋଲିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଅଚଳ ନଳକୂଅଗୁଡ଼ିକ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୀଘ୍ର ପଦକ୍ଷେପ ନିଆଯିବ।
-ଲଲିତ ମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ

ଜଙ୍ଗଲକୁ ସୁରକ୍ଷା ଦେବା ଜରୁରୀ
ଖଣି, ଶିଳ୍ପ ପାଇଁ ଜଙ୍ଗଲ ହ୍ରାସ ପାଇ ଚାଲିଛି। ନିଆଁ ଲାଗି ବନ୍ୟସମ୍ପଦ ନଷ୍ଟ ହେଉଛି। ରାସ୍ତା ପାଇଁ ବହୁ ସଂଖ୍ୟାରେ ଗଛ କଟାଯିବା ଓ ସିମେଣ୍ଟ ରାସ୍ତା ନିର୍ମାଣ ତାପମାତ୍ରାରେ ବୃଦ୍ଧିର ମୁଖ୍ୟ କାରଣ ହୋଇଛି। ଜଙ୍ଗଲକୁ ସୁରକ୍ଷା ଦିଆଗଲେ ତାପମାତ୍ରା ନିୟନ୍ତ୍ରଣକୁ ଆସିବ।
-ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri