ଏମାର ମଠରୁ ମିଳିଲା ୪୫ ରୁପା ଇଟା, ୪ଫୁଟ ତଳେ ପୋତା ହୋଇ ରହିଥିଲା

ପୁରୀ ଅଫିସ,୧୧।୪: ରୁପା ଇଟାକୁ ନେଇ ଚର୍ଚ୍ଚାରେ ଥିବା ପୁରୀ ଏମାର ମଠରୁ ଦେବୋତ୍ତର ବିଭାଗର ତାଲିକାଭୁକ୍ତ ୪୫ଖଣ୍ଡ ରୁପା ଇଟାକୁ ଶନିବାର ଜିଲା କୋଷାଗାରକୁ ପଠାଯାଇଛି। ଏହି ରୁପା ଇଟା ଏମାର ମଠର ଏକ କୋଠରିରେ ପ୍ରାୟ ୪ଫୁଟ ତଳେ ପୋତା ହୋଇ ରହିଥିଲା। ନୂଆ ଟ୍ରଷ୍ଟ ବୋର୍ଡ ଓ ପୋଲିସ ଉପସ୍ଥିତିରେ ଦେବୋତ୍ତର ନିରୀକ୍ଷକ ଅଖା ଭିତରେ ଥିବା ରୁପା ଇଟାକୁ ଜବତ କରିଛନ୍ତି। ୨୦୧୦ରେ ଦେବୋତ୍ତର ବିଭାଗ ୫୨୨ ଖଣ୍ଡ ଇଟା ଜିଲା କୋଷାଗାର ନେଇଥିବାବେଳେ ବାକି ୪୫ ରୁପା ଇଟାର ହିସାବ କରି ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏମାର ମଠ ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ଥିବାରୁ ମଠ ମହନ୍ତ ଏହାକୁ ଚଟାଣ ତଳେ ପୋତି କରି ରଖିଥିଲେ। ପ୍ରତ୍ୟେକ ଇଟାର ଓଜନ ୩୦ କିଲୋରୁ ଅଧିକ ଥିବା ସୂଚନା ମିଳିଛି। ଏହାର ମାପ ଓ ଓଜନ ସରିଥିଲେ ମଧ୍ୟ ସମୁଦାୟ ଇଟାର ଓଜନ କେତେ ସେନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇନାହିଁ। ଶନିବାର ସୁଦ୍ଧା ମଠରୁ ରୁପା ଇଟା ବ୍ୟତୀତ ରୁପା ଗଛ, ଫୁଲଦାନି, ବ୍ରୋଞ୍ଚର ଗାଈବାଛୁରୀ,୧୬ଟି ପୁରାତନ ଖଣ୍ଡା ଏବଂ ଅନେକ ଆସବାବପତ୍ର ମିଳିଛି।

ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଏମାର ମଠ ତରଫରୁ ରୁପା ଇଟା କୋଷାଗାରରେ ରଖିବା ପାଇଁ କୁହାଯିବାପରେ ଜିଲା ପ୍ରଶାସନ ଗାଡ଼ି ପଠାଇ ଏହି ଇଟାକୁ ନେଇଛି। ତେବେ ଏହା କେତେ ଓଜନର ତାହା ଜିଲା ପ୍ରଶାସନ ପରବର୍ତ୍ତୀ ସମୟରେ ଜଣାଇବ। ଅନ୍ୟପକ୍ଷରେ ମଠରୁ ମିଳିଥିବା କିଛି ଅଳଙ୍କାର, ଆସବାବପତ୍ର ଓ ସୁନା, ରୁପା ଓ ପିତ୍ତଳର ପଦାର୍ଥକୁ ହିସାବ କରାଯାଇ ମଠରେ ହିଁ ରଖାଯାଇଛି। ଅପରପକ୍ଷରେ ମଠ ମହନ୍ତ ଗୋପାଳ ରାମାନୁଜ ଦାସ କହିଛନ୍ତି, ତାଙ୍କ ବିନା ଦସ୍ତଖତରେ ରୁପା ଇଟାକୁ ଦେବା ପାଇଁ ଜିଲା ପ୍ରଶାସନ ବାଧ୍ୟ କରିଥିଲା। ଏପରି କି ଏହି ରୁପା ଇଟା ଜିଲା କୋଷାଗାରକୁ ନେବାକୁ ତାଙ୍କର ବିରୋଧ ଥିବା ଦର୍ଶାଇବାକୁ ସେ ଚେଷ୍ଟା କରିଥିଲେ। ହେଲେ ପ୍ରଶାସନ ପକ୍ଷରୁ କେବଳ ସାଧାରଣ ଦସ୍ତଖତ କରିବାକୁ କହିଥିଲେ। ମଠର ଦାୟିତ୍ୱ କିଏ ସମ୍ପାଦନ କରିବ ସେନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ହାଇକୋର୍ଟର ରହିତାଦେଶ ସମ୍ବଳିତ ନୋଟିସ ମାଜିଷ୍ଟ୍ରେଟଙ୍କୁ ଦେଖାଇଥିଲି। ଏପରି କି ଚାଲିଥିବା ସମ୍ପୃକ୍ତ ପ୍ରକ୍ରିୟାକୁ ନେଇ ସ୍ପଷ୍ଟତା ରଖିବାକୁ କହିଥିଲି। ସେ ମଧ୍ୟ ମୋ କଥାକୁ ଧ୍ୟାନ ଦେଇ ନ ଥିଲେ ବୋଲି ମହନ୍ତ ରାମାନୁଜ କହିଛନ୍ତି। ଅପରପକ୍ଷରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ନରେଶ ଚନ୍ଦ୍ର ଦାଶ କହିଛନ୍ତି, ପୂର୍ବରୁ ଯେଉଁ ୪୫ ଖଣ୍ଡ ଇଟା ତାଲିକାରେ ଥିଲା ତାହା ମିଳିଛି। ତେବେ ଟ୍ରଷ୍ଟର ଭବିଷ୍ୟତ କ’ଣ ରହିବ ଓ କିଭଳି ଭାବେ ମଠ ପରିଚାଳିତ ହେବ ସେନେଇ ପ୍ରଶାସନ ନିଷ୍ପତ୍ତି ନେବ ବୋଲି କହିଛନ୍ତି। ସେହିଭଳି ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ ସମ୍ପୂର୍ଣ୍ଣ ପ୍ରସଙ୍ଗରେ ଏକ ନ୍ୟାର୍ଯ୍ୟ ଓ ସମୟ ଉପଯୋଗୀ ଦାବି କରିଛନ୍ତି। ଏବେ ଦେବୋତ୍ତର ବିଭାଗର ଜାଣତରେ ଥିବା ରୁପା ଇଟାକୁ ମଠରୁ ବାହାର କରାଯାଇଛି। ମଠ ମଧ୍ୟରେ ଆହୁରି କିଛି ମୂଲ୍ୟବାନ ସାମଗ୍ରୀ ଥିବାର ମଧ୍ୟ ସମ୍ଭାବନା ରହିଛି। ଏଣୁ ମେଟାଲ୍‌ ଡିଟେକ୍ଟର ସହାୟତାରେ ଏମାର ମଠକୁ ସ୍କାନ କରାଯିବାର ଆବଶ୍ୟକତା ରହିଥିବା ଶ୍ରୀମହାରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri