କରୁଣାମୟ ଯିଶୁ

ଇଂ ରୌଶନ୍‌ ଖାନ୍‌

ଦକ୍ଷିଣ ଅୟନାନ୍ତ ଅର୍ଥାତ୍‌ ମକର କ୍ରାନ୍ତିରେ (ଡିସେମ୍ବର ୨୧) ସୂର୍ଯ୍ୟ ଅବସ୍ଥାନ କରୁଥିବାରୁ ଏହି ଦିନ ଫ୍ରିଜିୟାନ ବା ଏଥେନିୟାନମାନଙ୍କ ସୂର୍ଯ୍ୟ ଦେବତା ଅତିଶୁ(Attisu) ଜନ୍ମକୁ ଅନ୍‌କନକ୍ୱଏର୍ଡ ସନ୍‌( Unconquered sun) ରୂପେ ପାଳନ କରାଯାଇଥାଏ। ଏହି ପରମ୍ପରା ଅନୁସାରେ ଡିସେମ୍ବର ୨୪ ତାରିଖ ଦିନ ଖ୍ରୀଷ୍ଟ ଜନ୍ମୋତ୍ସବର ପୂର୍ବ ସନ୍ଧ୍ୟାରେ ରୋମନ କ୍ୟାଥୋଲିକ ଓ ପ୍ରୋଟେଷ୍ଟାଣ୍ଟମାନେ ‘ବଡ଼ଦିନ ପର୍ବ’ ପାଳନ କରନ୍ତି। ଏହି ପର୍ବକୁ ପ୍ରଥମେ ଗ୍ରୀକ୍‌ର ପ୍ରାଚୀନ ମତାବଲମ୍ବୀଙ୍କ ଦ୍ୱାରା ଜାନୁୟାରୀ ୬ ତାରିଖ ଦିନ ଚିରାଚରିତ ପ୍ରଥାରେ ପାଳନ କରାଯାଉଥିଲା । କିନ୍ତୁ ଚତୁର୍ଥ ଶତାବ୍ଦୀ ବେଳଠାରୁ ଡିସେମ୍ବର ୨୫ ତାରିଖ ଦିନଟିକୁ ଏକ୍ସମାସ୍‌ ରୂପେ ଧାର୍ଯ୍ୟ କରାଯାଇଛି।
ତେବେ ଯିଶୁଖ୍ରୀଷ୍ଟଙ୍କ ଜନ୍ମ ତାରିଖ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଯିଶୁଙ୍କ ଜନ୍ମ ରହସ୍ୟ ଓ ଆଗମନର ଆଭିମୁଖ୍ୟ ତା’ଠାରୁ ଯଥେଷ୍ଟ ମହତ୍ତ୍ୱ ରଖିଥାଏ। ବାଇବେଲ ଅନୁଯାୟୀ ଯିଶୁ କୌଣସି ରାଜ ପ୍ରାସାଦରେ ଜନ୍ମ ହୋଇ ନ ଥିଲେ। ବରଂ ମାତା ମେରୀଙ୍କ ଗର୍ଭରୁ ସେ ଜନ୍ମ ନେଇଥିଲେ ଏକ ଘୋଡ଼ାଶାଳରେ; ଯାହାଙ୍କ ଜନ୍ମ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଇ ନ ଥିଲା । ବରଂ ସେ ଜନ୍ମ ହେବା ପରେ ଲୁଗାରେ ଗୁଡ଼ା ହୋଇ ଶୋଇଥିଲେ ଦାନା କୁଣ୍ଡରେ। ସେ ତ୍ରାଣକର୍ତ୍ତା ସାଜିଥିଲେ ଅଗଣିତ ଦୁଃଖୀ, ଦରିଦ୍ର ଓ ଆଶ୍ରୟହୀନ ମଣିଷଙ୍କର। ଗରିବ ମେଷ ପାଳକମାନେ ହିଁ ପ୍ରଥମେ ତାଙ୍କର ଦର୍ଶନ କରିଥିଲେ।
ଯିଶୁ ଶବ୍ଦର ଅର୍ଥ ବାଣୀ ବା ‘କଲାମ୍‌’। ତେଣୁ ଯିଶୁଙ୍କୁ କଲାମୁଲ୍ଲା କୁହାଯାଏ। ଯିଶୁ ଥିଲେ କୁମାର ସମ୍ଭୂତ। ଈଶ୍ୱରଙ୍କ ପ୍ରତ୍ୟକ୍ଷ ଆଦେଶ ବହନ କରି ଯିଶୁ ପ୍ରଭୁଙ୍କ ବାକ୍ୟକୁ ପ୍ରଚାର କରି ନିଜ ନାମର ଯଥାର୍ଥତା ପ୍ରତିପାଦନ କରିଥିଲେ ଏବଂ ପୃଥିବୀରେ ସତ୍ୟ, ନ୍ୟାୟ, ଦୟା ଓ କ୍ଷମାଦି ପ୍ରତିଷ୍ଠା କରିଯାଇଥିଲେ। ସୁତରାଂ ବାଇବେଲ କୁହେ : ‘ଆଦ୍ୟରେ ବାକ୍ୟ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ…ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ’ (ଯୋହନ:୧୪,୧ ତିମିଥି ୩:୧୬) ପବିତ୍ର କୋରାନ ଏହି ବାଣୀକୁ ସମର୍ଥନ କରେ: ‘ହେ ମରିୟମ! ନିଶ୍ଚୟ ତୁମକୁ ଅଲ୍ଲାଃ ନିଜ ବାଣୀ ମାଧ୍ୟମରେ ଏକ ପୁତ୍ରର ସୁସମ୍ବାଦ ଦେଇଛନ୍ତି। ଆମ୍ଭେ ତାଙ୍କୁ ଲୋକମାନଙ୍କ ପାଇଁ କରୁଣାର ନିଦର୍ଶନ କରିବୁ।’ (ଆଲେ ଇମ୍ରାନ:୪୬)
ଯିଶୁଙ୍କ ଜନ୍ମ ସ୍ଥାନ ଯିହୁଦା ଥିଲା (ଯୋହନ ୪:୩) କିନ୍ତୁ ଅବତାର ନିଜ ମାତୃଭୂମିରେ ଆଦର ପାଆନ୍ତି ନାହିଁ। ତେଣୁ ସେ ଯିହୁଦା ପରିତ୍ୟାଗ କରି ଗାଲିଲିକୁ ଗଲେ (୪:୪୩)। ତେବେ ମୋସେସଙ୍କ ୧୪୦୦ ବର୍ଷ ପରେ ଇସ୍ରାଇଲୀୟ ଅବତାରମାନଙ୍କ ଆବିର୍ଭାବ କ୍ରମରେ ଯିଶୁ ଥିଲେ ଅନ୍ତିମ କଡି। ଇହୁଦି ଧର୍ମଗ୍ରନ୍ଥ ତୋରାହର ଭବିଷ୍ୟତବାଣୀ ଅନୁଯାୟୀ ଯିଶୁ ନିଜକୁ ଇହୁଦିଙ୍କ ମସିହ ଭାବରେ ଘୋଷଣା କଲେ। ମାତ୍ର ତାଙ୍କର ସାମାଜିକ ଓ ଧର୍ମୀୟ ସଂସ୍କାରକୁ ବିରୋଧ କରୁଥିବା ତତ୍କାଳୀନ ମୌଳବାଦୀଙ୍କଠାରୁ ତାଙ୍କୁ ନାନା ଅପନିନ୍ଦା ଓ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା। ଏପରି କି ଫାରୁଶି ଶତ୍ରୁଗଣ ପଣ୍ଟିଅସ ପିଲାଟଙ୍କ ନିର୍ଦ୍ଦେଶ କ୍ରମେ ନିଷ୍ପାପ ଯିଶୁଙ୍କୁ ଧରି ନେଇ କ୍ରୁଶରେ ଚଢ଼ାଇଲେ। କିନ୍ତୁ ତାଙ୍କ ଆଗମନର ଆଭିମୁଖ୍ୟକୁ ସ୍ପଷ୍ଟ କରି ସେ କହିଥିଲେ ‘ମୁଁ ଯେ ବ୍ୟବସ୍ଥା କି ଭାବବାଦୀ ମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଛି, ଏପରି ଭାବ ନାହିଁ, ବରଂ ସଫଳ କରିବାକୁ ଆସିଛି।’ (ମାଥିଉ ୫:୧୭-୧୮) ‘ମୁଁ ଇସ୍ରାଇଲ ବଂଶର ହଜି ଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇନାହିଁ।’ (ମାଥିଉ ୧୫:୨୬) ନୂତନ ସମାଚାରରେ ରହିଥିବା ତାଙ୍କର ଏକେଶ୍ୱର ବାର୍ତ୍ତା ମଧ୍ୟରୁ ଗୋଟିଏ ହେଉଛି ‘ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭଙ୍କୁ ଓ ପ୍ରେରିତ ଯିଶୁଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ।’ (ଯୋହନ ୧୭:୩)
‘ମସିହ’ଶବ୍ଦ ‘ସିୟାହତ୍‌’ରୁ ଆସିଛି, ଯାହାର ଅର୍ଥ ପଦଯାତ୍ରା କରିବା। ପର୍ଯ୍ୟଟକଙ୍କ ପରି ଯିଶୁ ଦେଶ ଦେଶ ବୁଲି ଧର୍ମ ପ୍ରଚାର କରୁଥିବାର ପ୍ରଖ୍ୟାତ ଐତିହାସିକ ଖାୱଣ୍ଡଙ୍କ ପୁସ୍ତକ ‘ରଓଜାତୁସ୍‌ ସଫା’ରେ ଉଲ୍ଲେଖ ଅଛି। ଯିଶୁ ନାସିବିଏନ ଯାଇ କେତେକ ଅଲୌକିକ ଶକ୍ତି ପ୍ରଦର୍ଶନ କରି ଲୋକମାନଙ୍କୁ ଅନେକ ଦୁଃସାଧ୍ୟ ରୋଗରୁ ଆରୋଗ୍ୟ ପ୍ରଦାନ କରିଥିଲେ। ବାଇବେଲରେ ଲେଖାଅଛି : ଅନ୍ଧ ଓ କୁଷ୍ଠ ରୋଗୀଙ୍କୁ ଇସ୍ରାଇଲମାନେ ଅସ୍ପୃଶ୍ୟ ମନେକରୁଥିଲେ ଓ ଅନ୍ୟମାନଙ୍କ ସହିତ ସାମାଜିକ ସମ୍ପର୍କ ରଖିବାକୁ ଅନୁମତି ଦେଉ ନ ଥିଲେ। ଯିଶୁ ସେହି ଲୋକମାନଙ୍କୁ ଏ ପ୍ରକାର ଅତ୍ୟାଚାରରୁ ମୁକ୍ତ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିଥିଲେ। ଅବତାରମାନେ ଦିବ୍ୟ ଚିକିତ୍ସକ ହୋଇଥିବା ଯୋଗୁ ସେ ଅନ୍ଧକୁ ଦିବ୍ୟ ଚକ୍ଷୁ ଓ ବଧିରକୁ ଦିବ୍ୟ କର୍ଣ୍ଣ ପ୍ରଦାନ କରିଥିଲେ (ମାଥିଉ ୧୩:୧୫)। ଏହି ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଆଜିକାଲି ପ୍ରଚାର କରାଯାଉଥିବା ହିଲିଂ ଟଚ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଯିଶୁଙ୍କ ଆରୋଗ୍ୟ ପ୍ରଦାନକାରୀ ଚମକତ୍ାରିତା ଯଥାର୍ଥ ମନେହୁଏ ନାହିଁ ।
ଯିଶୁ ସବୁ ଅବତାରଙ୍କ ପରି ଏକବ୍ରହ୍ମ ଉପାସନାର ଶିକ୍ଷା ଦେଇଥିଲେ (ମାଥିଉ ୪:୧୦, ଲୁକ ୪:୮) କିନ୍ତୁ ବର୍ତ୍ତମାନ ପ୍ରଚଳିତ ତ୍ରିତ୍ୱବାଦ ଶିକ୍ଷାରେ ଈଶ୍ୱରଙ୍କ ଅସ୍ତିତ୍ୱକୁ ତିନି ଭାଗରେ ବିଭକ୍ତ କରାଯାଇଛି। ଯଥା ପିତା, ପୁତ୍ର ଓ ପବିତ୍ର ଆମତ୍ା । ଏହି ମତବାଦ ଚତୁର୍ଥ ଶତାବ୍ଦୀର ପ୍ରାରମ୍ଭରେ ଏକ ଖ୍ରୀଷ୍ଟୀୟ ବିଧି ନିକାଲା(Nicala) ନାମରେ ପ୍ରଣୟନ କରାଗଲା :
”O one Lord Jesus Christ, the son of God begotton from the Father as only begottor……God from God, Light from Light’.’. ତେବେ ଏହାର ପରିଣାମ ସ୍ବରୂପ ତ୍ରିତ୍ୱବାଦର ସିଦ୍ଧାନ୍ତ ରୂପେ ଖ୍ରୀଷ୍ଟ ଜଗତରେ ଜନ୍ମ ନେଲା ସନ୍ଥ ପାଉଲଙ୍କ ଉତ୍ତରକାଳୀନ ଧର୍ମ; ଯାହା ପ୍ରକୃତ ପକ୍ଷେ ଯିଶୁଙ୍କ ପ୍ରବର୍ତ୍ତିତ ମୌଳିକ ବାର୍ତ୍ତା ବହନ କରୁନାହିଁ।
ସୁତରାଂ ଯିଶୁଙ୍କ ପର୍ବତ ଉପରୁ ଉପଦେଶ ଭିତରେ ଏକ ଆଜ୍ଞା ଥିଲା ‘ତୁମେ ଆପଣା ପ୍ରତିବେଶୀଙ୍କୁ ଆମତ୍ତୁଲ୍ୟ ପ୍ରେମ କର’। କିନ୍ତୁ ଏବେ ମନେହୁଏ ଆଧୁନିକ ସଭ୍ୟତାରେ ପ୍ରତିବେଶୀର ସଂଜ୍ଞା ଯେପରି ବଦଳି ଯାଇଛି। ନିଜ ପଡ଼ିଶାରେ ରହୁଥିବା ଅସଂଖ୍ୟ ଗରିବ ମଣିଷଙ୍କ ପାଖରେ ଯେତେବେଳେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ, ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ ଖଣ୍ଡେ ନାହିଁ, ସେହି ସମୟରେ ଯିଶୁଙ୍କ ଜୟନ୍ତୀ ପାଳନ କରିବାକୁ ଯାଇ ଆମେ କି ପ୍ରକାର କର୍ତ୍ତବ୍ୟ ନିର୍ବାହ କରୁ? ସେହି ମଣିଷଙ୍କ ପାଖରେ ଯିଶୁଙ୍କର କି ପରିଚୟ ଆମେ ଦେଉ? ଯେତେବେଳେ ନାଲି ନେଳି ବିଜୁଳିରେ ସଜା ଯାଇଥିବା ଘର ଉପରେ ରଙ୍ଗିନ କୃତ୍ରିମ ତାରା, ଅଭିନନ୍ଦନ, ପିକନିକ୍‌, ହୋଟେଲ୍‌, ଡ୍ୟାନ୍ସ ବାର, ସାନ୍ତାକ୍ଳୁଜ ପୁଣି ଖ୍ରୀଷ୍ଟମାସ୍‌ ଟ୍ରୀ! ଏସବୁ ବାହ୍ୟ ପ୍ରଦର୍ଶନ ଗୌଣ ହୋଇଯିବ। ଯେତେବେଳେ ଆମେ ହରାଇ ବସିଥିବା ବଡ଼ଦିନର ମହତ୍ତ୍ୱକୁ ପ୍ରକୃତ ଅର୍ଥରେ ବୁଝିପାରିବା, ସେତେବେଳେ ଯିଶୁଙ୍କ ଜୟନ୍ତୀ ପାଳନ ଅବସରରେ ବନ୍ଧୁ ମିଳନ, ଶୁଭେଚ୍ଛା କାର୍ଡ ଓ ଉପହାରର ଉପଲବ୍‌ଧିକୁ ସମସ୍ତେ ସାଦରେ ଗ୍ରହଣ କରିବେ। ସେତେବେଳେ ବିଶ୍ୱରେ ଶାନ୍ତି, ପ୍ରେମ ଓ କରୁଣାର ଅବତାର ଯିଶୁ ମସିହଙ୍କର କ୍ରୁଶ ଉପରେ ବୁହାଇଥିବା ପ୍ରତିଟି ରକ୍ତ ବିନ୍ଦୁ ମନୁଷ୍ୟର ପାପକୁ ଧୋଇ ଦେବାରେ ସହାୟକ ହେବ ଏବଂ ତାଙ୍କର ମହାନ୍‌ ତ୍ୟାଗ ଓ ବଳିଦାନକୁ ବିଶ୍ୱବାସୀ ମନେ ରଖିବେ।
ସହକାରୀ ନିର୍ବାହୀ ଯନ୍ତ୍ରୀ, ଜାତୀୟ ରାଜପଥ, ସମ୍ବଲପୁର
ମୋ: ୯୪୩୭୬୮୪୮୫୯


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri