ଏଇ ଭାରତରେ

ଜଣେ ବ୍ୟକ୍ତି ୮ ହଜାରରୁ ଅଧିକ ଶୁଆଙ୍କୁ ଖାଇବାକୁ ଦେବା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଚେନ୍ନାଇର ଜୋଶେଫ ଶେଖରଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ସବୁଠୁ ବଡ଼କଥା ହେଉଛି, ଜୋଶେଫ ଶୁଆମାନଙ୍କ ଖାଦ୍ୟ ପାଇଁ ତାଙ୍କ ଆୟର ୪୦% ଖର୍ଚ୍ଚ କରୁଛନ୍ତି । ତାଙ୍କର ଏକ ଦୋକାନ ଅଛି। ୨୦୦୪ରେ ତାଙ୍କ ଅଗଣାରେ ୫ଟି ଶୁଆ ବସିଥିତ୍ଲେ ଓ ଭାତ ଖାଇବାକୁ ଚେଷ୍ଟା କରିବା ଲକ୍ଷ୍ୟ କରି ଶେଖର ସେମାନଙ୍କୁ ଭାତ ଖାଇବାକୁ ଦେଇଥିଲେ। ପରେ ସେ ଦୀର୍ଘ ୧୫ ବର୍ଷ ହେବ ବହୁ ଘାତ ପ୍ରତିଘାତ ସହି ଏହା ଚାଲୁ ରଖିଛନ୍ତି। ଶୁଆ ସଂଖ୍ୟା ୫ରୁ ବଢି ଏବେ ୮,୦୦୦ରୁ ଅଧିକ ହୋଇଛି। ଶୁଆମାନେ ଏବେ ତାଙ୍କ ପାଇଁ ‘ଗ୍ରୀନ୍‌ ଫ୍ରେଣ୍ଡ୍‌’ ପାଲଟିଯାଇଛନ୍ତି ଓ ତାଙ୍କୁ ଲୋକେ ‘ଚେନ୍ନାଇର ବାର୍ଡମ୍ୟାନ’ ବୋଲି ସମ୍ବୋଧନ କରୁଛନ୍ତି। ଶୁଆମାନେ ପ୍ରତିଦିନ ୭୫ କେ.ଜି. ଭାତ ଖାଉଛନ୍ତି। ଭାତ ଓ ପାଣି ଯୋଗାଇବାରେ ତାଙ୍କ ପରିବାର ଲାଗିପଡ଼ନ୍ତି। କେବଳ ଏତିକି ନୁହେଁ ଶୁଆଙ୍କ ପସନ୍ଦ ଖାଦ୍ୟ ମଧ୍ୟ ବହୁ ସମୟରେ କିଣି ସେମାନଙ୍କୁ ଦିଅନ୍ତି ଜୋଶେଫ। କାଠର ଛୋଟ ଛୋଟ ବାକ୍ସରେ ଶୁଆମାନଙ୍କୁ ଖାଇବାକୁ ଦିଅନ୍ତି। ଦଳ ଦଳ ଶୁଆ ଆସି ସେଥିରୁ ଭାତ ଖାଇ ଉଡ଼ିଯାଆନ୍ତି। ପ୍ରତିଦିନ ସକାଳ ୪ଟାରେ ଉଠି ଜୋଶେଫ ସେଗୁଡ଼ିକୁ ସଫା କରନ୍ତି। ତାଙ୍କର ଏହି କାର୍ଯ୍ୟ ଦେଖିବାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ତାଙ୍କ ଘରକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri