ଫୁଟ୍‌ପାଥରେ ମାନସିକ ରୋଗୀ: ପ୍ରଶାସନର ନିଘା ନାହିଁ

ଜଗତ୍‌ସିଂହପୁର ଅଫିସ,୮।୨: ମାନସିକ ରୋଗୀମାନେ ବହୁ ସମୟରେ ଅଲୋଡ଼ା ହୋଇ ରହିଯାଉଛନ୍ତି। ପରିସ୍ଥିତିରେ ପଡ଼ି ସେମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବିଭିନ୍ନ ସମୟରେ କ୍ୟାମ୍ପ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ଆଇନ୍‌ ପ୍ରଣୟନ କରାଯାଉଛିି। ମାତ୍ର ଏସବୁ ପ୍ରହସନ ପାଲିଟିଥିବା ପରି ମନେହେଉଛି। ଜଗତ୍‌ସିଂହପୁର ଜିଲାରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଏହି ଜିଲାରେ ବହୁ ମାନସିକ ରୋଗୀ ବିଭିନ୍ନ କାରଣରୁ ମାନସିକ ଭାରସାମ୍ୟ ହରାଇ ଜିଲା ମୁଖ୍ୟାଳୟ ଏବଂ ପାରାଦୀପ ଶିଳ୍ପାଞ୍ଚଳରେ ଏଣେତେଣେ ବୁଲୁଛନ୍ତି । ମାତ୍ର ସେମାନଙ୍କ ଅବସ୍ଥାକୁ ନେଇ କେହି ଚିନ୍ତିତ ଥିଲା ଭଳି ଲାଗୁନି । ସରକାରୀ କିମ୍ବା ବେସରକାରୀସ୍ତରରେ ସେଭଳି ସହଯୋଗ ମିଳୁ ନ ଥିବାବେଳେ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଥିବା ଆଇନ କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ ସେମାନଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ୁଛି । ଏହି ରୋଗୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସୁସ୍ଥ କରିବା ପର୍ଯ୍ୟନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ମହିଳା ମାନସିକ ରୋଗୀଙ୍କ ପ୍ରତି ଧ୍ୟାନ ଦେବାବୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। କିନ୍ତୁ ଜିଲାରେ ଯୁବତୀ ଅବା ମହିଳା ମାନସିକ ରୋଗୀ ବହୁ ସମୟରେ ଅତ୍ୟାଚାରର ଶିକାର ହେଉଥିବା ଦେଖିବାକୁ ମିଳିଛି। ଅସାମାଜିକ ବ୍ୟକ୍ତି ସେମାନଙ୍କୁ ବଳାତ୍କାର ଅବା ଅନ୍ୟାନ୍ୟ ନିର୍ଯାତନା ଦେଇ ଫୁଟ୍‌ପାଥରେ ଫିଙ୍ଗି ଦେଇ ଚାଲିଯାଉଛନ୍ତି। ଅତୀତରେ ପାରାଦୀପ ବଡ଼ପଡ଼ିଆ ପୁରୁଣା କଲେଜ ନିକଟ ଏକ ଭଙ୍ଗା ଟ୍ରକ୍‌ ପାର୍ଶ୍ୱରେ ଜଣେ ମାନସିକ ବିକୃତ ମହିଳା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ପ୍ରଥମେ ଏହି ଶିଶୁକୁ ପାରାଦୀପସ୍ଥିତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଶିଶୁର ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ହେବାରୁ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସମ୍ପୃକ୍ତ ଶିଶୁକୁ ଏସ୍‌ଏନ୍‌ସିୟୁରେ ପାଖାପାଖି ମାସେ ରଖାଯିବା ପରେ ବସୁନ୍ଧରା ଚିଲ୍‌ଡ୍ରେନ୍‌ ହୋମ୍‌ରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ସମ୍ପୃକ୍ତ ମହିଳାଙ୍କ ପ୍ରତି ଧ୍ୟାନ ଦିଆଯାଇ ନ ଥିଲା। ତାଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇ ନ ଥିଲା । ଜିଲାରେ ଏଭଳି ଏକାଧିକ ଘଟଣା ଘଟୁଥିଲେ ସୁଦ୍ଧା ସେଥିପ୍ରତି କାହାର ନିଘା ନାହିଁି । କିଛି ମାସ ପୂର୍ବରୁ ପ୍ରତି ମାସରେ ଜଣେ ମାନସିକ ରୋଗ ବିଶେଷଜ୍ଞ କଟକରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲେ। କିନ୍ତୁ ଏବେ ଆଉ କେହି ଆସୁନାହାନ୍ତି। ମାନସିକ ରୋଗୀଙ୍କ ପାଇଁ ଔଷଧର ମଧ୍ୟ ଅଭାବ ପରିଲକ୍ଷିତ ହୋଇଛି। ପ୍ରତ୍ୟହ ମାନସିକ ରୋଗୀମାନେ ଏହା ନ ପାଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟା ପଣ୍ଡା କହିଛନ୍ତି, ବିଭିନ୍ନ ସମୟରେ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ମାତ୍ର ଜିଲା ମୁଖ୍ୟ ଚିକିତ୍ସାଳୟରେ ମାନସିକ ରୋଗୀଙ୍କ ପାଇଁ ୱାର୍ଡ ବ୍ୟବସ୍ଥା ନ ଥିବାରୁ ରୋଗୀ ଆସିଲେ କଟକ ସ୍ଥାନାନ୍ତର କରାଯାଉଛି। ପୂର୍ବରୁ ଏଠାକୁ ଜଣେ ମାନସିକ ରୋଗ ବିଶେଷଜ୍ଞ ଆସୁଥିଲେ। କିନ୍ତୁ ଏବେ କେବଳ ସ୍ବତନ୍ତ୍ର ସ୍କ୍ରିନିଂ କ୍ୟାମ୍ପରେ ବିଶେଷଜ୍ଞ ରହୁଛନ୍ତି ବୋଲି ସେ କହିଥିଲେ। ଜିଲା ପ୍ରଶାସନ ମାନସିକ ବିକାରଗ୍ରସ୍ତଙ୍କ ନିମନ୍ତେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri