‘ଶୃଙ୍ଖଳିତ ଜୀବନ ପାଇଁ ଲୋଡ଼ା ମାନସିକ ସ୍ଥିରତା’

ଭଞ୍ଜନଗର,୩।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଅଧକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ପ୍ରାଧ୍ୟାପକ ହରପ୍ରସାଦ ଶତପଥୀ ଅଧ୍ୟକ୍ଷତା କରିଥିଲେ। ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରମାନେ କିଭଳି ଶୃଙ୍ଖଳିତ ଜୀବନ ବିତାଇବେ ସେନେଇ ବକ୍ତବ୍ୟ ଦେଇଥିଲେ।

ପ୍ରାଧ୍ୟାପକ ହରପ୍ରସାଦ ଶତପଥୀ ତାଙ୍କ ଭାଷଣରେ କହିଥିଲେ ଯେ ଶୃଙ୍ଖଳିତ ଜୀବନ ପାଇଁ ମାନସିକ ସ୍ଥିରତା ଲୋଡ଼ା। ମାନସିକ ସ୍ଥିରତା ରହିଲେ ହିଁ ଆମେ ଆଗକୁ ବଢ଼ିପାରିବା। ଏଥିପ୍ରତି ସଚେତନ ହେବାକୁ ଶ୍ରୀ ଶତପଥି ଉପସ୍ଥିତ ଛାତ୍ରୀ ଛାତ୍ର ଙ୍କୁ ଆହ୍ବାନ କରିଥିଲେ। ଛାତ୍ରୀ ପ୍ରିୟଦର୍ଶିନୀ ସ୍ବାଇଁ ସ୍ବାମୀ ଦୟାନନ୍ଦ ସରସତୀ ଏବଂ ତାଙ୍କର ଅବଦାନ ଉପରେ ଲିଖିତ ସନ୍ଦର୍ଭ ଟିକୁ ପଠନ କରିଥିଲେ। ତାଙ୍କୁ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ତୃପ୍ତିମୟୀ ଦାସ ସହଯୋଗ କରିଥିଲେ। ଆଧ୍ୟାତ୍ମିକ ଚେତନା ସର୍ବାଙ୍ଗୀନ ବିକାଶ ସାଧନ ଓ ବେଦକୁ ଫେରି ଚାଲ ଉପରେ ଆଲୋଚନା ହୋଇଥିଲା।
ସେହିଭଳି ଛାତ୍ରୀ ଇତିଶ୍ରୀ ବିଷୋୟୀ ଶିକ୍ଷା ଓ ମାନସିକ ସ୍ବାସ୍ଥ୍ୟ ଉପରେ ଲିଖିତ ସନ୍ଦର୍ଭଟିକୁ ପଠନ କରିଥିଲେ। ତାଙ୍କୁ ଅତିଥି ଅଧ୍ୟାପିକା ସ୍ମୃତି ଶିକ୍ଷା ଗୌଡ ସହଯୋଗ କରିଥିଲେ। ଏହି ଅବସରରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ତୃପ୍ତିମୟୀ ଦାସ, ଅଧ୍ୟାପିକା ସ୍ମୃତି ଶିକ୍ଷା ଗୌଡ ଆଲୋଚନାରେ ଭାଗନେଇ କହିଥିଲେ ଯେ, ପ୍ରତି ପରିସ୍ଥିତିର ଛାତ୍ରୀଛାତ୍ରମାନେ ସହଭାଗୀ ହୋଇ ଆଗେଇବାକୁ ପଡିବ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ବୈତରଣୀରେ ବେଆଇନ ବାଲି ଉଠାଣ ଉପରେ ଲାଗିଲା ଲଗାମ, ଧାରା ୧୬୩ ଜାରି

ଭଦ୍ରକ, ୨୨।୪(ସନାତନ ରାଉତ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧିନରେ ବୈତରଣୀ ନଦୀରେ ବିଭିନ୍ନ ବାଲି ଘାଟରୁ ବେଆଇନ ବାଲି ଉଠାଣ ବଢ଼ି ଚାଲିଛି। ଏହି ଅବୈଧ ବାଲି…

ଅସହ୍ୟ ତାତି: ବରଗଡ଼ ଜିଲାରେ ଏହି ତାରିଖ ପର୍ଯ୍ୟନ୍ତ ବଢ଼ିଲା ସ୍କୁଲ, କଲେଜ ଛୁଟି

ବରଗଡ଼, ୨୨।୪ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ବନ ବିଭାଗର ବର୍ବରତା: ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଥୁଆମୂଳ ରାମପୁର, ୨୨ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଅଭୟାରଣ୍ୟ ସଂଲଗ୍ନ ତେନ୍ତୁଳିପଦର ଗ୍ରାମରେ ଜଣେ ପଟ୍ଟାଧାରୀ ଆଦିବାସୀଙ୍କୁ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଅମାନୁଷିକ…

ଆନନ୍ଦପୁରରେ ପୋଲିସକୁ ବଡ଼ ସଫଳତା: ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨୦ ଗିରଫ

କେନ୍ଦୁଝର/ହାଟଡିହୀ/ଆନନ୍ଦପୁର, ୨୨/୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ବିଭିନ୍ନ ଥାନା ଅଞ୍ଚଳରୁ ପୋଲିସ ଚୋରା ଗଞ୍ଜେଇ ବିକ୍ରି ଘଟଣାରେ…

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଗାଁରୁ ଦାରିଙ୍ଗବାଡି ଆସି ଫେରୁଥିବା ବେଳେ…

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…

ଗୋହିରା ଜଳ ଭଣ୍ଡାରରେ ବୁଡି ଯୁବକ ମୃତ, ବିବାହ ଉତ୍ସବରେ ସାମିଲ ହେବାକୁ ଆସି…

ରିଆମାଳ,୨୨ା୪(ବଦ୍ରୀ ନାରାୟଣ ଅଗ୍ରୱଲା):ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳ ଭଣ୍ଡାରରେ ବୁଡି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ…

ବଚସା ହେଲା କାଳ…ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ମୁନିଗୁଡା,୨୨।୪( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଅଭାବନୀୟ ଘଟଣା । ସାନ…

ଟିଉସନ୍‌ ଦେବା ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଗିରଫ

ପାଟକୁରା,୨୨।୪(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡ଼ା ଜିଲା କୁଦାନଗରୀ ଥାନା ତଥା ଗରଦପୁର ବ୍ଳକ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ କେରୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri