‘ନୃତ୍ୟସଙ୍ଗୀତରେ ରହିଛନ୍ତି ଭଗବାନ’

ଢେଙ୍କାନାଳ ଅଫିସ, ୧୧।୧୦: ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ନଟରାଜ ସଙ୍ଗୀତ ମହାବିଦ୍ୟାଳୟ’ ପକ୍ଷରୁ ସ୍ଥାନୀୟ ମିନିଷ୍ଟାଡିୟମରେ ଚାଲିଥିବା ୩୭ତମ କୁମାରୋତ୍ସବର ସୋମବାର ଥିଲା ଦ୍ୱିତୀୟ ସନ୍ଧ୍ୟା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଗଣେଶୀ ଲାଲ୍‌ କହିଲେ, ଯେତେବେଳେ ଛୋଟ ପିଲାଟିଏ ଜନ୍ମନେଇ ଆଖି ଖୋଲୁଛି, ପ୍ରଥମେ ସେ ପ୍ରକୃତିକୁ ଦେଖୁଛି। ପ୍ରକୃତିର ବାସ୍ନା ପାଉଛି। ଏହାର ଅର୍ଥ ସେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ପର୍ଶ ପାଉଛି। ପ୍ରକୃତି ହିଁ ଜଗନ୍ନାଥଙ୍କ ପୋଷାକ। ସେ ଆହୁରି ମଧ୍ୟ କହିଲେ, ରୁଷ ଭଳି ଶକ୍ତିଶାଳୀ ଦେଶ ତାଲିବାନ ଏବଂ ଭିଏତନାମ ଭଳି ଛୋଟ ଦେଶ ଲାଗୁନାହିଁ। କିନ୍ତୁ ଅନ୍ୟ ଦେଶଗୁଡ଼ିକ ଉପରେ ମୁରବୀପଣିଆ ଜାହିର କରୁଛି। ଯୁଦ୍ଧ ଘନଘଟା ଭିତରେ ପୃଥିବୀ ବିନାଶ ଆଡ଼କୁ ଗତି କରୁଥିବାବେଳେ ଆଧ୍ୟାତ୍ମିକ ଭାବନା ହିଁ ଆମ ସମସ୍ତଙ୍କୁ ସୁରକ୍ଷିତ ରଖିପାରିବ ବୋଲି ରାଜ୍ୟପାଳ ଅଭିଭାଷଣରେ କହିଥିଲେ। ଏହି ଅବସରରେ ସେ ନଟରାଜ ଶବ୍ଦକୁ ବ୍ୟାଖ୍ୟା କରି କହିଲେ, ନଟରାଜ ହେଉଛନ୍ତି ନୃତ୍ୟସଙ୍ଗୀତ। ଏଥିରେ ଭଗବାନ ଶ୍ରୀକୃଷ୍ଣ ଓ ମହାପ୍ରଭୁ ଜଗନ୍ନାଥ ରହିଛନ୍ତି। ନଟରାଜ ଅନୁଷ୍ଠାନ ଆଗକୁ ବଢ଼ି ଅଧିକ ପ୍ରତିଭାବାନ କଳାକାର ସୃଷ୍ଟି କରୁ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଲେ, ନଟରାଜ ଅନୁଷ୍ଠାନର ବହୁ ପ୍ରତିଭାବାନ କଳାକାର ରାଜ୍ୟ ଓ ଜାତୀୟସ୍ତରରେ ପ୍ରତିଭା ପ୍ରଦର୍ଶନ କରି ଗୌରବ ଆଣିଛନ୍ତି। ଅନୁଷ୍ଠାନର ଏଭଳି ପ୍ରୟାସ ସ୍ବାଗତଯୋଗ୍ୟ। ଏମ୍‌ପି ମହେଶ ସାହୁ ଏବଂ ବିଧାୟକ ସୁଧୀର କୁମାର ସାମଲ ଢେଙ୍କାନାଳ ଲକ୍ଷ୍ମୀପୂଜାର ବିଶେଷତ୍ୱ ଓ ପ୍ରତିଭା ବିକାଶରେ ନଟରାଜ ସଙ୍ଗୀତ ମହାବିଦ୍ୟାଳୟର ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜା ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂଦେଓଙ୍କୁ ରାଜ୍ୟପାଳ ‘ଢେଙ୍କାନାଳ ଗୌରବ’ ସମ୍ମାନରେ ସମ୍ମାନିତ କରିଥିଲେ। ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ନପ୍ନାରାଣୀ ସିହ୍ନାଙ୍କୁ ‘ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ-୨୦୨୧’, ଶାସ୍ତ୍ରୀୟ କଣ୍ଠଶିଳ୍ପୀ ପଣ୍ଡିତ ଚିତ୍ତରଞ୍ଜନ ପାଣିଙ୍କୁ ‘ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ-୨୦୨୨’ରେ ସମ୍ମାନିତ କରାଯାଇଥିଲା। ଏଥିସହ ଓଡ଼ିଶୀ ନୃତ୍ୟଶିଳ୍ପୀ ଅନିତା ସିଂଦେଓ ଏବଂ ମୀରା ଦାସ ‘ଭରତମୁନି ନୃତ୍ୟ ସମ୍ମାନ’ରେ ସମ୍ମାନିତ ହୋଇଥିଲେ।
ଅନୁଷ୍ଠାନର ଉପସଭାନେତ୍ରୀ ପ୍ରୋତିମା ସିହ୍ନା ମଞ୍ଚାସୀନ ଥିଲେ। ସମ୍ପାଦକ ଅଶୋକ ଦାଶ ବିବରଣୀ ପାଠ କରିଥିବାବେଳେ ସତ୍ୟନାରାୟଣ କର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସଭାପତି କୃଷ୍ଣ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲେ। ଶେଷରେ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?