ମେନଷ୍ଟ୍ରୁଆଲ କପ୍‌: ସଚେତନତା ଲୋଡ଼ା

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଋତୁସ୍ରାବ ଯାହା ଦିନେ ଏକ ଅକୁହା କଥା ହୋଇ ରହିଥିଲା ଏବେ କିନ୍ତୁ ଏନେଇ ଆଲୋଚନା ହେଲାଣି। ତେବେ ଋତୁସ୍ରାବ ସମୟରେ ସ୍ବଚ୍ଛତା କିଭଳି ଅବଲମ୍ବନ କରାଯିବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଭାରତରେ ପ୍ରାୟ ୬୪ପ୍ରତିଶତ ମହିଳା ଋତୁସ୍ରାବ ସମୟରେ ସାନିଟାରି ନାପକିନ୍‌ ବ୍ୟବହାର କରିଥାନ୍ତି। ଆଉ କେତେ ଜଣ କପଡ଼ା ଓ ଅନ୍ୟ ପଦ୍ଧତି ଆପଣାଇଥାନ୍ତି। ନିକଟରେ ଏକ ରିପୋର୍ଟରୁ ଜଣାପଡ଼ିଛି, ସାନିଟାରି ନାପକିନ୍‌ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଥାଏ। ନାପ୍‌କିନ୍‌ ସଫା ଦେଖାଯିବା ପାଇଁ ଏଥିରେ କ୍ଲୋରିନ୍‌ ବ୍ଲିଚ୍‌ଡ ଫାଇବର ଦିଆଯାଇଥାଏ, ଯାହା ଡାଇଅକ୍ସିନ ସୃଷ୍ଟି କରିବା ସହ ହରମୋନ୍‌ ଡିଫଙ୍କଶନର ମୂଳ କାରଣ ହୋଇଥାଏ। ସାନିଟାରି ନାପକିନ୍‌ ବଦଳରେ ମେନଷ୍ଟ୍ରୁଆଲ କପ୍‌ର ମଧ୍ୟ ବ୍ୟବହାର କରାଯାଇପାରିବ। ଏ ସମ୍ପର୍କରେ ଅନେକେ ଜାଣିଥିଲେ ମଧ୍ୟ ଏହାର ବ୍ୟବହାର ହୋଇପାରୁ ନାହିଁ। ସାନିଟାରି ନାପକିନ୍‌ ରୋଗ ସୃଷ୍ଟି କରିବା ସହ ପରିବେଶ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ। କିନ୍ତୁ ମେନଷ୍ଟ୍ରୁଆଲ କପ୍‌ ପରିବେଶ ଅନୁକୂଳ ହେବା ସହ ଏହା ଥରେ କିଣିଲେ ଏହାକୁ ପୁନଃ ବ୍ୟବହାର ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବାହର କରାଯାଇପାରିଥାଏ। ଆଉ ଇନ୍‌ଫେକ୍ସନର ସମ୍ଭାବନା ଥିଲେ ମଧ୍ୟ ଅନ୍ୟାନ୍ୟ ତୁଳନାରେ କମ୍‌ ରହିଛି। ତେବେ ଏନେଇ ଅଧିକ ଆଲୋଚନା ଓ ସଚେତନା ଅଭାବ ଯୋଗୁ ଏହାର ବ୍ୟବାହର ବୃଦ୍ଧି ପାଉନାହିଁ। ଏମିତିକି ବଜାରରେ ମଧ୍ୟ ଏହା ପ୍ରାୟ ଉପଲବ୍ଧ ହେଉ ନ ଥିବା ଜଣାପଡ଼ିଛି।
ଏ ନେଇ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଥିବା ଏକ ମେଡିସିନ ଷ୍ଟୋରରେ କାମ କରୁଥିବା ଜଣେ ମହିଳା କହିଛନ୍ତି, ମେନଷ୍ଟ୍ରୁଆଲ କପ୍‌ ପାଇଁ ଅନେକ ଆସନ୍ତି। କିନ୍ତୁ ଏହା ଏଠାରେ ଉପଲବ୍ଧ ହେଉନାହିଁ। ପ୍ରାୟତଃ ଅନ୍‌ଲାଇନରେ ମିଳିପାରୁଛି। ଏହାର ବ୍ୟବହାର ଆଉ ଟିକେ ବଢ଼ିଲେ ଷ୍ଟୋରରେ ରଖାଯିବ। ସେହିପରି ଏହାକୁ ବ୍ୟବହାର କରୁଥିବା ଜଣେ ଛାତ୍ରୀ କହିଛନ୍ତି, ଋତୁସ୍ରାବ ସମୟରେ ସ୍ବଚ୍ଛତା ନିହାତି ଆବଶ୍ୟକ। ସାନିଟାରି ନାପକିନ୍‌ ତୁଳନାରେ ମେନଷ୍ଟ୍ରୁଆଲ କପ୍‌ ଭଲ। ଏହାକୁ ପରିଷ୍କାର କରି ରଖିଲେ ବାରମ୍ବାର ବ୍ୟବହାର କରିହେବ। ୨୫୦ଟଙ୍କାରୁ ଏହା ଆରମ୍ଭ। ପ୍ୟାଡ୍‌ କିଣିଲେ ମାସକୁ ମାସ ପାଖାପାଖି ୧୦୦ଟଙ୍କା ଖର୍ଚ୍ଚ ଯାଉଛି। ଏହା ଥରେ କିଣିଲେ ଅନେକ ଦିନ ବ୍ୟବହାର କରିହେବ। ଏହାକୁ ଠିକ୍‌ ଭାବରେ ପିନ୍ଧିବାକୁ ହେବ। ଏହାର ଧାରଣ କ୍ଷମତା ମଧ୍ୟ ଅଧିକ। ଏଥିସହ କେଉଁଆଡ଼େ ବି ଆରାମରେ ନେଇ ଯାଇ ହେବ। ଏହା ବଜାରରେ ଉପଲବ୍ଧ ହେବା ଆବଶ୍ୟକ। ସେହିପରି ଏହାର ବ୍ୟବହାର ନେଇ ଡ. ସୁଜାତା ପ୍ରିୟଦର୍ଶିନୀ ମିଶ୍ର କହିଛନ୍ତି, ପ୍ୟାଡକୁ ପ୍ରାୟତଃ ସମସ୍ତେ ବ୍ୟବହାର କରନ୍ତି। କିନ୍ତୁ ଆଜିକାଲିର ଝିଅମାନେ ମେନଷ୍ଟ୍ରୁଆଲ କପକୁ ଅଧିକ ବ୍ୟବହାର କଲେଣି। ଏହାର କାରଣ ଏହା ବାରମ୍ବାର ବ୍ୟବହାର କରିହେବ। ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ମେଡିସିନ ଷ୍ଟୋରରେ ମହଜୁଦ ରହିବା ଦରକାର। କିନ୍ତୁ ଏହାକୁ ବ୍ୟବହାର କରିବା ସମୟରେ ଅନେକ ସାବଧାନ ହେବା ଆବଶ୍ୟକ। ନ ହେଲେ ଇନ୍‌ଫେକ୍ସନର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri