Posted inଜାତୀୟ

ରାଷ୍ଟ୍ରପତିଙ୍କୁ ଭେଟିଲେ ମିଲିଣ୍ଡା ଗେଟ୍ସ …

ନୂଆଦିଲ୍ଲୀ,୬।୧୨ : ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନର ଉପାଧ୍ୟକ୍ଷା ମିଲିଣ୍ଡା ଫ୍ରେଞ୍ଚ ଗେଟ୍ସ ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ମିଲିଣ୍ଡାଙ୍କୁ ସ୍ବାଗତ କରି ରାଷ୍ଟ୍ରପତି ଗତ ଦୁଇ ଦଶନ୍ଧି ମଧ୍ୟରେ ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ କେନ୍ଦ୍ର ସରକାର ଅନେକ ଫ୍ଲାଗଶିପ ପଦକ୍ଷେପ ମାଧ୍ୟମରେ ସ୍ବାସ୍ଥ୍ୟ ଏବଂ ବିକାଶରେ ଗୁରୁତ୍ୱପୂର୍ଣ୍ଣ ନିବେଶ କରୁଛନ୍ତି। ଫାଉଣ୍ଡେଶନ ସହାୟତା ଚାହୁଁଥିବା ସମସ୍ତ ବର୍ଗଙ୍କ ପାଖରେ ପହଞ୍ଚିବାର ଉଦ୍ୟମ କରିବ ବୋଲି ମୁର୍ମୁ ଆଶାପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦେଶର ସାମଗ୍ରିକ ବିକାଶରେ ମହିଳାଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣ ଦିଗରେ ଉଦ୍ୟମ ଜାରି ରଖିବାକୁ ଫାଉଣ୍ଡେଶନକୁ ଆହ୍ବାନ ଦେଇଛନ୍ତି। ଜନସ୍ବାସ୍ଥ୍ୟ, ସଂକ୍ରାମକ ରୋଗ ନିୟନ୍ତ୍ରଣ, ମ୍ୟାଲେରିଆ ଏବଂ ଯକ୍ଷ୍ମା ରୋକିବାରେ ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନର କାର୍ଯ୍ୟକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ଫାଉଣ୍ଡେଶନକୁ ରକ୍ତହୀନତା ପରି ଅନ୍ୟ ସମସ୍ୟା ଉପରେ ଧ୍ୟାନ ଦେବାକୁ କହିିଥିଲେ। ଯାହାକି ଆଦିବାସୀ ସମ୍ପ୍ରଦାୟକୁ ବିଶେଷ ପ୍ରଭାବିତ କରିଥାଏ। କୃଷି ବିକାଶ କ୍ଷେତ୍ରରେ ଫାଉଣ୍ଡେଶନର କାର୍ଯ୍ୟକୁ ରାଷ୍ଟ୍ରପତି ପ୍ରଶଂସା କରିବା ସହ ଆଦିବାସୀ ଅଞ୍ଚଳରେ ଛୋଟ ଜଙ୍ଗଲ ସୃଷ୍ଟି ସହିତ ସହଯୋଗୀ ମାର୍କେଟିଂ ଲାଗି ପଦକ୍ଷେପ ଆରମ୍ଭ କରିବାକୁ ଫାଉଣ୍ଡେଶନକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ନିର୍ବାଚନ: କୌଣସି ଦଳ ସହ ମେଣ୍ଟ କରିବ ନାହିଁ ଏଏପି

ନୂଆଦିଲ୍ଲୀ,୧୦ ।୧: ସାରା ଦେଶର ନଜର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ । ରବିବାର ଆମ ଆଦମୀ ପାର୍ଟି(ଏଏପି)ର ଉତ୍ତର ପ୍ରଦେଶ ପ୍ରଭାରୀ ତଥା...

ତାଣ୍ଡବ ମେକର୍ସ, ସୈଫ ଅଲି ଖାନଙ୍କ ବିରୋଧରେ ମାମଲା ରୁଜ୍ଜୁ

ଲକ୍ଷ୍ନୌ,୧୮।୧: ବିବାଦରେ ଘେରି ହୋଇଯାଇଛି ନିକଟରେ ରିଲିଜ ହୋଇଥିବା ଆମାଜନ ପ୍ରାଇମ୍‌ର ନୂଆ ଓ୍ବେବ ସିରିଜ୍‌ ‘ତାଣ୍ଡବ’। ଏହାର ମେକର୍ସ ଓ ଓଟିଟି ପ୍ଲାଟଫର୍ମ ବିରୋଧରେ...

ପଡୋଶୀ ଦେଶର ସ୍ଥିତି କହୁଛି ସିଏଏ କାହିଁକି ଜରୁରୀ: ହରଦୀପ ପୁରୀ

ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନ ତାଲିବାନ କବଜାକୁ ଆସିବା ପରେ ସ୍ଥିତି ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ତାଲିବାନି ଶାସନ ଆଗରେ ନିଜକୁ ଅସୁରକ୍ଷିତ...

ଶସ୍ତା ହେଲା ପେଟ୍ରୋଲ

ନୂଆଦିଲ୍ଲୀ,୧।୧୨: ରାଜଧାନୀ ଦିଲ୍ଲୀବାସୀଙ୍କୁ ଏକ ବଡ଼ ଆରାମ ଦେଇଛନ୍ତି କେଜ୍‌ରିଓ୍ବାଲ୍‌ ସରକାର। ଅରବିନ୍ଦ କେଜ୍ରିୱାଲଙ୍କ ସରକାର ୧ ଡିସେମ୍ବର ୨୦୨୧ ରେ ରାଜଧାନୀରେ ପେଟ୍ରୋଲ ଉପରେ...

ମହାରାଷ୍ଟ୍ର,ଦିଲ୍ଲୀ ସମେତ ୮ ରାଜ୍ୟରେ ବୃଦ୍ଧି ପାଉଛି କରୋନା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ସଂକ୍ରମଣ ମାମଲା ଚିନ୍ତା ବଢାଇଲାଣି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଇତି ମଧ୍ୟରେ ଗରୁବାର କେନ୍ଦ୍ର...

ବଳାତ୍କାର ପୀଡ଼ିତାଙ୍କ ଅଭିଯୋଗ ରଖିଲାନି ପୋଲିସ

ମୁମ୍ବାଇ,୧୨।୯: ୩୪ ବର୍ଷୀୟା ବଳାତ୍କାର ପୀଡ଼ିତା ଆଖି ବୁଝିବାର ଦିନକ ପରେ ମହାରାଷ୍ଟ୍ରର ଉଲହାସନଗରରୁ ଆସିଛି ଆଉ ଏକ ବଳାତ୍କାର ମାମଲା। ୧୫ ବର୍ଷୀୟା ନାବାଳିକାଙ୍କୁ...

ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୮।୨: ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ଆଶଙ୍କାକୁ ଏଡାଇ ହେବ ନାହିଁ। ଏନେଇ ଗୁରୁବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ତାଙ୍କ...

ଗତ ୪ ବର୍ଷ ମଧ୍ୟରେ ସବୁ ପରିବାରକୁ ମିଳିଛି ଶୌଚାଳୟ, ସବୁ ଗାଁରେ ପହଞ୍ଚିଛି ବିଜୁଳି: ମୋଦି

ନୂଆଦିଲ୍ଲୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଭିନ୍ନ ଜିଲାର ଜିଲାଧିକାରୀଙ୍କ ସହ ଭିଡିଓ କନଫରେନସିଂ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ମୋଦି...

Advertisement
Archives

Model This Week